Ghaziabad Food Adulteration Raid / ରକ୍ଷା ବନ୍ଧନ ପୂର୍ବରୁ ନଷ୍ଟ କରାଗଲା ୧୦ କ୍ୱିଣ୍ଟାଲ ମିଠା ବିଷ; ଖାଦ୍ୟ ସୁରକ୍ଷା ବିଭାଗ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
·49 mins ago·3 min read

Key Points
ରକ୍ଷା ବନ୍ଧନ ପୂର୍ବରୁ ଖାଦ୍ୟ ପଦାର୍ଥରେ ହେଉଥିବା ଅପମିଶ୍ରଣ ବିରୋଧରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ। ଏହି କ୍ରମରେ ଖାଦ୍ୟ ସୁରକ୍ଷା ବିଭାଗ ଗାଜିଆବାଦ ଜିଲ୍ଲାରେ ଚଢାଉ କରି ପ୍ରାୟ ୧୦ କ୍ୱିଣ୍ଟାଲ ରସଗୋଲା ନଷ୍ଟ କରିଛି।
Ghaziabad Food Adulteration UP: ରକ୍ଷା ବନ୍ଧନ ପୂର୍ବରୁ ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ମିଠାରେ ଭେଜାଲ ରୋକିବା ପାଇଁ ବିଭାଗୀୟ ଦଳ ଜିଲ୍ଲାର କ୍ରସିଂସ ରିପବ୍ଲିକ୍ ଥାନା ଅଧିନସ୍ଥ ଭୀମ ନଗର ଠାରେ ଏକ ପ୍ରତିଷ୍ଠାନରେ ଚଢାଉ କରି ପ୍ରାୟ ୧୦ କ୍ୱିଣ୍ଟାଲ ଛେନା ରସଗୋଲା ଜବତ କରିଛି। ଅଧିକାରୀଙ୍କ କହିବା ଅନୁଯାୟୀ ଭେଜାଲ ଛେନା, ଚିନି ଏବଂ ସେଫୋଲାଇଟ୍ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି ଏହି ରସଗୋଲା ପ୍ରସ୍ତୁତ କରାଯାଇ ଥିବାର ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରେ ଏହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ରହିଥିବାର ଜଣାପଡ଼ିଛି। ଯାହା ପରେ ସମ୍ପୂର୍ଣ୍ଣ ଷ୍ଟକ୍ ନଷ୍ଟ କରାଯାଇଥିଲା। ଏହି ରସହଗୋଲାର ନମୁନାକୁ ପରୀକ୍ଷା କରିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି। ଏହା ପରେ ଲାଇସେନ୍ସ ବାତିଲ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।
ଅଭିଯୋଗ ପରେ ବିଭାଗ କରିଥିଲା ଚଢାଉ
ଖାଦ୍ୟ ସୁରକ୍ଷା ଏବଂ ଔଷଧ ବିଭାଗ ଖବର ପାଇଥିଲା ଯେ ସ୍ଥାନୀୟ ବିପୁଳ ପରିମାଣରେ ରସଗୋଲା ଉତ୍ପାଦନ ହେଉଛି। ଅଭିଯୋଗ ପରେ, ବିଭାଗୀୟ ଦଳ ଭୀମ ନଗର ଠାରେ ସଚିନ ଛେନା ଷ୍ଟୋର ଉପରେ ଚଢାଉ କରିଥିଲା। ତଦନ୍ତ ସମୟରେ ଅଧିକାରୀଙ୍କୁ ବିପୁଳ ପରିମାଣର ରସଗୋଲା ମିଳିଥିଲା। ଯାଞ୍ଚ ସମୟରେ ରସଗୋଲା ପ୍ରସ୍ତୁତ ହେଉଥିବା ସ୍ଥାନର ସ୍ୱଚ୍ଛତା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିଥିଲା
୧୦ କ୍ୱିଣ୍ଟାଲ ମିଠା କରାଗଲା ନଷ୍ଟ
ପ୍ରାଥମିକ ତଦନ୍ତରେ ଗୁଣାତ୍ମକ ମାନ ଉପରେ ସନ୍ଦେହ ସୃଷ୍ଟି ହେବା ପରେ, ବିଭାଗ ଘଟମାସ୍ଥଳରେ ପ୍ରାୟ ୧୦ କ୍ୱିଣ୍ଟାଲ ରସଗୋଲା ନଷ୍ଟ କରିଥିଲା। ରସଗୋଲା, ପନୀର, ଆରୋରୁଟ୍ ଏବଂ ସାଫୋଲାଇଟ ଆଦି ସାମଗ୍ରୀର ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ବିଭାଗ କହିବା ଅନୁଯାୟୀ, ସାଫୋଲାଇଟ୍ (Safolite) ରେ ସୋଡିୟମ ଫର୍ମାଲ୍ଡାଇଡ ସଲଫକ୍ସିଲେଟ୍ (Sodium formaldehyde sulfoxylate) ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ। ଲ୍ୟାବ ରିପୋର୍ଟ ଆସିବା ପରେ ଯାଇ ଏହା ସ୍ପଷ୍ଟ ହେବ ଯେ ଏପରି ଖାଦ୍ୟରେ କୌଣସି ନିଷିଦ୍ଧ କିମ୍ବା ନିମ୍ନମାନର ପଦାର୍ଥ ବ୍ୟବହାର କରାଯାଇଛି ନା ନାହିଁ।
ଏହା ସହ ପଢନ୍ତୁ: 'ଆନାଲଗ୍' ପନୀର ଉପରେ ବର୍ଷେ ପାଇଁ ଲାଗିଲା ରୋକ; ହୋଟେଲ-ରେସ୍ତୁରାଁ ଲାଗି ଜାରି ହେଲା ଚେତାବନୀ
ଲାଇସେନ୍ସ ବାତିଲ ପାଇଁ ହୋଇଛି ପ୍ରସ୍ତୁତି: ଖାଦ୍ୟ ବିଭାଗ
ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ସୁରେଶ କୁମାର ମିଶ୍ର କହିଛନ୍ତି, "ଖାଦ୍ୟ ସୁରକ୍ଷା ଏବଂ ଔଷଧ ବିଭାଗ କମିଶନର ଡକ୍ଟର ରୋଶନ ଜାକବଙ୍କ ନିର୍ଦ୍ଦେଶରେ, ଆମେ ଭେଜାଳ ଖାଦ୍ୟ ସାମଗ୍ରୀ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଭୀମ ନଗର ଠାରେ ବିପୁଳ ପରିମାଣରେ ରସଗୋଲା ପ୍ରସ୍ତୁତ ହେଉଥିବା ନେଇ ଆମକୁ ଖବର ମିଳିଥିଲା। ସେ ଆହୁରି କହିଛନ୍ତି ଯେ, ପ୍ରାୟ ୧୦ କ୍ୱିଣ୍ଟାଲ ରସଗୋଲା ମିଳିଥିଲା। ଯାହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଥିବାର ସନ୍ଦେହ ରହିଥିବାରୁ, ଏହାକୁ ନଷ୍ଟ କରାଯାଇଥିଲା। ଚାରୋଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକାରୀଙ୍କ ଅନୁଯାୟୀ, ଗୋଦାମ ପରିଚାଳକଙ୍କ ବିରୋଧରେ ଲାଇସେନ୍ସ ନିଲମ୍ବନ କିମ୍ବା ବାତିଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଲ୍ୟାବ୍ ରିପୋର୍ଟ୍ ଆସିବା ପରେ, ଯଦି ଏହା ଭେଜାଲ ମିଠା ବୋଲି ନିଶ୍ଚିତ ହୋଇଯାଏ, ତାହେଲେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୪ ଦିନ ପୂର୍ବରୁ ଭୋଜପୁର ଠାରେ ହୋଇଥିଲା ଭେଜାଲ ପନିର ଏବଂ ଖୁଆ
ପ୍ରାୟ ୪ ଦିନ ପୂର୍ବରୁ, ଖାଦ୍ୟ ବିଭାଗ ମୋଦିନଗର ନିକଟସ୍ଥ ଭୋଜପୁର ଠାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଭାଗୀୟ ଦଳ ବିପୁଳ ପରିମାଣର ଭେଜାଲ ପନୀର, ଖୁଆ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜବତ କରିଥିଲା। ବିଭାଗ ପାଖକୁ ଅଭିଯୋଗ ଆସିଥିଲା ଯେ ଏହି ଅଞ୍ଚଳରେ ଭେଜାଲ ଛେନା, ଖୁଆ, କେକ୍ ଏବଂ ଘେଭର ପ୍ରସ୍ତୁତ ହେଉଥିଲା। ଏହା ପରେ, ଦଳ ତଦନ୍ତକୁ ଜୋରଦାର କରିଥିଲା।
ଏହା ସହ ପଢନ୍ତୁ: ୧୦୦ ବଦଳରେ ଥିଲା ୭୨% ଅଟା; ବଡ଼ ବିସ୍କୁଟ କମ୍ପାନୀ ପାଇଲା ନୋଟିସ୍
କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି, ଗାଜିଆବାଦ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମାନ୍ଦଡ୍ ଭେଜାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗର ତୁରନ୍ତ ତଦନ୍ତ କରିବାକୁ ଏବଂ ସନ୍ଦିଗ୍ଧ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ନମୁନା ରିପୋର୍ଟରେ କୌଣସି ଅନିୟମିତତା ମିଳେ, ତାହେଲେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ ଅନୁଯାୟୀ ସମ୍ପୃକ୍ତ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭେଜାଲ ବିରୋଧରେ ଏହି ଅଭିଯାନ ପାର୍ବଣ ଋତୁ ପର୍ଯ୍ୟନ୍ତ ଜାରି ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories