Videos
|
National

Telangana gold treasure / ଖନନ ବେଳେ ମିଳିଲା କୋଟି କୋଟି ଟଙ୍କା ମୂଲ୍ୟର ସୁନା; ମାଲିକାନା ସତ୍ତ୍ୱକୁ ନେଇ ତେଜିଲା ବିବାଦ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଖନନ ବେଳେ ମିଳିଲା କୋଟି କୋଟି ଟଙ୍କା ମୂଲ୍ୟର ସୁନା; ମାଲିକାନା ସତ୍ତ୍ୱକୁ ନେଇ ତେଜିଲା ବିବାଦ
Telangana Gold Treasure

Key Points

ଅଭିଯୋଗକାରୀ ପୋଲିସକୁ କହିଥିଲେ ଯେ ସୁନା ତାଙ୍କ ପରିବାରର ଜମିରୁ ମିଳିଛି। ତାଙ୍କୁ ଏ ବିଷୟରେ କୌଣସି ସୂଚନା ମିଳିନଥିଲା, କିମ୍ବା ତାଙ୍କୁ କୌଣସି ଅଂଶ ମଧ୍ୟ ଦିଆଯାଇ ନଥିଲା।
Telangana treasure ownership dispute:  ସଦ୍ୟ ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାର ଏକ ଜମିରେ ହୋଇଥିବା ଖନନ ବେଳେ ମିଳିଛି ବିପୁଳ ପରିମାଣ ସୁନା। ଆଉ ଏହି ଖବର ସାମ୍ନାକୁ ଆସିବା ପରେ ସୁନାର ମାଲିକାନା ସତ୍ତ୍ୱକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗତ ଜୁନ୍ ୨୪ ତାରିଖରେ, ଜଣେ ମହିଳା ଶ୍ରମିକ ପ୍ରାୟ ୬ ଏକର ଜମିରେ ଘାସ କାଟି ସଫା କରୁଥିଲେ। ଜମିରେ କାମ କରିବା ସମୟରେ ମାଟିରେ ସେ ଏକ ଚକଚକିଆ ଧାତୁ ଖଣ୍ଡ ଦେଖିବାକୁ ପାଇଥିଲେ। ସେହି ଜମିକୁ ଖୋଳିବା ସମୟରେ ତାଙ୍କୁ ଆହୁରି ସୁନା ଅଳଙ୍କାର ମିଳିଥିଲା। ଏନେଇ ଗାଁ ଲୋକେ ଦାବି କରିଛନ୍ତି ଯେ ସେହି ଜମିରୁ ମିଳିଥିବା ସୁନାର ଓଜନ ପ୍ରାୟ ୫୦୦ ଗ୍ରାମ ରହିଥିଲା। ଯଦିଓ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ଏହାର ପରିମାଣ କିମ୍ବା ମୂଲ୍ୟ ନିଶ୍ଚିତ କରିନାହିଁ।

ସୁନାର ମାଲିକାନା ସତ୍ତ୍ୱକୁ ନେଇ ତେଜିଲା ବିବାଦ
ସ୍ଥାନୀୟ ଗ୍ରାମବାସୀଙ୍କ କହିବା କଥା ଯେ ମହିଳା ଶ୍ରମିକ ଜଣଙ୍କ ଜମି ମାଲିକ ଚାଷୀଙ୍କୁ ସେହି ସୁନ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବ ମାଲିକଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ଏକ ନୂତନ ମୋଡ଼ ନେଇଥିଲା। ଅଭିଯୋଗକାରୀ କହିଛନ୍ତି ଏହି ଜମି ବିକ୍ରୟ ପୂର୍ବରୁ ଏହାର ତାଙ୍କ ପରିବାରର ଥିଲା। ବର୍ତ୍ତମାନର ଜମି ମାଲିକ ଏବଂ ଶ୍ରମିକ ତାଙ୍କୁ ନଜଣାଇ ଜମିରୁ ମିଳିଥିବା ସୁନାକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ।

ଏହା ସହ ପଢନ୍ତୁ: ଭାଙ୍ଗିଦେଲେ ୮୦୦ ବର୍ଷର ପୁରୁଣା ଶିବ ମନ୍ଦିର; ହଠାତ୍ ଆବିର୍ଭାବ ହେଲେ ଗଣପତି

ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ ସୁନା ତାଙ୍କ ପରିବାରର ଜମିରୁ ମିଳିଥିଲା। ତାଙ୍କୁ ସୁନା ମିଳିବା ବିଷୟରେ ସୂଚନା ଦିଆଯାଇ ନଥିଲା। ତାଙ୍କୁ ଏଥିରୁ କୌଣସି ଭାଗ ଦିଆଯାଇ ନଥିଲା। ପୋଲିସ ସୁନା ମିଳିବା ଘଟଣାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି। ଏହି ସୁନା ସେହି ଜମିରେ କାମ କୁରଥିବା ମହିଳା ଶ୍ରମିକଙ୍କୁ କିପରି ମିଳିଲା ଏବଂ ଏଥିରେ କାହାର ଆଇନଗତ ଅଧିକାର ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ଚେନ୍ନାରାୟୋପେଟ୍ ମଣ୍ଡଳର କୋପାକୁଲାପାଡୁ ଗ୍ରାମରେ ଘଟିଛି।

ସୁନା ମିଲିବା ପରେ ପୁଣି ଚର୍ଚ୍ଚାକୁ ଆସିଲା ୱାରାଙ୍ଗଲର ଇତିହାସ
ଏହି ଖବର ପ୍ରସାରିତ ହେବା ମାତ୍ରେ ବହୁ ସଂଖ୍ୟକ ଲୋକ ସେହି ଗ୍ରାମରେ ପହଞ୍ଚିଥିଲେ। ଅନେକ ଲୋକ ସେହି ଜମିକୁ ଦେଖିବାକୁ ଆସିଥିଲେ ଯେଉଁଠି ସୁନା ମିଳିଥିଲା। ଏହା ୱାରାଙ୍ଗଲର ସମୃଦ୍ଧ ଐତିହାସିକ କାହାଣୀକୁ ପୁଣି ଥରେ ଲୋକଲୋଚନକୁ ଆଣିଛି। ପୂର୍ବରୁ ଓରୁଗାଲୁ ନାମରେ ଜଣାଶୁଣା, ୱାରାଙ୍ଗଲ କାକତୀୟ ରାଜବଂଶର ରାଜଧାନୀ ରହିଥିଲା। ଯେଉଁମାନେ ଦ୍ୱାଦଶ-ତ୍ରେୟାଦଶ ଶତାବ୍ଦୀରେ ତେଲୁଗୁ ଅଞ୍ଚଳର ଏକ ବଡ଼ ଅଂଶରେ ରାଜତ୍ୱ କରିଥିଲେ। କାକତୀୟ ଶାସକ ୱାରାଙ୍ଗଲ ଦୁର୍ଗ, ହଜାର ସ୍ତମ୍ଭ ମନ୍ଦିର ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥାନ ରାମାପ୍ପା ମନ୍ଦିର ନିର୍ମାଣ କରିଥିଲେ। ଏହି ରାଜ୍ୟ ସୁନା, ହୀରା ଏବଂ ମୂଲ୍ୟବାନ ଅଳଙ୍କାର ସମେତ ଏହାର ଅପାର ଧନ ସମ୍ପତ୍ତି ପାଇଁ ଜଣାଶୁଣା ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Telangana: Gold Treasure Found in Field Sparks Loot and Ownership Claims | Argus News