Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୂରଣ ହେଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ୱପ୍ନର ପ୍ରକଳ୍ପ; କ'ଣ ରହିଛି ଏହାର ବିଶେଷତ୍ୱ

National

Ganga Expressway / ପୂରଣ ହେଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ୱପ୍ନର ପ୍ରକଳ୍ପ; କ'ଣ ରହିଛି ଏହାର ବିଶେଷତ୍ୱ

Subhramjit Ray
Browse all articles by Subhramjit Ray
·1 month ago·2 min read
ପୂରଣ ହେଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ୱପ୍ନର ପ୍ରକଳ୍ପ; କ'ଣ ରହିଛି ଏହାର ବିଶେଷତ୍ୱ
Ganga Expressway UP

Key Points

ପ୍ରାୟ ୩୭,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ଉତ୍ତର ପ୍ରଦେଶର ଉଭୟ ପୂର୍ବ-ପଶ୍ଚିମ ଭାଗକୁ ସିଧାସଳଖ ଯୋଡ଼ିବ।
UP CM Yogi Adityanath Dream Project: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ଗଙ୍ଗା ଏକ୍ସପ୍ରେସୱେ କାର୍ଯ୍ୟ ଏବେ ପ୍ରାୟ ଶେଷ ହୋଇସାରିଛି। ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରାଜ୍ୟର ହରଦୋଇ ଜିଲ୍ଲାରେ ଉଦଘାଟନ କରିବେ। ଗଙ୍ଗା ଏକ୍ସପ୍ରେସୱେ ମେରଠ ଜିଲ୍ଲାର ବିଜୌଲି ଗ୍ରାମରୁ ଆରମ୍ଭ ହେବ, ଯାହା ୫୯୪ କିଲୋମିଟର ଯାତ୍ରା କରିବା ପରେ ପ୍ରୟାଗରାଜ ଠାରେ ଶେଷ ହେବ। ଏହି ରାଜପଥକୁ ଏପରି ଡିଜାଇନ କରାଯାଇଛି ଯେଉଁଠି ଗାଡ଼ି ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଯାତ୍ରା କରିବ। ଏହି ଏକ୍ସପ୍ରେସୱେ ନିର୍ମାଣ ପାଇଁ ପ୍ରାୟ ୩୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ଡିସେମ୍ବର ୧୮ ତାରିଖରେ ଶାହଜାହାନପୁର ଠାରେ ଏହି ଏକ୍ସପ୍ରେସୱେ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହା ଏବେ ପ୍ରାୟ ୧୫୯୩ ଦିନର ରେକର୍ଡ ସମୟ ମଧ୍ୟରେ ସମାପ୍ତ ହେଉଛି।

୧୨ ଜିଲ୍ଲାର ଭାଗ୍ୟ ବଦଳାଇବ ଗଙ୍ଗା ଏକ୍ସପ୍ରେସୱେ
ଏହି ଏକ୍ସପ୍ରେସୱେ ମେରଠ ଜିଲ୍ଲାର ବିଜୌଲି ଗ୍ରାମରୁ ଆରମ୍ଭ ହୋଇ ପ୍ରୟାଗରାଜ ଜିଲ୍ଲାର ଜୁଡାପୁର ଦାଦୁଁ ଗ୍ରାମରେ ଶେଷ ହେବ। ଯାହା ଉତ୍ତର ପ୍ରଦେଶର ପଶ୍ଚିମ-ପୂର୍ବ ଭାଗକୁ ସିଧାସଳଖ ଯୋଡ଼ିବ। ଏହି ଏକ୍ସପ୍ରେସୱେ ମେରଠ, ହାପୁଡ଼, ବୁଲନ୍ଦଶହର, ଅମରୋହା, ସମ୍ଭଲ, ବଦାୟୁଁ, ଶାହଜହାନପୁର, ହରଦୋଇ, ଉନ୍ନାଓ, ରାୟବରେଲି, ପ୍ରତାପଗଡ଼ ଏବଂ ପ୍ରୟାଗରାଜ ଆଦି ୧୨ ଜିଲ୍ଲା ଦେଇ ଗତି କରିବ। ଏହା ଦ୍ୱାରା ୫ ଶହରୁ ଅଧିକ ଗ୍ରାମ ଯୋଡ଼ି ହେବା ସହ ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ କ୍ଷେତ୍ରରେ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ।

ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଶିଳ୍ପ କରିଡ଼ର ଭାବେ ବିକଶିତ ଗଙ୍ଗା ଏକ୍ସପ୍ରେସୱେ

ବର୍ତ୍ତମାନ ଦେଶର ରହିଥିବା ମୋଟ ଏକ୍ସପ୍ରେସୱେ ନେଟୱାର୍କ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ କେବଳ ଉତ୍ତର ପ୍ରଦେଶରେ ରହିଛି। ଏବେ ଗଙ୍ଗା ଏକ୍ସପ୍ରେସୱେ ଯୋଡି ହେବା ସହିତ ଏହାର ପରିମାଣ ପ୍ରାୟ ୬୦ ପ୍ରତିଶତକୁ ବୃଦ୍ଧି ପାଇବ। ଉନ୍ନତ ସଡ଼କ ସଂଯୋଗ ଦ୍ୱାରା ଅନ୍ୟାନ୍ୟ ଆନୁଷଙ୍ଗୀକ ଖର୍ଚ୍ଚ ହ୍ରାସ ପାଇବ। ଯାହା ଦ୍ୱାରା ମାଲ ପରିବହନ ଆହୁରି ସୁଗମ ହୋଇ ଉଠିବ। ଏକ୍ସପ୍ରେସୱେ ଏକ ଶିଳ୍ପ କରିଡର ଭାବରେ ମଧ୍ୟ ବିକଶିତ ହେବ। ଯାହା ନିବେଶକୁ ଆକର୍ଷିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହି ପ୍ରକଳ୍ପ ଚାଷୀଙ୍କୁ ମଧ୍ୟ ଲାଭବାନ କରିବ। କାରଣ କୃଷି ଉତ୍ପାଦ ଯଥାଶୀଘ୍ର ବଜାରରେ ପହଞ୍ଚିପାରିବ। ଯାହା ଫଳରେ ଫସଲର ଭଲ ମୂଲ୍ୟ ଚାଷୀଙ୍କୁ ମିଳିବ। ଏହା ବ୍ୟତୀତ ଉନ୍ନତ ସଂଯୋଗୀକରଣ ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳରେ ଧାର୍ମିକ ଏବଂ ସାଂସ୍କୃତିକ ପର୍ଯ୍ୟଟନକୁ ବୃଦ୍ଧି କରିବ। ଯାହା ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ ​​କରିବ। ରଙ୍ଗ ଏକ୍ସପ୍ରେସୱେ ଅତିକ୍ରମ କରୁଥିବା ବିଭିନ୍ନ ସ୍ଥାନରେ ୧୮ ଲକ୍ଷରୁ ଅଧିକ ଗଛ ଲଗାଯାଉଛି। ଏହା ବ୍ୟତୀତ ସ୍ଥାନୀୟ ଯାତାୟାତ ଯେପରି ପ୍ରଭାବିତ ନହେବ ତାହାକୁ ନିଶ୍ଚିତ କରିବା ପାଇଁ ଏଥିରେ ଇଣ୍ଟରଚେଞ୍ଜ, ଓଭରପାସ୍ ଏବଂ ଅଣ୍ଡରପାସ୍ ବ୍ୟବସ୍ଥା କରାଯାଇଛି।

ଗଙ୍ଗା ଏକ୍ସପ୍ରେସୱେ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାର ବଦାୟୁଁ, ହରଦୋଇ ଏବଂ ଉନ୍ନାଁଓ ଭଳି ଜିଲ୍ଲାରେ ବଡ଼ ଶିଳ୍ପ କେନ୍ଦ୍ର ବିକଶିତ କରିବାକୁ ଯୋଜନା କରୁଛନ୍ତି। ଯାହା ସ୍ଥାନୀୟ ବାଣିଜ୍ୟକୁ ବୃଦ୍ଧି କରିବ। ଏକ୍ସପ୍ରେସୱେ ସହିତ ଶିଳ୍ପ ପାର୍କ, ଲଜିଷ୍ଟିକ୍ସ ହବ୍ ଏବଂ ଗୋଦାମ ବିକଶିତ କରାଯାଉଛି। ଏହା କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganga Expressway: Connecting 12 Districts and 519 Villages in UP | Key Features | Argus News