Videos
|
National

Ghaziabad Ravana Effigy Preparation Blast / ରାବଣ ପ୍ରତିମୂର୍ତ୍ତି ନିର୍ମାଣ ବେଳେ ଜୋରଦାର ବିସ୍ଫୋରଣ; ୫ ଆହତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ରାବଣ ପ୍ରତିମୂର୍ତ୍ତି ନିର୍ମାଣ ବେଳେ ଜୋରଦାର ବିସ୍ଫୋରଣ; ୫ ଆହତ
Ghaziabad Ravana Effigy Preparation Blast

Key Points

ଦଶହରା ଲାଗି ରାବଣ ପ୍ରତିମୂର୍ତ୍ତି ନିର୍ମାଣ ବେଳେ ହୋଇଥିଲା ଜୋରଦାର ବିସ୍ଫୋରଣ। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। 
ସୋମବାର (୫ ଅକ୍ଟୋବର) ସକାଳେ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ସାହିବାବାଦ ଅଞ୍ଚଳର ଲାଜପତ ନଗର ସ୍ଥିତ ଶନି ଚୌକ ଠାରେ ଘଟିଯାଇଛି ଅଘଟଣ। ଏଠାରେ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବାକି ୩ ଜଣଙ୍କୁ ଦିଲ୍ଲୀ ସ୍ଥିତ GTB ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁଯାୟୀ, ଲାଜପତ ନଗରର ଶନି ଚୌକ ନିକଟରେ ଦଶହରା ଅବସରରେ ରାବଣ ପୋଡ଼ି ଲାଗି ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିଲା। ହେଲେ ହଠାତ୍ ପ୍ରତିମୂର୍ତ୍ତି ନିର୍ମାଣ ସ୍ଥଳରେ ରଖାଯାଇଥିବା ସାମଗ୍ରୀରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଯେଉଁଠି ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିଲା, ସେଠାରେ ରହିଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ବିସ୍ଫୋରଣର ଶବ୍ଦ ଶୁଣିବା ପରେ ଆଖପାଖର ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସାହିବାବାଦ ପୋଲିସ ଏବଂ ଅଗ୍ନିଶମ ବିଭାଗ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ
ବିସ୍ଫୋରଣ ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ଆରମ୍ଭ କରିଛି। ଘଟଣାସ୍ଥଳରେ ରଖାଯାଇଥିବା କେଉଁ ସାମଗ୍ରୀ ପାଇଁ ବିସ୍ଫୋରଣ ହୋଇଥିଲା, ବିସ୍ଫୋରଣ ପଛରେ ରହିଥିବା କାରଣ ବିଷୟରେ ପୋଲିସ ତଦନ୍ତ କରୁଛି। ନିକଟସ୍ଥ ଲୋକଙ୍କ ଠାରୁ ମଧ୍ୟ ସୂଚନା ସଂଗ୍ରହ କରାଯାଉଛି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଏହା ସହ ପଢନ୍ତୁ: ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ ଏବଂ ଅନ୍ୟ ଜଣେ ଆହତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ କହିଲେ ସାହିବାବାଦ ଏସିପି?
ସାହିବାବାଦ ଏସିପି ଅମିତ ସକ୍ସେନା କହିଛନ୍ତି ଯେ ଲାଜପତ ନଗର ଅଞ୍ଚଳରେ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରିବା ସମୟରେ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲ ପଠାଯାଇଛି। ଘଟଣାସ୍ଥଳରେ ପଡ଼ି ରହିଥିବା ସାମଗ୍ରୀ ଯାଞ୍ଚ କରାଯାଉଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସାମୁଦାୟିକ ଦଶହରା ଉତ୍ସବ ପାଇଁ ଏକ ରାବଣ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଉଥିଲା। ପ୍ରତିମୂର୍ତ୍ତି ଭିତରେ ଆତସବାଜି ଭର୍ତ୍ତି କରାଯାଉଥିଲା। ହେଲେ ଏହି ସମୟରେ ହଠାତ୍ ନିଆଁ ଲାଗିଗଲା। ଯାହା ଫଳରେ ବିସ୍ଫୋରଣ ଘଟିଥିଲା।

ସ୍ଥାନୀୟ ରାମଲୀଳା କମିଟି ଦ୍ୱାରା ଅନିଲ ସିଂହଙ୍କୁ ରାବଣ ପ୍ରତିମୂର୍ତ୍ତି ତିଆରି କରିବା କାମ ଦିଆଯାଇଥିଲା। ରାବଣ ପ୍ରତିମୂର୍ତ୍ତି ନିର୍ମାଣ କାମ କରୁଥିବା ଶ୍ରମିକ ଏଥିରେ ଆତସବାଜି ଭର୍ତ୍ତି କରୁଥିଲେ। ଏହି କାମ ଚାଲିଥିବ ସମୟରେ ଅଗ୍ନିକାଣ୍ଡ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ସାହିବାବାଦ ଏସିପି ଅମିତ ସକ୍ସେନାଙ୍କ କହିବା ଅନୁଯାୟୀ, ଏଠାରେ ଆତସବାଜି ତିଆରି ହେଉଥିବା ଦାବି ମିଥ୍ୟା। ଏଠାରେ କେବଳ ରାବଣ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଉଥିଲା। ଅଗ୍ନିକାଣ୍ଡ ଏବଂ ପରବର୍ତ୍ତୀ ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।

ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, "ସୋମବାର ସକାଳ ୦୯:୨୬ ସମୟରେ, ଗାଜିଆବାଦ କମିଶନରେଟ୍ ସ୍ଥିତ ସାହିବାବାଦ ଅଗ୍ନିଶମ କେନ୍ଦ୍ର ନିୟନ୍ତ୍ରଣ କକ୍ଷକୁ RT-PCR ମାଧ୍ୟମରେ ସୂଚନା ମିଳିଥିଲା ​​ଯେ ଶନି ଚୌକର ରାମଲୀଳା ମୈଦାନ ଠାରେ ଅବସ୍ଥିତ ଏକ ବାଣ ଦୋକାନରେ ନିଆଁ ଲାଗିଯାଇଛି। ଖବର ପାଇବା ମାତ୍ରେ ଗାଜିଆବାଦ ମୁଖ୍ୟ ଅଗ୍ନିଶମ ଅଧିକାରୀ, ସାହିବାବାଦ ଇନଚାର୍ଜ ଅଗ୍ନିଶମ ଅଧିକାରୀ ଏବଂ ଅଗ୍ନିଶମ ଷ୍ଟେସନ ସାହିବାବାଦ ତିନୋଟି ଅଗ୍ନିଶମ ଗାଡ଼ି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳର ସମ୍ପୂର୍ଣ୍ଣ ଯାଞ୍ଚ କରିଥିଲା। ଏହି ଅଗ୍ନିକାଣ୍ଡ ସମ୍ଭବତଃ ପ୍ରତିମୂର୍ତ୍ତି ତିଆରିରେ ବ୍ୟବହୃତ ଆତସବାଜି କିମ୍ବା ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଯୋଗୁଁ ହୋଇଥିବା ବିସ୍ଫୋରଣ ଯୋଗୁଁ ଘଟିଥିଲା। ବିସ୍ଫୋରଣ ଯୋଗୁଁ କୋଠାର ଦୁଇଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା।