Ancient Shiva Temple Demolished / ଭାଙ୍ଗିଦେଲେ ୮୦୦ ବର୍ଷର ପୁରୁଣା ଶିବ ମନ୍ଦିର; ହଠାତ୍ ଆବିର୍ଭାବ ହେଲେ ଗଣପତି
·3 months ago·3 min read

Key Points
ଏହି ଐତିହାସିକ ଶିବ ମନ୍ଦିର "କୋଟା କଟ୍ଟା" ଦୁର୍ଗ ଅଞ୍ଚଳରେ ଅବସ୍ଥିତ ଥିଲା। ଯାହା ପ୍ରାଚୀନ ପୁଷ୍କରିଣୀ, ପ୍ରାଚୀର ଏବଂ ପୁରୁଣା କାକତୀୟ ଦୁର୍ଗ ପାଇଁ ପ୍ରସିଦ୍ଧ। ଐତିହ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏହି ଢାଞ୍ଚାକୁ ନଷ୍ଟ କରିବା ପରିବର୍ତ୍ତେ ଏହାକୁ ସଂରକ୍ଷିତ କିମ୍ବା ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇ ପାରିଥାନ୍ତା।
800 year old temple demolition: ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଏକ ସରକାରୀ ବିଦ୍ୟାଳୟ ନିର୍ମାଣ ପାଇଁ ଭାଙ୍ଗି ଦିଆଯାଇଛି ଏକ ପ୍ରାଚୀନ ଶିବ ମନ୍ଦିର। ପ୍ରାୟ ୮୦୦ ବର୍ଷ ପୁରୁଣା ଏହି ଐତିହାସିକ ଶିବ ମନ୍ଦିର କାକତୀୟ ଯୁଗରେ ନିର୍ମିତ ହୋଇଥିଲା। ଏହି ମନ୍ଦିର ଭଙ୍ଗାଯିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ଏହି ଘଟଣା ସାମ୍ନାକୁ ଆସିବ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଖାନପୁର ମଣ୍ଡଳ ଅଧିନସ୍ଥ ଅଶୋକ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। କାକତୀୟ ରାଜା ଗଣପତି ଦେବଙ୍କ ରାଜତ୍ୱ କାଳରେ ତ୍ରେୟାଦଶ ଶତାବ୍ଦୀରେ ଏହି ଶିବ ମନ୍ଦିରର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରକୁ ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରାଯାଇଥିଲା। ମନ୍ଦିର ପରିସରରୁ ଫେବୃଆରୀ ୧୨୩୧ ଲେଖା ହୋଇଥିବା ଏକ ବିରଳ ତେଲୁଗୁ ଶିଳାଲେଖ ମଧ୍ୟ ଉଦ୍ଧାର କରାଯାଇଛି।
ମନ୍ଦିର ଭାଙ୍ଗିବା ଘଟଣାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଲେ ଐତିହ୍ୟ ବିଶେଷଜ୍ଞ
ପ୍ରାୟ ୮୦୦ ବର୍ଷ ପୁରୁଣା କାକତୀୟ କାଳର ଐତିହାସିକ ଶିବ ମନ୍ଦିର ଭଙ୍ଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଐତିହ୍ୟ ବିଶେଷଜ୍ଞ। ଏନେଇ ସେମାନେ କହିଛନ୍ତି ଯେ ସେଠାରୁ ମିଳିଥିାବ ଶିଳାଲେଖରେ ଗଣେଶଙ୍କୁ "ମହାରାଜା" ଏବଂ "ରାଜାଧିରାଜୁଲୁ" ଭାବରେ ଉଲ୍ଲେଖ କରାଯାଇଛି। ଯାହା ଏହାର ଐତିହାସିକ ଗୁରୁତ୍ୱକୁ ସୂଚିତ କରୁଛି। ରେକର୍ଡ ଅନୁଯାୟୀ, ଏହି ଶିଳାଲେଖ ଐତିହ୍ୟ ବିଭାଗ ଦ୍ୱାରା ୧୯୬୫ ମସିହାରେ ଏହାର ଦସ୍ତାବିଜ କରଣ କରିଥିଲା। ଏହି ଐତିହାସିକ ଶିବ ମନ୍ଦିର "କୋଟା କଟ୍ଟା" ଦୁର୍ଗ ଅଞ୍ଚଳରେ ଅବସ୍ଥିତ। ଯାହା ପ୍ରାଚୀନ ପୁଷ୍କରିଣୀ, ପ୍ରାଚୀର ଏବଂ ପୁରୁଣା କାକତିଆ ଦୁର୍ଗ ପାଇଁ ପ୍ରସିଦ୍ଧ। ଐତିହ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏହାର ଢାଞ୍ଚାକୁ ନଷ୍ଟ କରିବା ପରିବର୍ତ୍ତେ ଏହାକୁ ସଂରକ୍ଷଣ କିମ୍ବା ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିଥାନ୍ତା। ସେମାନେ ପ୍ରଶ୍ନ ଉଠାଇଥିଲେ ଯେ ତେଲେଙ୍ଗାନା ସରକାରଙ୍କ କର୍ତ୍ତୃପକ୍ଷ ରାଜ୍ୟର ଏହି ମଧ୍ୟଯୁଗୀୟ କାଳର ଐତିହ୍ୟ ପ୍ରତୀକକୁ ସଂରକ୍ଷିତ କରିବାରେ କାହିଁକି ବିଫଳ ହେଲେ।
ଏହା ସହ ପଢନ୍ତୁ: ଦେଶର ସେହି ସ୍ଥାନ ଯେଉଁଠି ହୁଏ ନାହିଁ ହନୁମାନଙ୍କ ପୂଜା
ମନ୍ଦିର ଭଙ୍ଗାଯିବା ଘଟଣାରେ ରୁଜୁ ହେଲା ମାମଲା
ତେଲେଙ୍ଗାନା ମାନବାଧିକାର କର୍ମକର୍ତ୍ତା ଆଇନଜୀବୀ ରାମାରାଓ ଇମାନେନି ପ୍ରଥମେ ଜାତୀୟ ସ୍ମାରକୀ ପ୍ରାଧିକରଣ ନିକଟରେ ଏହି ଘଟଣାରେ ଅଭିଯୋଗ ଦାୟର କରିଥିଲେ। ଏହା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ମନ୍ଦିର ଭାଙ୍ଗିଦେବା ଘଟଣାରେ ମାମଲା ଦାୟର କରିଥିଲା। ଏନେଇ ହୋଇଥିବା ଅଭିଯୋଗରେ ତେଲେଙ୍ଗାନା ସରକାର ରାଜ୍ୟ ଐତିହ୍ୟ ଆଇନ ଅନୁଯାୟୀ ଏକ ଐତିହ୍ୟ ସଂରକ୍ଷଣ କମିଟି ଗଠନ କରିବାରେ ବିଫଳ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ମନ୍ଦିର ଭାଙ୍ଗିବାକୁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ ଆଇନର ଧାରା ୩୦ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମନ୍ଦିର ଭାଙ୍ଗିବା ପୂର୍ବରୁ ପ୍ରତ୍ନତତ୍ତ୍ୱ ଏବଂ ବନ୍ଦୋବସ୍ତ ବିଭାଗ ପାଖରୁ ଆବଶ୍ୟକୀୟ ଅନୁମତି ନିଆଯାଇଥିଲା ନାଁ ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତରବରରେ ମନ୍ଦିର ଭଙ୍ଗା ଯାଇଥିବା ନେଇ ହୋଇଛି ଅଭିଯୋଗ
ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ କହିବା କଥା ଯେ ଏହି ମନ୍ଦିରର ଐତିହାସିକ ଗୁରୁତ୍ୱ ରହିଥିବା ସତ୍ତ୍ୱେ ଏହାକୁ ତରବରରେ ଭାଙ୍ଗି ଦିଆଯାଇଛି। ଏହି ପ୍ରସଙ୍ଗ ଏବେ ରାଜନୈତିକ ମୋଡ଼ ନେବାରେ ଲାଗଛି। ଏହି ଘଟଣାରେ ୱାରାଙ୍ଗଲ ଜିଲ୍ଲାପାଳ ଡକ୍ଟର ସତ୍ୟ ଶାରଦା ଏବଂ ବରିଷ୍ଠ ପ୍ରତ୍ନତାତ୍ତ୍ୱିକ ଅଧିକାରୀଙ୍କ କ'ଣ ଭୂମିକା ରହିଛି ତାହାର ତଦନ୍ତ କରିବାକୁ ଦାବି ହେଉଛି।
ଏହା ସହ ପଢନ୍ତୁ: ପୃଥିବୀରେ କେଉଁଠି ନିବାସ କରନ୍ତି ପବନ ପୁତ୍ର? କ'ଣ ରହିଛି ଗନ୍ଧମାଦନ ପର୍ବତ ସହ ସମ୍ପର୍କ?
ପ୍ରୀଚୀନ ଐତିହ୍ୟ ସଂରକ୍ଷଣ କରିବା ଦିଗରେ କାମ କରୁଥିବା ଏକ ସଂସ୍ଥା ସ୍ଥାନୀୟ ଅଞ୍ଚଳରେ ରହିଥିବା ଅନ୍ୟ କାକତୀୟ ଯୁଗର ସ୍ମାରକୀକୁ ସୁରକ୍ଷା ଦେବା ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛି। ଏହି ଐତିହାସିକ ଶିବ ମନ୍ଦିର ଭାଙ୍ଗି ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଏହା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଅନେକ ଲୋକ ପ୍ରଶ୍ନ କରିଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ପୁରୁଣା ସ୍ମାରକୀକୁ ନଷ୍ଟ ନକରି କାହିଁକି ବିଦ୍ୟାଳୟ ନିର୍ମାଣ କରାଯାଇ ପାରିବ ନାହିଁ।

Related Topics
Explore more stories
Ancient Shiva temple demolishedGanesha idol found underground800 year old temple demolitionHistoric Shiva temple of Kakatiya Era TelanganaKakatiya King Ganpati DevKota Katta Mud Fort RegionMedieval History of TelanganaNational Monuments AuthorityTelangana Heritage Conservation CommitteeMonuments of the Kakatiya period in TelanganaWarangal Shiva Temple Demolished Telangana