Accident News / ଗଣେଶ ବିସର୍ଜନ ବେଳେ ବଡ଼ ଅଘଟଣ, ୧୩ ମୃତ...ମୃତକଙ୍କ ମଧ୍ୟରେ ଅଛନ୍ତି ସବ୍-ଇନ୍ସପେକ୍ଟର
·1 hour ago·2 min read

Key Points
ବିସର୍ଜନରେ ବିପର୍ଯ୍ୟୟ
ତେଲେଙ୍ଗାନାରେ ଗଣେଶ ବିସର୍ଜନ ବେଳେ ଅଘଟଣ
ମୃତକଙ୍କ ମଧ୍ୟରେ SI
ତେଲେଙ୍ଗାନାରେ ଗଣେଶ ବିସର୍ଜନ ବେଳେ ଅଘଟଣ
ମୃତକଙ୍କ ମଧ୍ୟରେ SI
ଗଣେଶଙ୍କୁ ବିସର୍ଜନ ବେଳେ ତେଲେଙ୍ଗାନାରେ ବଡ଼ ଅଘଟଣ । ଉତ୍ସବର ମାହୋଲ ଭିତରେ ଘଟିଗଲା ଏକାଧିକ ଦୁର୍ଘଟଣା । ଗଣେଶ ବିସର୍ଜନ ସମୟରେ ଭିନ୍ନ ଭିନ୍ନ ଘଟଣାରେ ଚାଲିଗଲା ୧୩ ଜଣଙ୍କ ଜୀବନ, ଆହତ ହୋଇଛନ୍ତି ୨୬ ଜଣ । ମୃତକଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ସାମିଲ ଅଛନ୍ତି । ତେଲେଙ୍ଗାନାର ଡିଜିପି ସିଭି ଆନନ୍ଦ ଏହି ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିଛନ୍ତି ।
ଡିଜିପିଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ସରକାରୀ ଭାବେ ପ୍ରାୟ ୧.୨୪ ଲକ୍ଷ ଗଣେଶ ମୂର୍ତ୍ତି ପୂଜା କରାଯାଇଥିଲା । ଯଦି ଘର, କମ୍ୟୁନିଟି ଓ ଆପାର୍ଟମେଣ୍ଟରେ ପୂଜା କରାଯାଇଥିବା ମୂର୍ତ୍ତିକୁ ମିଶାଇଲେ ଏହି ସଂଖ୍ୟା ପ୍ରାୟ ୪ ଲକ୍ଷ ହେବ । ଗତରାତିରେ ବ୍ୟାପକ ଭାବେ ବିସର୍ଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଥିଲା । ଗଣେଶ ବିସର୍ଜନ ସମୟରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ତଥାପି ଅନେକ ସ୍ଥାନରେ ଦୁର୍ଘଟଣା ଘଟି ଜୀବନହାନି ହୋଇଛି ।
ଅଧିକ ପଢ଼ନ୍ତୁ: ଗଣେଶ ପୂଜା ପେଣ୍ଡାଲରେ ବଡ଼ ଅଘଟଣ: ବିଦ୍ୟୁତ୍ ଆଘାତରେ ୪ ମୃତ, ୩ ଗୁରୁତର
ହ୍ରଦରେ ବୁଡ଼ି ୬ ଛାତ୍ରଙ୍କ ମୃତ୍ୟୁ
ସଙ୍ଗାରେଡ୍ଡୀ ଜିଲ୍ଲାର ପେଦ୍ଦାକଞ୍ଜେର୍ଲା ଗାଁରେ ଗଣେଶ ବିସର୍ଜନ ସମୟରେ ଏକ ହ୍ରଦରେ ବୁଡ଼ି ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରମାନେ ଶିରିଷା ଚାରିଟେବଲ ଟ୍ରଷ୍ଟର ଛାତ୍ର ବୋଲି ଜଣାପଡ଼ିଛି । ଘଟଣା ପରେ ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଡ୍ୟୁଟିରୁ ଫେରୁଥିବା ବେଳେ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ
ସେହିପରି ଗଣେଶ ବିସର୍ଜନ ଡ୍ୟୁଟି ସାରି ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ, ଶଙ୍କରପଲ୍ଲୀ ମଣ୍ଡଳରେ ଗଣେଶ ବିସର୍ଜନ ସମୟରେ ଫତେହପୁର ମୁସୀ ଫ୍ଲାଏଓଭରରୁ ଜଣେ ଯୁବକ ନଦୀକୁ ଖସି ପଡ଼ିଥିଲେ । ତେବେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଧ୍ୟପ୍ରଦେଶରେ ବିଦ୍ୟୁତ୍ ତାର ଲାଗି ୪ ମୃତ
ଏହି ଘଟଣା ମଧ୍ୟରେ ମଧ୍ୟପ୍ରଦେଶରେ ମଧ୍ୟ ଗଣେଶ ପୂଜା ପଣ୍ଡାଲରେ ଅଘଟଣ ଘଟିଛି । ସକାଳ ପ୍ରାୟ ୫ଟା ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ପେଣ୍ଡାଲର ମଞ୍ଚ ଉପରେ ପଡ଼ିଥିଲା । ଏହାର ସଂସ୍ପର୍ଶରେ ଆସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି ।
ଏହି ଘଟଣା ମଧ୍ୟରେ ମଧ୍ୟପ୍ରଦେଶରେ ମଧ୍ୟ ଗଣେଶ ପୂଜା ପଣ୍ଡାଲରେ ଅଘଟଣ ଘଟିଛି । ସକାଳ ପ୍ରାୟ ୫ଟା ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ପେଣ୍ଡାଲର ମଞ୍ଚ ଉପରେ ପଡ଼ିଥିଲା । ଏହାର ସଂସ୍ପର୍ଶରେ ଆସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି ।
Related Topics
Explore more stories