Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Lucknow firecracker factory blast / ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ ଏବଂ ଅନ୍ୟ ଜଣେ ଆହତ

Subhramjit Ray
Browse all articles by Subhramjit Ray
·1 month ago·2 min read
ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ ଏବଂ ଅନ୍ୟ ଜଣେ ଆହତ
Lucknow firecracker factory blast

Key Points

ଲକ୍ଷ୍ନୌର ନାଗମ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଗୋଦାମର ଛାତ ଏବଂ କାନ୍ଥକୁ ଉଡ଼ାଇ ଦେଇଥିଲା।
  • Industrial blast in Lucknow today: ବିସ୍ଫୋରଣରେ କମ୍ପି ଉଠିଛି ଲକ୍ଷ୍ନୌ ସ୍ଥିତ ନାଗମ ଅଞ୍ଚଳର ଦେୱତି ଗାଁ। ସୋମବାର ସକାଳେ ଏଠାରେ ଏକ ବାଣ କାରଖାନାରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବାଣ ଗୋଦାମର ଛାତ ଏବଂ କାନ୍ଥ ଉଡ଼ିଯାଇଥିଲା। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଆତଙ୍କ।


  • ବିସ୍ଫୋରଣରେ କମ୍ପି ଉଠିଥିଲା ଦେୱତି ଗାଁ

    ସୋମବାର (ଜୁନ୍ ୧୫) ଦିନ ପ୍ରାୟ ଏଗାରଟା ସମୟରେ ନାଗମ ସ୍ଥିତ ଦେୱତି ଗ୍ରାମରେ ଏକ ଲାଇସେନ୍ସପ୍ରାପ୍ତ ବାଣ ଗୋଦାମରେ ହଠାତ୍ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଗୋଦାମର ଭଣ୍ଡାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣ ଶୁଣିବା ପରେ ଆଖପାଖର ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଖୁବ୍ ଶୀଘ୍ର ବାଣ ଗୋଦାମରେ ଲୋକଙ୍କ ଭିଡ଼ ଜମି ଯାଇଥିଲା।

    ଭଗ୍ନାବଶେଷ ତଳେ ପୋତି ହୋଇଗଲା ଗାଡ଼ି, ନିଆଁ ଲାଗି ଜଳିଗଲା ବିଭିନ୍ନ ସାମଗ୍ରୀ
    ବିସ୍ଫୋରଣ ପରେ ଗୋଦାମରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ଏବଂ ସେଠାରେ ରଖାଯାଇଥିବା ଦୁଇଟି ମୋଟର ସାଇକେଲ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲା। ବାଣ ଗୋଦାମର କିଛି ଅଂଶରେ ମଧ୍ୟ ନିଆଁ ଲାଗିଯାଇଥିଲା। ଯାହା ପରିସ୍ଥିତିକୁ ଆହୁରି ଖରାପ କରିଥିଲା। ସ୍ଥାନୀୟ ଲୋକେ କୌଣସି ପ୍ରକାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ବହୁତ କ୍ଷତି ହୋଇସାରିଥିଲା। ଏହି ଘଟଣା ଘଟିବା ସମୟରେ ଗୋଦାମ ନିକଟରେ ଥିବା ୨୨ ବର୍ଷୀୟ ମାରିଆ ଏବଂ ଯୁବକ ମୋହିତ ବିସ୍ଫୋରଣରେ ଫସି ଯାଇଥିଲେ। ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ମାରିଆଙ୍କ ମୃତ୍ୟୁ ହୋଇଥିଲା। ମୋହିତ ଗୁରୁତର ଆହତ ହୋଇଥିବା ବେଳେ, ତାଙ୍କର ଚିକିତ୍ସା ଜାରି ରହିଛି।

    ଏହା ସହ ପଢନ୍ତୁ: ରାସ୍ତାରେ ଓଲଟିଗଲା ଗାଡ଼ି; ଲୁଙ୍ଗିରେ ଲୁଚାଇ ବୋହିନେଲେ ଲୋକେ

    ଗୋଦାମରେ ତିଆରି ଚାଲିଥିଲା ବାଣ
    ବାଣ ଗୋଦାମ ଲାଇସେନ୍ସଧାରୀ ଶଫିକ କହିଛନ୍ତି ଯେ ବିବାହ ଋତୁ ପାଇଁ ବାଣ ପ୍ରସ୍ତୁତ କରାଯାଉଥିଲା। ଗୋଦାମରେ ବାରୁଦ ଏବଂ ପ୍ରସ୍ତୁତ ସାମଗ୍ରୀ ପୂର୍ବରୁ ଗଚ୍ଛିତ ରହିଥିଲା। ବିସ୍ଫୋରଣ ଘଟଣା ସମୟରେ ସେ ଉପସ୍ଥିତ ନଥିଲେ। ବିସ୍ଫୋରଣ ପଛରେ ରହିଥିବା ସଠିକ୍ କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ, ଏସିପି ଏବଂ ଏସଡିଏମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ଏକ ଦଳ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ବିସ୍ଫୋରଣ ପଛରେ କେଉଁ କାରଣ ରହିଛି ଜାହା ଜାଣିବା ପାଇଁ ଅଧିକାରୀ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି।

    ଲାଇସେନ୍ସ ପ୍ରାପ୍ତ କାରଖାନାରେ ଦୁର୍ଘଟଣା ହେବାକୁ ନେଇ ଉଠିଲା ପ୍ରଶ୍ନ
    ଏହି ଘଟଣାରେ ପ୍ରତିକ୍ରିୟା ରଖି ଡିସିପି ଅମିତ କୁମାର ଆନନ୍ଦ କହିଛନ୍ତି ଯେ ଏକ ଲାଇସେନ୍ସପ୍ରାପ୍ତ କାରଖାନାରେ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଲାଇସେନ୍ସ ଥିବା ସତ୍ତ୍ୱେ ଏତେ ବଡ଼ ଘଟଣା କିପରି ଘଟିଲା ତାହା ଏବେ ତଦନ୍ତର ବିଷୟ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Lucknow Firecracker Factory Blast: 1 Woman Dead, Youth Critically Injured | Argus News