Videos
|
National

Uttar Pradesh News / ସମ୍ପର୍କଠୁ ବଡ଼ ହେଲା ଟଙ୍କା; ୮ କୋଟି ପାଇଁ ସ୍ଵାମୀ-ପୁଅ-ଭଣଜାକୁ ଦେଉଥିଲା ବିଷ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସମ୍ପର୍କଠୁ ବଡ଼ ହେଲା ଟଙ୍କା; ୮ କୋଟି ପାଇଁ ସ୍ଵାମୀ-ପୁଅ-ଭଣଜାକୁ ଦେଉଥିଲା ବିଷ
Husband Son poisoning case

Key Points

୫ରୁ ୬କୋଟିର ଟ୍ରାଭେଲ୍ ଏଜେନ୍ସି
୨ କୋଟିର ଇନ୍ସୁରାନ୍ସ ଟଙ୍କା
ଟଙ୍କା ପାଇଁ ସ୍ଵାମୀର ଜୀବନ ନେବାକୁ ଷଡ଼ଯନ୍ତ୍ର
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଇନ୍ଦିରାପୁରମ ଥାନା ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏଠି ସମ୍ପର୍କଠୁ ବଡ଼ ହୋଇଛି ଟଙ୍କା । କୋଟି କୋଟି ଟଙ୍କା ପାଇଁ ମହିଳା ଜଣକ ନିଜ ସ୍ଵାମୀ ଓ ପୁଅର ଜୀବନ ନେବାକୁ ପଛାଇନାହାନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ମହିଳା ରେଣୁ ଭଟ୍ଟନାଗରଙ୍କୁ ଗିରଫ କରିଛି । ମହିଳା ଜଣକ କୋଟି କୋଟି ଟଙ୍କାର ସମ୍ପତ୍ତି ଓ ବୀମା ଟଙ୍କା ହାସଲ କରିବା ଲାଗି ଏହି ଭୟଙ୍କର କାଣ୍ଡ ଭିଆଇଛନ୍ତି ।

ପୋଲିସର କହିବାନୁସାରେ, ଗାଜିଆବାଦର ବସୁନ୍ଧରା ଅଧିବାସୀ ସୁଶୀଲ କୁମାର ଭଟ୍ଟନାଗର ଇନ୍ଦିରାପୁରମ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ରେଣୁ ଭଟ୍ଟନାଗର ଓ ତାଙ୍କ ପରିବାରର କିଛି ସଦସ୍ୟ ଟଙ୍କା ପାଇଁ ତାଙ୍କ ପଛରେ ପଡ଼ିଛନ୍ତି । ଏପରିକି ତାଙ୍କ ପତ୍ନୀ ନିଜ ପୁଅ ଓ ଭଣଜାକୁ ବାଟରୁ ହଟାଇବା ଲାଗି ସ୍ଲୋ ପଏଜନ୍ ଦେଇଆସୁଥିଲେ । ଅଭିଯୋଗ ଆସିବା ପରେ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ପ୍ରକ୍ରିୟା ଜାରି କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

  • ଅସୁସ୍ଥ ହେବାପରେ ଘଟଣା ଜଣାପଡ଼ିଲା
ଯାଞ୍ଚ ବେଳେ ଅଭିଯୋଗକାରୀ ସୁଶୀଲ ଭଟ୍ଟନାଗର ପୋଲିସକୁ କହିଥିଲେ ଯେ, ଗତ କିଛି ସମୟ ଧରି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଲଗାତାର ବିଗୁଡୁଥିଲା । ଅନେକ ପରୀକ୍ଷା କରିବା ପରେ ତାଙ୍କ ଶରୀରରେ ବିଷ ମିଳିଥଲା । ଡାକ୍ତର କହିଥିଲେ ଯେ, ସ୍ଵାଭାବିକ ସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଏତେ ମାତ୍ରାରେ ବିଷ ପହଞ୍ଚିବ ନାହିଁ । ଏହାପରେ ଯେତେବେଳେ ଅନ୍ୟ ଡାକ୍ତରୀ ପରୀକ୍ଷା କରାଯାଇଥିଲା, ସେତେବେଳେ ଚମକାଇଦେବା ପରି ଖୁଲାସା ହୋଇଥିଲା । ଏହାପରେ ଅଭିଯୋଗକାରୀ ସୁଶୀଲ ଥାନାର ଦ୍ଵାରସ୍ଥ ହୋଇଥିଲେ ।

  • ସ୍ଲୋ ପଏଜନ୍‌ର ଷଡ଼ଯନ୍ତ୍ର
ପୋଲିସ ଯାଞ୍ଚରେ ଜାଣିବାକୁ ପାଇଛି ଯେ, ସୁଶୀଲ ଯେଉଁମାନଙ୍କ ଉପରେ ସନ୍ଦେହ କରୁଥିଲେ, ସେମାନଙ୍କ ଭୂମିକା ସାମ୍ନାକୁ ଆସିଥିଲା । ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ପୋଲିସ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଥିଲା ଓ ଡାକ୍ତରୀ ପରୀକ୍ଷା ମଧ୍ୟ କରିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ, ପୀଡ଼ିତମାନଙ୍କୁ ଲଗାତାର ଭାବେ ସ୍ଲୋ ପଏଜନ୍ ଦିଆଯାଉଥିଲା । ଏହାପରେ ଇନ୍ଦିରାପୁରମ ପୋଲିସ ନଭେମ୍ବର ୨୩ରେ ଅଭିଯୁକ୍ତ ମହିଳା ରେଣୁ ଭଟ୍ଟନାଗରଙ୍କୁ ଗିରଫ କରିଥିଲା । ମହିଳାଙ୍କୁ ଗିରଫ କରିବା ପରେ ପଚରାଉଚରା ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବୀମା ଟଙ୍କା ସହ ସମ୍ପତ୍ତି ଉପରେ ଥିଲା ନଜର
ପଚରାଉଚରା ସମୟରେ ଅଭିଯୁକ୍ତ ମହିଳା ସ୍ଵୀକାର କରିଥିଲେ ଯେ ସେ ସ୍ଵାମୀଙ୍କ ୫କୁ ୬ କୋଟି ମୂଲ୍ୟର ଟ୍ରାଭେଲ ଏଜେନ୍ସି ଥିଲା । ଏହାବ୍ୟତୀତ ତାଙ୍କ ସ୍ଵାମୀଙ୍କ ନାଁରେ ୨କୋଟିର ଜୀବନ ବୀମା ଥିଲା, ଯେଉଁଥିରେ ସେ ନିଜେ ନମିନି ଥିଲେ । ଟଙ୍କା ହଡ଼ପ କରିବା ଲାଗି ପତ୍ନୀ ଏହି ଷଡ଼ଯନ୍ତ୍ର କରିଥିଲେ । ଏହାପରେ ସ୍ଵାମୀ, ପୁଅ ଓ ଭଣଜାକୁ ବାଟରୁ ହଟାଇବା ଲାଗି ସ୍ଲୋ ପଏଜନ୍ ଦେଇଚାଲିଥିଲେ ମହିଳା । ନିଜ ନାଁରେ ସବୁ ସମ୍ପତ୍ତି କରିବା ଲାଗି ସେ ନିଜ ପୁଅ ଓ ଭଣଜାକୁ ମଧ୍ୟ ଟାର୍ଗେଟ୍ କରିଥିଲେ।

ପଢନ୍ତୁ ଏହି ଖବର: ଶୂନଶାନ ରାସ୍ତା, ଏକା ମହିଳା ଓ ସହାୟତା ଗୁହାରି....ଏମିତି ଫସିପାରନ୍ତି ଆପଣ

ଏବେ ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରିସାରିଥିବାବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ଭୂମିକା ଉପରେ ତଦନ୍ତ କରୁଛି । କିଏ ଏହି ଷଡ଼ଯନ୍ତ୍ର କରିଥିଲା ଓ ପରିବାର ଲୋକଙ୍କ ଭୂମିକା କଣ ଅଛି ତାହା ଉପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଛି ।