Videos
|
National

Ghughli Dustbin Scam / ୩ ହଜାର ଟଙ୍କାର ଡଷ୍ଟବିନ୍ କିଣାଗଲା ୧୪ ହଜାରରେ, ୮ ବର୍ଷ ପରେ ଖୋଲିଲା ଦୁର୍ନୀତିର ପୋଲ୍

Subhramjit Ray
Browse all articles by Subhramjit Ray
·41 mins ago·3 min read
୩ ହଜାର ଟଙ୍କାର ଡଷ୍ଟବିନ୍ କିଣାଗଲା ୧୪ ହଜାରରେ, ୮ ବର୍ଷ ପରେ ଖୋଲିଲା ଦୁର୍ନୀତିର ପୋଲ୍
Ghughli Dustbin Procurement Scam (Photo Source: Social Media/AI)

Key Points

ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲା ଘୁଘଲି ନଗର ପଞ୍ଚାୟତରେ ଡଷ୍ଟବିନ୍ କିଣାକୁ ନେଇ ୨୭.୩୬ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ୩ ହଜାର ଟଙ୍କାର ଡଷ୍ଟବିନ୍ ୧୪ ହଜାରରୁ ଅଧିକ ଟଙ୍କାରେ କିଣାଯାଇଥିବା ଅଭିଯୋଗ ରହିଛି। ଏହି ମାମଲାରେ EOW ୧୨ ଜଣଙ୍କ ବିରୋଧରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି।




ମହାରାଜଗଞ୍ଜ, ଉତ୍ତରପ୍ରଦେଶ (16/11): ଡଷ୍ଟବିନ୍ କିଣାରେ ହୋଇଛି ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ ପୁରା ୨୭.୩୬ ଲକ୍ଷ ଟଙ୍କାର ଦୁର୍ନୀତି। ପ୍ରାୟ ୮ ବର୍ଷ ପୁରୁଣା ଏହି ଦୁର୍ନୀତିରେ ଅର୍ଥନୈତିକ ଅପରାଧ ଶାଖା (EOW) ବର୍ତ୍ତମାନର ନଗର ପଞ୍ଚାୟତ ଅଧିକାରୀଙ୍କ ସମେତ ଅଧ୍ୟକ୍ଷ ଏବଂ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୧୨ ଜଣଙ୍କ ବିରୋଧରେ ଦୁର୍ନୀତି, ଠକେଇ ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର କରିବାର ମାମଲା ରୁଜୁ କରିଛି। ମେଦିନୀପୁର ନାରାୟଣପୁର ଟୋଲା ଅଞ୍ଚଳର ବାସିନ୍ଦା ଅଜିତ ସିଂହଙ୍କ ଅଭିଯୋଗ ପରେ ସରକାର ଏହା ମାମଲାର ତଦନ୍ତ ଭାର EOW ହାତକୁ ହସ୍ତାନ୍ତର କରିଛନ୍ତି। ତଦନ୍ତ ସମାପ୍ତ ହେବା ପରେ, ମାମଲା ରୁଜୁ ପାଇଁ ସରକାରୀ ଅନୁମୋଦନ ମିଳିଥିଲା। ପରେ ବାରାଣସୀ ସେକ୍ଟର ଠାରେ ଏକ ମାମଲା ରୁଜୁ କରାଯାଇଥିଲା।

କ'ଣ ରହିଛି ସମ୍ପୂର୍ଣ୍ଣ ମାମଲା?
ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଘୁଘଲି ନଗର ପଞ୍ଚାୟତରେ ଡଷ୍ଟବିନ୍ କିଣା ଦୁର୍ନୀତିରେ EOW ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାୟ ୮ ବର୍ଷ ପୁରୁଣା ଏହି ମାମଲାରେ ବର୍ତ୍ତମାନର ନଗର ପଞ୍ଚାୟତର ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ ଏବଂ ଅଧିକାରୀ ସମେତ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି, ସରକାରୀ ପାଣ୍ଠିର ଅପବ୍ୟବହାର, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ମଧ୍ୟ ଆସିଛି।

ଗତ ଅକ୍ଟୋବର ୨୮ ତାରିଖରେ EOW ର ବାରାଣସୀ ସେକ୍ଟର ଠାରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ନଗର ପଞ୍ଚାୟତ ସହିତ ଜଡିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ତଦନ୍ତରୁ ଜଣାପଡିଛି ଯେ ଗତ ୨୦୧୮ ରେ ୧୦୦ ଲିଟର କ୍ଷମତା ବିଶିଷ୍ଟ ୨୦୦ ଡଷ୍ଟବିନ୍ କିଣାଯାଇଥିଲା। ସ୍ଥାନୀୟ ବଜାରରେ ୨୪୦୦ ଟଙ୍କାରୁ ୩୪୦୦ ଟଙ୍କା ମୂଲ୍ୟଥିବା ଏହି ଡଷ୍ଟବିନ୍ ୧୪,୧୬୦ ଟଙ୍କାରେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କିଣାଯାଇଥିଲା। କେବଳ ଏତିକି ନୁହେଁ ଡଷ୍ଟବିନ୍ କ୍ରୟ ପାଇଁ ମୋଟ ୨୭.୩୬ ଲକ୍ଷ ଟଙ୍କା ଦିଆଯାଇଥିଲା। ତଦନ୍ତକାରୀ ସଂସ୍ଥା ଡଷ୍ଟବିନ୍ ର ବଜାର ଦର ଏବଂ କ୍ରୟ ମୂଳ୍ୟ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ଏକ ଆର୍ଥିକ ଅନିୟମିତତା ଭାବରେ ବିବେଚନା କରିଛି।

ଏହା ସହ ପଢନ୍ତୁ: ନଦୀ ଉପରେ ବନାଇଲେ ୯ କୋଟିର ପୋଲ; ହେଲେ ଭୁଲିଗଲେ ରାସ୍ତା ନିର୍ମାଣ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟେଣ୍ଡର ପ୍ରକ୍ରିୟା ୪ ଦିନ ମଧ୍ୟରେ ସମାପ୍ତ ହୋଇଥିଲା...
ଡଷ୍ଟବିନ୍ କ୍ରୟ ପାଇଁ ଟେଣ୍ଡର ଗତ ୨୦୧୮ ଅଗଷ୍ଟ ୨୪ ତାରିଖରେ ଜାରି ହୋଇଥିଲା। ଯାହା ସେହି ବର୍ଷ ସେପ୍ଟେମ୍ବର ୧ ତାରିଖରେ ଖୋଲାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବାର କମ୍ ସମୟ ଏବଂ ସରକାରୀ ନିର୍ଦ୍ଦେଶ ପାଳନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା ତିନୋଟି ଫାର୍ମ - ସୌରଭ ଆଗ୍ରୋ କେମିକାଲ୍ସ୍, ନାରାୟଣ ଆଗ୍ରୋ କେମିକାଲ୍ସ୍ ଏବଂ ଫର୍ଟିଲାଇଜର୍ସ ଏବଂ ସିଂହ ଆଗ୍ରୋ କେମିକାଲ୍ସ୍ ର ଦସ୍ତାବିଜ, ସେମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କ ବାବଦରେ ହୋଇଥିବା ତଦନ୍ତରୁ ମଧ୍ୟ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି।

୫ ବର୍ଷ ପରେ ଦୁଇଟି କିସ୍ତିରେ ହୋଇଥିଲା ୨୭.୩୬ ଲକ୍ଷ ଟଙ୍କା ପ୍ରଦାନ
ଏହି ମାମଲାର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଦେୟ ପ୍ରଦାନ। ଗତ ୨୦୧୮ ରେ ହୋଥିବା କ୍ରୟ ପ୍ରାୟ ୫ ବର୍ଷ ପରେ ୨୦୨୩ ରେ ପ୍ରଦାନ କରାଯାଇଥିଲା। ସୌରଭ ଆଗ୍ରୋ କେମିକାଲ୍ସ୍ କୁ ୨୦୨୩ ମେ ୨୦ ଏବଂ ଅଗଷ୍ଟ ୨୧ ତାରିଖରେ ୧୩.୬୮ ଲକ୍ଷ ଟଙ୍କା ଦୁଇଟି କିସ୍ତିରେ ମୋଟ ୨୭.୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସବ-ଇନ୍ସପେକ୍ଟର ସୁଧା ସିଂହଙ୍କ ଅଭିଯୋଗ ଆଧାରରେ ତତ୍କାଳୀନ ଘୁଘଲି ନଗର ପଞ୍ଚାୟତ ଅଧ୍ୟକ୍ଷା ଅଭିଯୁକ୍ତ ଉର୍ମିଳା ଦେବୀ, ତତ୍କାଳୀନ ଘୁଘଲି ଥାନା ଅଧିକାରୀ ହୀରା ପ୍ରସାଦ, କୋଟୱା ନିବାସୀ, ଘୁଗଲି ଥାନା, ସନ୍ତୋଷ ଜୟସୱାଲ ଘୁଘଲି ନଗର ପଞ୍ଚାୟତ ଅଧ୍ୟକ୍ଷ, ସତ୍ୟ ପ୍ରକାଶ ମିଶ୍ର, ତତ୍କାଳୀନ ନଗର ପଞ୍ଚାୟତ ପ୍ରଶାସକ, ଇନ୍ଦ୍ର ଭୂଷଣ ବର୍ମା, ବ୍ରିଜେଶ କୁମାର ଗୁପ୍ତା, ତତ୍କାଳୀନ ପରିବହନ ନିଗମର ବରିଷ୍ଠ ଫୋରମ୍ୟାନ୍ ଉମା ଶଙ୍କର, ସୌରଭ ଆଗ୍ରୋ କେମିକାଲସ୍ ମାଲିକ ସଞ୍ଜୟ ସିଂହ, ମେସର୍ସ ନାରାୟଣ ଆଗ୍ରୋ କେମିକାଲସ୍ ମାଲିକ ସୀମା ସିଂହ, ମେସର୍ସ ସୌରଭ ଆଗ୍ରୋ କେମିକାଲ୍ ଅଧିକୃତ ପ୍ରତିନିଧି ଲକ୍ଷ୍ମୀ ଶଙ୍କର ସିଂହଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୪୦୯, ୪୬୭, ୪୬୮, ୪୭୧, ଏବଂ ୧୨୦-ବି ଅନୁଯାୟୀ ମାମଲା ରୁଜୁ କରାଯାଇଛି।