Videos
|
National

3 Free LPG Cylinders / LPG ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକୁ ମାଗଣାରେ ମିଳିବ ୩ଟି ସିଲିଣ୍ଡର...ଆଜିଠୁ ଆବେଦନ ଆରମ୍ଭ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
LPG ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକୁ ମାଗଣାରେ ମିଳିବ ୩ଟି ସିଲିଣ୍ଡର...ଆଜିଠୁ ଆବେଦନ ଆରମ୍ଭ
Free LPG Cylinders

Key Points

LPG ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି
୩ଟି LPG ସିଲିଣ୍ଡର ପାଇଁ ମିଳିବ ୩,୦୦୦
ଜାଣନ୍ତୁ କିଏ ପାଇବେ ଲାଭ
LPG ସିଲିଣ୍ଡରକୁ ନେଇ ଆସିଛି ବଡ଼ ଖବର । ରୋଷେଇ ଗ୍ୟାସ୍‌ର ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ ଲୋକଙ୍କୁ ବଡ଼ ଆରାମ ଦେବାକୁ ଗୋଆ ସରକାର ଘୋଷଣା କରିଛନ୍ତି ଏକ ବିଶେଷ ଯୋଜନା । ଏହି ଯୋଜନା ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତିବର୍ଷ ୩ଟି LPG ସିଲିଣ୍ଡର ପାଇଁ ମିଳିବ ଆର୍ଥିକ ସହାୟତା । ଆଉ ସବୁଠାରୁ ବଡ଼ କଥା—ପ୍ରାୟ ୩,୦୦୦ ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ସରକାର କହିଛି । ତେବେ କିଏ ପାଇବେ ଏହି ସୁବିଧା? ଆବେଦନ କେଉଁଠାରେ କରିବେ? କେଉଁ କେଉଁ ଡକ୍ୟୁମେଣ୍ଟ ଦରକାର ? ଆସନ୍ତୁ ଜାଣିବା...

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଯୋଜନାର ଲାଭ ପାଇବା ପାଇଁ ଲାଭାର୍ଥୀଙ୍କୁ ଆବେଦନ ଫର୍ମ ଭରିବାକୁ ପଡ଼ିବ । ସୂଚନା ଅନୁସାରେ, ୫ ସେପ୍ଟେମ୍ବରରୁ ପଞ୍ଚାୟତ ଏବଂ ବିଧାୟକଙ୍କ କାର୍ଯ୍ୟାଳୟରେ ଆବେଦନ ଫର୍ମ ଉପଲବ୍ଧ ହେବ । ଏହାପରେ ୯ ସେପ୍ଟେମ୍ବରରୁ ଯୋଗ୍ୟ ଲୋକଙ୍କ ଖାତାକୁ ୩,୦୦୦ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ମାନସିକ ବିକାର ମହିଳାଙ୍କୁ ଦୁଷ୍କର୍ମରୁ ବଞ୍ଚାଇଲା ବୁଲା କୁକୁର; ମଦ୍ୟପ ଯୁବକଙ୍କୁ କଲା ନାକେଦମ


ଏହି ଯୋଜନା ନୂଆ ନୁହେଁ । ୨୦୨୨ ମସିହାର ଗୋଆ ବିଧାନସଭା ନିର୍ବାଚନ ସମୟରେ ପ୍ରତିବର୍ଷ ୩ଟି LPG ସିଲିଣ୍ଡର ମାଗଣା ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏବେ ସେହି ପ୍ରତିଶ୍ରୁତିକୁ ଯୋଜନା ଆକାରରେ ଲାଗୁ କରାଯାଉଛି ବୋଲି ସରକାର ପକ୍ଷରୁ କୁହାଯାଇଛି ।

ତେବେ ଏହି ଯୋଜନାର ଲାଭ ସମସ୍ତ LPG ଗ୍ରାହକଙ୍କୁ ମିଳିବ ନାହିଁ । କେବଳ ଗୋଆର ସ୍ଥାନୀୟ ବାସିନ୍ଦାମାନେ ଏହାର ଲାଭ ପାଇବାକୁ ଯୋଗ୍ୟ ହେବେ। ଅନ୍ୟ ରାଜ୍ୟରୁ ଆସି ଗୋଆରେ ରହୁଥିବା ଲୋକମାନେ ଏହି ସୁବିଧା ପାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ଦାବି କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନ କରିବା ସମୟରେ ବ୍ୟାଙ୍କ ଆକାଉଣ୍ଟର ବିବରଣୀ, ଆଧାର କାର୍ଡ ଏବଂ Voter IDର କପି ଭଳି ଡକ୍ୟୁମେଣ୍ଟ ଦରକାର ହେବ । ବିଶେଷ କଥା ହେଉଛି, ଏହି ଯୋଜନାରେ Voter IDକୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ଦେଖାଯାଉଛି, କାରଣ ଏହା ମାଧ୍ୟମରେ ଆବେଦନକାରୀ ଗୋଆର ସ୍ଥାନୀୟ ବାସିନ୍ଦା କି ନୁହେଁ, ତାହା ଯାଞ୍ଚ କରାଯାଇପାରିବ ।

ବର୍ତ୍ତମାନ LPG ଯୋଗାଣକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବା ସମୟରେ ଗୋଆ ସରକାରଙ୍କ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ଗୋଟିଏ ପଟେ LPG ବ୍ୟବହାର ଜାରି ରହିଥିବାବେଳେ, ଅନ୍ୟପଟେ ସରକାର PNG ଭଳି ବିକଳ୍ପ ଇନ୍ଧନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।