Middle East War Impact / ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ବିପଦରେ ଇଣ୍ଟରନେଟ୍; ବନ୍ଦ ହୋଇପାରେ ଯୋଗାଯୋଗ!
·5 months ago·2 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ଏବେ ବୈଶ୍ୱିକ ଇଣ୍ଟରନେଟ୍ ସେବା ବାଧିତ ହୋଇପାରେ।
Global Internet Network: ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ବନ୍ଦ ହୋଇପାରେ ବୈଶ୍ୱିକ ଇଣ୍ଟରନେଟ ସେବା। ବର୍ତ୍ତମାନ ଚାଲିଥିବା ଯୁଦ୍ଧ କାରଣରୁ ଇଣ୍ଟରନେଟ୍ ସେବା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା କେବୁଲ୍ ଏବେ ସୁରକ୍ଷାଗତ କାରଣକୁ ନେଇ ବିପଦରେ ରହିଛି। ଯାହାର ଉଦାହରଣ ଏବେ ସାମ୍ନାକୁ ଆସିସାରିଛି। ଇରାନ ସମର୍ଥିତ ହୁଥି ବିଦ୍ରୋହୀ ଲାଲ ସାଗରରେ ଇଣ୍ଟରନେଟ୍ କେବୁଲ୍ କାଟି ଦେବା ପାଇଁ ଧମକ ପୂର୍ବରୁ ଅନେକ ଥର ଧମକ ଦେଇ ସାରିଛନ୍ତି।
ଯୁଦ୍ଧ ମଧ୍ୟରେ ଅନେକ ବିଶେଷଜ୍ଞ ଇଣ୍ଟରନେଟ୍ କେବୁଲ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଗତ ବର୍ଷ ସେପ୍ଟମ୍ବର ମାସରେ ଏ ସମ୍ପର୍କିତ ଏକ ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ଏକ ବାଣିଜ୍ୟକ ଜାହାଜର ଆଙ୍କର କାରଣରୁ ସମୁଦ୍ରରେ ବିଛା ଯାଇଥିବା କେବୁଲ କ୍ଷତିଗ୍ରସ୍ତ ହୋଇଥିଲା। ଯେଉଁ କାରଣରୁ ଦକ୍ଷିଣ-ପଶ୍ଚିମ ଏସିଆ ଦେଶରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଥିଲା। ଯାହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା। ଯଦିଓ କେବୁଲ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇନଥିଲା ସେଥିପାଇଁ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇନଥିଲା। ହେଲେ ନେଟୱାର୍କ ବେଗ ବହୁ ମାତ୍ରାରେ ହ୍ରାସ ପାଇଥିଲା।
ଇଣ୍ଟରନେଚଟ କେବୁଲ ପ୍ରୋଟେକସନ୍ କମିଟି ରିପୋର୍ଟ ଅନୁସାରେ ସେହି ଘଟଣାରେ ମୁଖ୍ୟତଃ ଚାରୋଟି କେବୁଲ କ୍ଷତିଗ୍ରସ୍ତ ହୋଇଥିଲା। ଏହା ମଧ୍ୟରେ ଦକ୍ଷିଣ-ପୂର୍ବ-ମଧ୍ୟ-ପୂର୍ବ-ପଶ୍ଚିମ ୟୁରୋପ, ଭାରତ-ମଧ୍ୟ ପ୍ରାଚ୍ୟ-ପଶ୍ଚିମ ୟୁରୋପ, ତୃତୀୟରେ ଫାଲକନ୍ ଏବଂ ଚତୁର୍ଥରେ ଭାରତ-ୟୁରୋପ କେବୁଲ କ୍ଷତିଗ୍ରସ୍ତ ହୋଇଥିଲା।
ସମୁଦ୍ରରେ ବିଛା ଯାଇଥିବା କେବୁଲ ବେଳେ ବେଳେ ବିଶାଳକାୟ ସାମୁଦ୍ରିକ ମାଛ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହା ବ୍ୟତୀତ ଜାହାଜର ଲଙ୍ଗର କାରଣରୁ ମଧ୍ୟ ଏହି କେବୁଲ ପ୍ରଭାବିତ ହୋଇଥାଏ। ହେଲେ ମଧ୍ୟ ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଜାଣିଶୁଣି ଇଣ୍ଟରନେଟ୍ କେବୁଲ କାଟି ଦେବାକୁ ଧମକ ଦେବା ଘଟଣା ଏବେ ଏହାର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହା ଦ୍ୱାରା ଇଣ୍ଟରନେଟ୍ ସେବା ବାଧିତ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶାଳ ସମୁଦ୍ର ଗର୍ଭରେ ବିଛା ଯାଇଥିବା ଇଣ୍ଟରନେଟ୍ କନେକ୍ଟିଭିଟି ଫାଇବର କେବୁଲ ସବୁ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଭାରତ କଥା କୁହାଯାଏ ତାହେଲେ ଆମ ଦେଶର ଅର୍ଥବ୍ୟବସ୍ଥାରେ ଡିଜିଟାଲ ସେବା, ଅନଲାଇନ୍ ପେମେଣ୍ଟ୍ ଏବଂ ଏଆଇ କାରାବାର ବହୁଳ ମାତ୍ରାରେ ହେଉଛି। ଯଦି ଇଣ୍ଟରନେଟ ସେବା ବାଧିତ ହୁଏ ତାହେଲେ ତାହାଲେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜୋରଦାର ଝଟକା ଲାଗିବ।
ବିଶ୍ୱବ୍ୟାପୀ ହେଉଥିବା ୯୫% ଡାଟା ନେଣ-ଦେଣ ସମୁଦ୍ରରେ ବିଛା ଯାଇଥିବା ଏହି ଅପ୍ଟିକ ଫାଇବର କେବୁଲ୍ ମାଧ୍ୟମରେ ହୋଇଥାଏ। ଭାରତରେ ଏବେ ପ୍ରାୟ ୧୭ କେବୁଲ ରହିଛି। ଏହି କେବୁଲ ମୁମ୍ବାଇ, ଚେନ୍ନାଇ, କୋଚ୍ଚି,ତୁତିକୋରିନ୍, ଥିରୁଭାଅନନ୍ତପୁରମ୍ ଠାରେ ଅବସ୍ଥିତ ଲ୍ୟାଣ୍ଡିଂ ଷ୍ଟେସନ ସହ ଯୋଡ଼ି ହୋଇଛି। ଦେଶରେ ଇଣ୍ଟରନେଟ୍ ଟ୍ରାଫିକ୍ ର ଏକ ସିଂହଭାଗ ମୁମ୍ବାଇ-ଚେନ୍ନାଇ ଦେଇ ପ୍ରଭାବିତ ହୋଇଥାଏ। ଯଦି ଦେଶର ଏହି ପ୍ରମୁଖ ସ୍ଥାନରେ କୌଣସି ପ୍ରକାରର ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଅଥବା ବୈଷୟିକ ସମସ୍ୟା ଉପୁଜେ ତାହେଲେ ଦେଶର ଏକ ବଡ଼ ଭାଗରେ ଇଣ୍ଟରନେଟ୍ ସେବା ବାଧିତ ହୋଇପାରେ।
ଏଥିସହ ପଢ଼ନ୍ତୁ: ଆମେରିକା ପାଇଁ ବଢ଼ିଲା ମୁସ୍କିଲ୍; ସ୍ପେନ୍ ବନ୍ଦ କରିଦେଲା ବାୟୁ ସୀମା

Related Topics
Explore more stories