Videos
|
Viral stories

Stray Dogs Saved Woman / ମାନସିକ ବିକାର ମହିଳାଙ୍କୁ ଦୁଷ୍କର୍ମରୁ ବଞ୍ଚାଇଲା ବୁଲା କୁକୁର; ମଦ୍ୟପ ଯୁବକଙ୍କୁ କଲା ନାକେଦମ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ମାନସିକ ବିକାର ମହିଳାଙ୍କୁ ଦୁଷ୍କର୍ମରୁ ବଞ୍ଚାଇଲା ବୁଲା କୁକୁର; ମଦ୍ୟପ ଯୁବକଙ୍କୁ କଲା ନାକେଦମ
Stray dogs in Coimbatore

Key Points

ମହିଳାଙ୍କ ଇଜ୍ଜତ ରଖିଦେଲେ ବୁଲା କୁକୁର
ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଯୁବକ
ଚେନ୍ନାଇ: ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଇଜ୍ଜତ ରଖିଦେଲା ବୁଲା କୁକୁର । ମହିଳାଙ୍କ ଅସହାୟତାର ଫାଇଦା ନେବାକୁ ବସିଥିବା ଯୌନ ରାକ୍ଷସକୁ ପାନେ ଦେଲା କୁକୁର । ତେବେ ରାସ୍ତାରେ ବୁଲୁଥିବା ଏହି ପଶୁର ବିଶ୍ଵସନୀୟତା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି । ଏପରି ଏକ ଘଟଣା ତାମିଲନାଡୁର କୋଏମ୍ବାଟୁରରୁ ଆସିଛି । ଥୁଡିୟାଲୁର ଅଞ୍ଚଳର କିଛି ବୁଲା କୁକୁର ଜଣେ ମାନସିକ ଭାବେ ବିକୃତ ମହିଳାଙ୍କୁ ଖରାପ ଉଦ୍ଦେଶ୍ଯ ରଖିଥିବା ଯୁବକ ହାବୁଡ଼ରୁ ବଞ୍ଚାଇଦେଇଛନ୍ତି ।

  • ସିସିଟିଭି ଫୁଟେଜରୁ ଜଣାପଡ଼ିଲା
ମହିଳା ଜଣକ ମାନସିକ ଭାବେ ସୁସ୍ଥ ନଥିବାରୁ ସେ ଏ ସମ୍ପର୍କରେ କାହାକୁ କହିନଥିଲେ । ଯଦି ସେହି ସ୍ଥାନରେ କ୍ୟାମେରା ନଥାନ୍ତା, ହୁଏତ ଏହି ଘଟଣା ସମ୍ପର୍କରେ କେହି ଜାଣି ବି ନଥାନ୍ତେ । ହେଲେ ସିସିଟିଭି ଫୁଟେଜରୁ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିଛି । ଏହି ଘଟଣା ଏନଜିଜିଓ କଲୋନୀ ନିକଟ ରେଲୱେ ଓଭରବ୍ରିଜ ପାଖରେ ଗୁରୁବାର ରାତି ପ୍ରାୟ ୨ଟା ବେଳେ ଘଟିଥିଲା । ମହିଳା ଜଣକ ଜଣେ ସମ୍ପର୍କୀୟଙ୍କ ଘର ବାହାରେ ବସିଥିଲେ । ଠିକ୍ ସେତିକିବେଳେ ସେଠାରେ ଜଣେ ୧୭ ବର୍ଷୀୟ ଯୁବକ ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲା । ଏହାପରେ ସେ ମହିଳାଙ୍କ ସହିତ ଦୁର୍ବ୍ୟବହାର ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ହେଲେ ପଶୁ ହୋଇ ମଧ୍ୟ ବୁଲା କୁକୁରମାନେ ମହିଳାଙ୍କ ପ୍ରତି ବିପଦ ଥିବା ବୁଝିପାରିଥିଲେ ।

  • ବୁଲା କୁକୁର ରଖିଦେଲା ଇଜ୍ଜତ
ଯେତେବେଳେ ଅଭିଯୁକ୍ତ ଯୁବକ ମହିଳାଙ୍କୁ ଧରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ, ସେତେବେଳେ ମହିଳା ଜଣକ ଖୁବ ଜୋରରେ ଶବ୍ଦ କରିଥିଲେ । ଠିକ୍ ଏହି ସମୟରେ ପ୍ରଥମେ ଗୋଟିଏ କୁକୁର ବଞ୍ଚାଇବାକୁ ଆସିଥିଲା । ସେ ଅଭିଯୁକ୍ତର ଗୋଡ଼କୁ କାମୁଡ଼ି ଦେଇଥିଲା । ଏହାପରେ ଅନେକ ବୁଲାକୁକୁର ଅଭିଯୁକ୍ତକୁ ଘେରି ଯାଇଥିଲେ । ଏହାପରେ ଭୟରେ ଅଭିଯୁକ୍ତ ଯୁବକ ସେଠାରୁ ଦୌଡ଼ି ପଳାଇଥିଲା ।

ପଢନ୍ତୁ ଏହି ଖବର: ସ୍କୁଲ ଭ୍ୟାନ୍ ଭିତରେ ୩ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ, ଡ୍ରାଇଭର ଗିରଫ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କେମିତି ଘଟଣା ଜଣାପଡ଼ିଲା ?
ରାତିଅଧରେ ଏହି ଘଟଣା ଘଟିଥିବାରୁ ସେଠାରେ କେହି ଉପସ୍ଥିନ ନଥିଲେ । କେହି ଏ ସମ୍ପର୍କରେ ଜାଣିନଥିଲେ । ପୋଲିସ ଅନ୍ୟ ଏକ ମାମଲାର ଯାଞ୍ଚ ପାଇଁ ସିସିଟିଭି ଫୁଟେଜ୍ ଦେଖୁଥିବାବେଳେ ଏହି ପୂରା ଘଟଣା ଜାଣିବାକୁ ପାଇଥିଲା । ସିସିଟିଭି ଫୁଟେଜରେ କିପରି ବୁଲା କୁକୁର ମନ୍ଦ ଉଦ୍ଦେଶ୍ୟ ରଖିଥିବା ନିଶାସକ୍ତ ଯୁବକ କବଳରୁ ମହିଳା ଜଣକୁ ଉଦ୍ଧାର କଲେ, ତାହା ସ୍ପଷ୍ଟ ଦିଶିଥିଲା । ଏହାପରେ ପୋଲିସ ଉକ୍ତ ଯୁବକକୁ ଚିହ୍ନଟ କରି ଶୁକ୍ରବାର ଗିରଫ କରିଛି । ଅଭିଯୁକ୍ତ ଜଣକ ଗଣେଶ ନଗରର ଅଧିବାସୀ । ସେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିଲା । ପୋଲିସ ଉକ୍ତ ନାବାଳକ ଜଣକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରିଥିଲା, ଏହାପରେ ତାକୁ ବାଳ ସୁଧାର ଗୃହକୁ ପଠାଯାଇଛି । ଏହି ଘଟଣା ପରେ ଏବେ ବୁଲା କୁକୁରଙ୍କ ବିଶ୍ଵସନୀୟତାକୁ ନେଇ ଚର୍ଚ୍ଚା ହେଉଛି ।