Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Poor Quality Dahi / ବନ୍ଦେ ଭାରତରେ ଯାତ୍ରୀଙ୍କୁ ଦେଲେ ବାସି ଦହି; ଏବେ ଗଣିବେ ୫୦ଲକ୍ଷ ଜୋରିମାନା

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ବନ୍ଦେ ଭାରତରେ ଯାତ୍ରୀଙ୍କୁ ଦେଲେ ବାସି ଦହି; ଏବେ ଗଣିବେ ୫୦ଲକ୍ଷ ଜୋରିମାନା
Poor Quality Dahi

Key Points

ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ
ଯାତ୍ରୀଙ୍କୁ ବାସି ଦହି ପରଷିବା ପଡ଼ିଲା ମହଙ୍ଗା
ଅମୁଲକୁ ଜବାବ ମାଗିଲା ଆଇଆରସିଟିସି
ଭାରତୀୟ ରେଳବାଇର ପ୍ରିମିୟମ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ । ପାଟନା-ଟାଟାନଗର ବନ୍ଦେ ଭାରତରେ ନିମ୍ନମାନର ଦହି ଯାତ୍ରୀଙ୍କୁ ପରିବେଷଣ କରିବା ଅଭିଯୋଗ ହୋଇଛି । ରେଳବାଇ ନିଜ କମ୍ପାନୀ IRCTC ଉପରେ ୧୦ ଲକ୍ଷ ଟଙ୍କା ଏବଂ କ୍ୟାଟରିଂ ଠିକାଦାରଙ୍କ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଏହା ବ୍ୟତୀତ, ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୁଲକୁ ମଧ୍ୟ ଏହି ଅବହେଳା ପାଇଁ ଦାୟୀ କରାଯାଇଛି ।

ଆଇଆରସିଟିସି ଅମୁଲକୁ ଦହିର ଗୁଣବତ୍ତାକୁ ନେଇ ଏକ ନୋଟିସ ପଠାଇଛି । ଜଣେ ଯାତ୍ରୀ ଟ୍ରେନରେ ପରିବେଷଣ କରାଯାଉଥିବା ଅମୁଲ ଦହିର ଗୁଣବତ୍ତା ବିଷୟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ମାର୍ଚ୍ଚ ୧୫ ତାରିଖରେ ଦାଖଲ କରାଯାଇଥିଲା । ଆଇଆରସିଟିସି ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଅମୁଲଠାରୁ ଜବାବ ମାଗିଛି ।

  • କ୍ୟାଟରିଂ ଠିକାଦାରଙ୍କ ଲାଇସେନ୍ସ ବାତିଲ
ଏହି ଅଭିଯୋଗ ଆଧାରରେ IRCTC ଟ୍ରେନର ଲାଇସେନ୍ସପ୍ରାପ୍ତ କ୍ୟାଟରିଂ ଠିକାଦାରଙ୍କ ଉପରେ ଏକ ବଡ଼ ଜରିମାନା ଲଗାଇଛି । ଲାଇସେନ୍ସଧାରୀଙ୍କ ଚୁକ୍ତିନାମା ବାତିଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଲାଇସେନ୍ସଧାରୀଙ୍କୁ କଳା ତାଲିକାଭୁକ୍ତ ବା ବ୍ଲାକଲିଷ୍ଟ କରିବା ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ପଢନ୍ତୁ ଏହି ଖବର: ସାରା ବିଶ୍ଵରେ ଦେଖାଦେଇଛି ଶକ୍ତି ସଙ୍କଟ; ପୁଣି କୋଭିଡ ପରି ଲାଗିବ କି ଲକଡାଉନ୍ ?

  • IRCTC ଉପରେ ଜରିମାନା
ଏବେ IRCTC ସ୍ପଷ୍ଟୀକରଣ ପାଇଁ ଅମୁଲକୁ ସମନ କରିଛି । ଭାରତୀୟ ରେଳବାଇ ଏହି ମାମଲାରେ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜ କମ୍ପାନୀ ଆଇଆରସିଟିସି ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ରେଳବାଇ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ରେଳବାଇ ସ୍ପଷ୍ଟ କରିଛି ଯେ ଯାତ୍ରୀମାନଙ୍କୁ ନିରାପଦ ଏବଂ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଏହାର ପ୍ରାଥମିକତା । ଏଣୁ ରେଳବାଇ ଏପରି ଅବହେଳାକୁ ଏବେ କି ଭବିଷ୍ୟତରେ ଆଦୌ ବରଦାସ୍ତ କରିବ ନାହିଁ । ଏହି ଘଟଣା ପରେ, ରେଳବାଇ ଏବଂ ଆଇଆରସିଟିସି ସୂଚିତ କରିଛନ୍ତି ଯେ ସେମାନେ ଟ୍ରେନରେ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଉପରେ ନଜର ଏବଂ ନିୟନ୍ତ୍ରଣ କଡ଼ାକଡ଼ି କରିବେ । ଅଧିକାରୀମାନେ କହିଛନ୍ତି ଯେ ଯାତ୍ରୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯିବ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vande Bharat Express poor quality food notice to Amul | Argus News