Yavatmal Sky Swing Accident / ଦୋଳି ଖେଳିବା ବେଳେ ଅଘଟଣ; ଉପୁଡ଼ିଗଲା ମହିଳାଙ୍କ ଖପୁରୀ
·1 hour ago·2 min read

Key Points
ମହାରାଷ୍ଟ୍ରର ଯବତମାଲ ଜିଲ୍ଲାରେ ଜଣେ ମହିଳାଙ୍କ ପାଇଁ ଦୋଳିରେ ଦୋଳିବା ମହଙ୍ଗା ପଡ଼ିଛି।
ଯଦି ଆପଣ ରାମଦୋଳି ଖେଳିବାକୁ ଆଗ୍ରହୀ ତାହେଲେ, ତାହେଲେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏହି ଦୋଳି ଖେଳିବା ସମୟରେ ଆପଣ ସତର୍କ ରହିବା ଆବଶ୍ୟକ। ସଦ୍ୟ ମହାରାଷ୍ଟ୍ରର ଯବତମାଲ ଜିଲ୍ଲାରେ ଘଟିଥିବା ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଗତ ଶୁକ୍ରବାର (ସେପ୍ଟମ୍ବର ୧୧) ଅପରାହ୍ନରେ, ଜଣେ ୨୫ ବର୍ଷୀୟ ମହିଳାଙ୍କ କେଶ ଏକ ଦୋଳି ମଧ୍ୟରେ ଫସିଯାଇଥିଲା। ଯାହା ଫଳରେ ତାଙ୍କ ଖପୁରୀ ମୁଣ୍ଡରୁ ଅଲଗା ହୋଇଯାଇଛି। ରିପୋର୍ଟ ଅନୁସାରେ ତାଙ୍କ କେଶ ଏକ ଫେରିସ୍ ହୁଇଲ୍ ବିୟରିଂ (Ferris Wheel Bearing) ମଧ୍ୟରେ ଫସି ଯାଇଥିଲା। ଏହା ପରେ ସେହି ଚଳନ୍ତା ଦୋଳି ତାଙ୍କ କେଶକୁ ଏତେ ଜୋରରେ ଟାଣି ନେଇଥିଲା ଯେ ଏହା ତାଙ୍କ କେଶ ସହିତ ତାଙ୍କ ଖପୁରୀ ତାଙ୍କ ମୁଣ୍ଡରୁ ଛିଣ୍ଡି ଯାଇଥିଲା। ଏହି ଘଟଣା ପରେ ତୁରନ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କିପରି ଘଟିଲା ଏହି ଘଟଣା?
ଏହି ଘଟଣା ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ତିନିଟା (03:00 PM) ସମୟରେ ଘଟିଥିଲା। ଫୁଲସାୱାଙ୍ଗି ଅଞ୍ଚଳର ୨୫ ବର୍ଷୀୟା ମହିଳା ବାଲି ମାରୋତି ଟାଲିକୋଟ ଦୋଳିରେ ବସିଥିଲେ। ଦୋଳି ଖେଳ ଆରମ୍ଭ ହେବା ମାତ୍ରେ ତାଙ୍କ କେଶ ହଠାତ୍ ବିୟରିଂ ମଧ୍ୟରେ ଫସି ଯାଇଥିଲା। ଏହି ଦୋଳି ଦ୍ରୁତ ଗତିରେ ଘୂରୁଥିବାରୁ କିଛି ମୁହୂର୍ତ୍ତ ମଧ୍ୟରେ ତାଙ୍କ କେଶ ଉପରେ ପ୍ରବଳ ଚାପ ପଡ଼ିଥିଲା। ଆଘାତ ଯୋଗୁଁ ତାଙ୍କ ମୁଣ୍ଡର ସମ୍ପୂର୍ଣ୍ଣ ଚର୍ମକୁ ତାଙ୍କ କେଶ ସମେତ ଛିଣ୍ଡାଇ ନେଇଥିଲା। ଯାହା ଫଳରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା।
ଏହା ସହ ପଢନ୍ତୁ: ରାଇଡ୍ ବେଳେ ବିଫଳ ହେଲା ଜିପଲାଇନ୍ ସିକ୍ୟୁରିଟି ଲକ୍; ୪୦ ଫୁଟ ତଳେ ପଡ଼ିଗଲେ ପର୍ଯ୍ୟଟକ
ମହିଳାଙ୍କ ଚିକିତ୍ସା ଚାଲିଛି
ଘଟଣାସ୍ଥଳରେ ଉପସ୍ଥିତ ସହକାରୀ ପୋଲିସ ଇନ୍ସପେକ୍ଟର ସୁନୀଲ ଅମ୍ଭୁରେ ଏବଂ କନେଷ୍ଟବଳ ସୁହାସ କାୟଟେ ଦୁର୍ଘଟଣା ବିଷୟରେ ଜାଣିବା ମାତ୍ରେ ସ୍ଥାନୀୟ ନାଗରିକଙ୍କ ସହାୟତାରେ ଝୁଲାକୁ ବନ୍ଦ କରିଥିଲେ। ଏହା ପରେ ଆହତ ମହିଳାଙ୍କୁ ସୁରକ୍ଷିତ ଭାବରେ ଦୋଳିରୁ ବାହାର କରିଥିଲେ। ଏହା ପରେ ଏକ ଆମ୍ବୁଲାନ୍ସ ଡକାଯାଇଥିଲା। ଦୋଳି ଖେଳିବା ବେଳେ ଆହତ ହୋଇଥିବା ମହିଳା ବାଲି ମାରୋତି ଟାଲିକୋଟଙ୍କୁ ପୁସଦ ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ଲୋକଙ୍କ ଭିଡ଼ ମଧ୍ୟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା, ସ୍ଥାନୀୟ ମେଳାରେ ସ୍ଥାପିତ ମନୋରଞ୍ଜନ ସୁବିଧା ଏବଂ ଦୋଳିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହି ଦୋଳିର ନିୟମିତ ରକ୍ଷଣାବେକ୍ଷଣ ଏବଂ ଏହାର ଯନ୍ତ୍ରପାତିକୁ ଯାଞ୍ଚ କରାଯାଉଛି ନା ନାହିଁ, ସେ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏହା ବ୍ୟତୀତ ଦୋଳି ଖେଳ ଆରମ୍ଭ ହେବା ପୂର୍ବରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ନା ନାହିଁ ତାହା ସନ୍ଦେହଘେରରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories