School Closed / ଅଗଷ୍ଟ ୧୨ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ; କେମିତି ପଢିବେ ଏଠାକାର ପିଲା
·2 weeks ago·2 min read

Key Points
କାଉଡିଆ ଯାତ୍ରା ପାଇଁ ଅଗଷ୍ଟ ୧୨ ଯାଏଁ ସ୍କୁଲ ବନ୍ଦ
୧୦ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି
୧୦ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି
ସାରା ଦେଶରେ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହି ମାସରେ କାଉଡ଼ିଆମାନେ ପ୍ରଭୁ ଶିବଙ୍କ ଆରାଧନା କରନ୍ତି ଏବଂ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରନ୍ତି । ତେବେ କାଉଡ଼ିଆ ଯାତ୍ରା ପାଇଁ ଉତ୍ତର ପ୍ରଦେଶର ଗାଜିଆବାଦରେ ଅଗଷ୍ଟ ୧୨ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ୧୦ ଦିନ ଯାଏଁ ଛୁଟି ଘୋଷଣା ପରେ ପିଲାଙ୍କ ପାଠପଢାକୁ ନେଇ ଚିନ୍ତା ଦେଖାଦେଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ନିକଟରେ ମୋବାଇଲ ନାହିଁ, ସେମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପଢନ୍ତୁ ଏହି ଖବର: ଅତି ପ୍ରବଳ ବର୍ଷା ସମ୍ଭାବନା; ରେଡ୍ ଆଲର୍ଟ ପରେ ସମସ୍ତ ସ୍କୁଲ ଛୁଟି ଘୋଷଣା
- ନାହିଁ ଫୋନ, ନାହାନ୍ତି ଶିକ୍ଷକ
- ଅଗଷ୍ଟ ୧୨ ଯାଏଁ ସ୍କୁଲ ବନ୍ଦ
ପଢନ୍ତୁ ଏହି ଖବର: ଅତି ପ୍ରବଳ ବର୍ଷା ସମ୍ଭାବନା; ରେଡ୍ ଆଲର୍ଟ ପରେ ସମସ୍ତ ସ୍କୁଲ ଛୁଟି ଘୋଷଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍କୁଲ ବନ୍ଦ ହେବା ପରେ ଅନଲାଇନ କ୍ଲାସ୍ ଆରମ୍ଭ ହୋଇଛି । ନଚେତ୍ ହ୍ଵାଟ୍ସଆପ୍ ଗ୍ରୁପ୍ ଜରିଆରେ ପାଠପଢା ସମ୍ବନ୍ଧୀୟ ମେସେଜ୍ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ମାତ୍ର ଅନେକ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନାହିଁ । କିଛି ପିଲାଙ୍କ ନିକଟରେ ନିଜର ଫୋନ ନାହିଁ ଅର୍ଥାତ ସେମାନେ ଅଭିଭାବକଙ୍କ ଫୋନରେ ସ୍କୁଲ ଗ୍ରୁପ ହ୍ଵାଟ୍ସଆପ୍ ରହିଛି । ଏଥିଲାଗି ସେମାନଙ୍କୁ ଅଭିଭାବକ ଘରକୁ ଫେରିବା ଯାଏଁ ଅପେକ୍ଷା କରିବାକୁ ପଡୁଛି । ଆଉ ଏକ ବଡ଼ ସମସ୍ୟା ହେଉଛି କିଛି ପିଲାଙ୍କ ନିକଟରେ ଏପରି କେହି ବ୍ୟକ୍ତି ନାହାନ୍ତି ଯେ ଯେଉଁମାନେ ତାଙ୍କୁ ଅବୁଝା ଥିବା ପାଠକୁ ବୁଝାଇପାରିବେ । ତେବେ ଏହାକୁ ନେଇ ଗାଜିଆବାଦରେ କିଛି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Related Topics
Explore more stories