Snake In AC / AC ଭିତରୁ ମୁଣ୍ଡ କାଢିଲା ସାପ; ଘରେ ଏସି ଲଗାଇ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ
·4 months ago·2 min read

Key Points
ଏସି ଭିତରୁ ବାହାରିଲା ବିଷଧର
ଛାନିଆ ଶୁଭ୍ରଜିତ, ଡାକିଲେ ସ୍ନେକ୍ ହେଲ୍ପ ଲାଇନ୍
ଛାନିଆ ଶୁଭ୍ରଜିତ, ଡାକିଲେ ସ୍ନେକ୍ ହେଲ୍ପ ଲାଇନ୍
ରାଜ୍ୟରେ ଏବେ କଲବଲ କରୁଛି ତାତି । ପାରଦ ଏବେ ୪୫ ଡିଗ୍ରୀ ମୁହାଁ ହେଲାଣି । ପ୍ରବଳ ତାତିରୁ ବର୍ତ୍ତିବା ପାଇଁ ଏବେ ଘରେ ଘରେ ଏସି ବ୍ୟବହାର ହେଉଛି । ଦିନ କଣ ରାତି, ଏବେ ସମସ୍ତେ ଏସି ଲଗାଇ ଆରାମ କରୁଛନ୍ତି । ଯଦି ଆପଣ ବି ନିଜ ଘରେ ଏସି ଲଗାଇ ଆରାମରେ ଶୋଉଛନ୍ତି, ତେବେ ଟିକେ ସାବଧାନ ହୋଇଯାଆନ୍ତୁ । କାରଣ ଏସି ଭିତରୁ ବାହାରିଛି ବିଷଧର । ହଠାତ୍ ଏସି ଭିତରେ ସାପ ମୁଣ୍ଡ କାଢିବା ଦେଖି ଶୁଭ୍ରଜିତ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପଢନ୍ତୁ ଏହି ଖବର: ରାଜ୍ୟରେ ୪୫ ଡିଗ୍ରୀ ମୁହାଁ ପାରଦ, ୧୩ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ଆଲର୍ଟ
- AC ଭିତରେ ବିଷଧର, ଛାନିଆ ଶୁଭ୍ରଜିତ୍
- ଘଣ୍ଟାଏ ପରେ ବାହାରିଲା ସାପ
ପଢନ୍ତୁ ଏହି ଖବର: ରାଜ୍ୟରେ ୪୫ ଡିଗ୍ରୀ ମୁହାଁ ପାରଦ, ୧୩ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ଆଲର୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି, ଏବେ ରାଜ୍ୟରେ ତାତି ବଢିବାରେ ଲାଗିଛି । ବିଶେଷ କରି ପଶ୍ଚିମରେ ସ୍ଥିତି ଅସମ୍ଭାଳ ହେଉଛି । ଆଜି ବି ପଶ୍ଚିମ ଓଡ଼ିଶାରେ କଲବଲ କରିବ ତାତି । ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଯଦି ଆମେ ବୌଦ୍ଧ ଜିଲ୍ଲାର ତାପମାତ୍ରା କଥା କହିବା, ତେବେ ଗତକାଲି ଜିଲ୍ଲାରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ରାଜ୍ୟର ଅନ୍ୟ ପଶ୍ଚିମ ଜିଲ୍ଲା ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁର ୪୩.୬ ଡିଗ୍ରୀ ଏବଂ ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।
Related Topics
Explore more stories