Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଷ୍ଟେଲ ରୁମରେ ଶୋଇଥିଲା ବିଶାଳ ଅଜଗର; ଛାନିଆ ଛାତ୍ରୀ

National

Snake in Hostel Room / ହଷ୍ଟେଲ ରୁମରେ ଶୋଇଥିଲା ବିଶାଳ ଅଜଗର; ଛାନିଆ ଛାତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ହଷ୍ଟେଲ ରୁମରେ ଶୋଇଥିଲା ବିଶାଳ ଅଜଗର; ଛାନିଆ ଛାତ୍ରୀ
Snake in Hostel Room

Key Points

ହଠାତ୍ ହଷ୍ଟେଲରେ ବିଶାଳ ଅଜଗର ଠାବ
ସାପକୁ ଦେଖି ଭୟଭୀତ ହଷ୍ଟେଲ ଛାତ୍ରୀ
କେମିତି ହଷ୍ଟେଲରେ ପଶିଲା ବିଷଧର ?
ତେଲେଙ୍ଗାନାର ଖମ୍ମମ ଜିଲ୍ଲା ସତ୍ତୁପଲ୍ଲୀରେ ହଠାତ୍ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଆଦିବାସୀ କଲ୍ୟାଣ ବାଳିକା ଛାତ୍ରାବାସରେ ଏକ ବିଶାଳ ଅଜଗର ପଶିଥିଲା । ଖରାଛୁଟି ଯୋଗୁଁ ହଷ୍ଟେଲରେ କମ ଛାତ୍ରୀ ଥିଲେ । କିନ୍ତୁ ଯେଉଁମାନେ ହଷ୍ଟେଲରେ ଥିଲେ ସେମାନଙ୍କ ଲାଗି ଏହା କୌଣସି ଦୁଃସ୍ଵପ୍ନରୁ କମ୍ ନଥିଲା । ରୁମ ଭିତରେ ଏକ ବିଶାଳ ଅଜଗର ଶୋଇଥିବା ଛାତ୍ରୀମାନେ ଦେଖିବାକୁ ପାଇଥିଲେ ।

  • ରୁମରେ ଶୋଇଥିଲା ଅଜଗର
ଏହି ଘଟଣା ଗତ ଗୁରୁବାର ଘଟିଥିଲା । କିଛି ଛାତ୍ରୀ ହଷ୍ଟେଲର ଏକ ରୁମରେ ଏକ ବିଶାଳ ଅଜଗର ଶୋଇଥିବା ଦେଖିଥିଲେ । ଆରମ୍ଭରୁ କିଛି ସେକେଣ୍ଡ ସେମାନେ ମୋଟା ଜିନିଷଟା କଣ ବୁଝିପାରିନଥିଲେ । କିନ୍ତୁ ଯେତେବେଳେ ଜଣାପଡ଼ିଥିଲା ଯେ ତାହା ଏକ ବିଶାଳ ଅଜଗର ଏହାପରେ ପୂରା ହଷ୍ଟେଲ ପରିସରରେ ଭୟର ବାତାବରଣ ଖେଳିଯାଇଥିଲା । ସମସ୍ତେ ଭୟଭୀତ ହୋଇ ହଷ୍ଟେଲ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ହଷ୍ଟେଲ କର୍ମଚାରୀ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ନେଇ ଛାତ୍ରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ ।


  • ଏମିତି ହେଲା ରେସ୍କ୍ୟୁ
ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା ଓ ବନ ବିଭାଗକୁ ଦିଆଯାଇଥିଲା । ଏହାପରେ ଜଣେ ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ବିନା ଭୟରେ ସ୍ଥିତିକୁ ସମ୍ଭାଳିଥିଲେ ଓ ସାବଧାନର ସହିତ ଅଜଗରକୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଅଭିଜ୍ଞତା ଥିବାରୁ ସୁରକ୍ଷିତ ଭାବେ ଅବସରପ୍ରାପ୍ତ ବନ ବିଭାଗର କର୍ମଚାରୀ ଜଣକ ବିଶାଳ ଅଜଗରକୁ ଉଦ୍ଧାର କରିଥିଲେ ।

ପଢନ୍ତୁ ଏହି ଖବର: AC ଭିତରୁ ମୁଣ୍ଡ କାଢିଲା ସାପ; ଘରେ ଏସି ଲଗାଇ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ

ଏହାପରେ ଅଜଗରକୁ ହଷ୍ଟେଲ ପରିସରରୁ ବାହାର କରାଯାଇଥିଲା ଓ ଏହାକୁ ପାଖରେ ଥିବା ଏକ ଜଙ୍ଗଲରେ ସାପର ପ୍ରାକୃତିକ ଆବାସରେ ଛଡ଼ାଯାଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ଓ ହଷ୍ଟେଲ ଛାତ୍ରୀମାନେ ଦୀର୍ଘନିଶ୍ଵାସ ନେଇଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜଙ୍ଗଲ ଏବଂ ଗ୍ରାମାଞ୍ଚଳରେ ଥିବା ଏପରି ସଂସ୍ଥାନଗୁଡ଼ିକରେ ମଝିରେ ମଝିରେ ସୁରକ୍ଷା ସମ୍ବନ୍ଧୀୟ ଯାଞ୍ଚ କରାଯିବା ଆବଶ୍ୟକ । ଫଳରେ ସମୟ ପୂର୍ବରୁ କୌଣସି ଅଘଟଣକୁ ରୋକାଯାଇପାରିବ । 


ଖରାଦିନେ ପ୍ରବଳ ଗରମ ଯୋଗୁଁ ସାପମାନେ ଗାତରୁ ବାହାରି ଆସନ୍ତି ଓ ଥଣ୍ଡା ସ୍ଥାନରେ ଆଶ୍ରୟ ନିଅନ୍ତି । ଏଣୁ ଖରାଦିନେ ଅଧିକ ସାପ କାମୁଡ଼ା ଘଟଣା ସାମ୍ନାକୁ ଆସେ । ଯଦି ଆପଣଙ୍କ ଘର ଜଙ୍ଗଲ ନିକଟରେ ତେବେ ସର୍ବଦା ସାବଧାନରେ ରୁହନ୍ତୁ । ଘରୁ ବାହାରିବା ପୂର୍ବରୁ ଭୂମିକୁ ଭଲରେ ଦେଖନ୍ତୁ । କଣ ସ୍ଥାନଗୁଡ଼ିକୁ ନଜରରେ ରଖନ୍ତୁ । ଏଭଳି ବିପଦରୁ ବର୍ତ୍ତିବା ପାଇଁ ଆମେ ସମସ୍ତେ ସାବଧାନତା ଅବଲମ୍ବନ କରିବା ଜରୁରୀ । ନଚେତ ଅଘଟଣ ଘଟିବାର ବହୁତ ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Giant Python Enters Girls’ Hostel, Triggers Panic; Retired Forest Official Rescues Snake | Argus News