Videos
|
National

Gonda school sealed UP / ବୁର୍ଖା ନୃତ୍ୟକୁ ନେଇ ତେଜିଲା ବିବାଦ; ବନ୍ଦ ହୋଇଗଲା ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ

Subhramjit Ray
Browse all articles by Subhramjit Ray
·1 hour ago·2 min read
ବୁର୍ଖା ନୃତ୍ୟକୁ ନେଇ ତେଜିଲା ବିବାଦ;  ବନ୍ଦ ହୋଇଗଲା ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ
Gonda school sealed UP

Key Points

ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଏକ ସ୍କୁଲରେ ସ୍ୱାଧିନତା ଦିବସ ପାଳନ ସମୟରେ ଛାତ୍ରୀ ବୁର୍ଖା ପିନ୍ଧି ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସ୍ୱାଧିନତା ଦିବସ ପାଳନ ସହିତ ଜଡି଼ତ ଖୁବ ଭାଇରାଲ ହୋଇଥିଲା। ଏହି ଭିଡି଼ଓ ଭାଇରାଲ ହେବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଯେଉଁଥିରେ କିଛି ଛାତ୍ରୀ ସ୍ୱାଧିନତା ଦିବସ ପାଳନ ଅବସରରେ ସ୍କୁଲ ମଞ୍ଚରେ ବୁର୍ଖା ପିନ୍ଧି ଭୋଜପୁରୀ ଏବଂ ହିନ୍ଦୀ ଫିଲ୍ମ ଗୀତରେ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ତେଜିବାରେ ଲାଗିଥିଲା। ଏହା ପରେ ବିଭିନ୍ନ ମହଲରୁ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଏହା ପରେ ଶିକ୍ଷା ବିଭାଗ ଏହି ଘଟଣାରେ ବିଭାଗୀୟ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡିଲା ଯେ ଏହି ସ୍କୁଲ ବିନା ସ୍ୱୀକୃତିରେ ଚାଲୁଥିଲା। ପ୍ରଶାସନ ସ୍କୁଲକୁ ସିଲ୍ କରିଛି। ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦେଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡ଼ିଓ
ଏହି ଘଟଣା ଗୋଣ୍ଡା ଜିଲ୍ଲାର ଖୋଣ୍ଡା ଥାନା ଅଧିନସ୍ଥ ନଲେଜ୍ ବିମ୍ ଏକାଡେମୀ ସ୍କୁଲ ଠାରେ ଘଟିଥିବା ଜଣାପଡ଼ିଛି। ସ୍ୱାଧିନତା ଦିବସ ପାଳନ ସମୟରେ କିଛି ଛାତ୍ରୀ ବୁର୍ଖା ଏବଂ ନକାବ ପିନ୍ଧି ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ସୋସିଆଲ ମିଡି଼ଆରେ ଏହି ଭିଡି଼ଓ ଭାଇରାଲ ହେବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଥିଲା। ଅନେକ ଲୋକ ଏହି କାର୍ଯ୍ୟକ୍ରମକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ନୃତ୍ୟ ପରିବେଷଣ କରୁଥିବା ଛାତ୍ରୀ ହିନ୍ଦୁ ସମ୍ପ୍ରଦାୟର ବୋଲି ଜଣାପଡ଼ିଥିଲା। ଯାହା ସୋସିଆଲ ମିଡ଼ିଆରେ ବାଇରାଲ ହେବା ପରେ ଆହୁରି ଚର୍ଚ୍ଚାର ବିଷୟ ପାଲିଟିଥିଲା।

ଶିକ୍ଷା ବିଭାଗ କରିଥିଲା ତଦନ୍ତ
ଭିଡି଼ଓ ଭାଇରାଲ ହେବା ପରେ, ଜିଲ୍ଲା ଶିକ୍ଷା ଅଧିକାରୀ ଅମିତ କୁମାର ସିଂହ ଏହି ଘଟଣାର ତଦନ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ରିୟାଜ ଅହମ୍ମଦଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରୁ ଜଣାପଡିଥିଲା ​​ଯେ ସମ୍ପୃକ୍ତ ସ୍କୁଲ ବିନା ସ୍ୱୀକୃତିରେ ପରିଚାଳିତ ହେଉଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ସପ୍ତାହେ ପୂର୍ବରୁ ସ୍କୁଲ ପରିଚାଳନା କମିଟିକୁ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହା ସତ୍ତ୍ୱେ ଏହି ସ୍କୁଲ ଚାଲୁ ରହିଥିଲା।

ଏହା ସହ ପଢନ୍ତୁ: ବୁର୍ଖା ପିନ୍ଧି ନାଚିଲେ ହିନ୍ଦୁ ଛାତ୍ରୀ! ଭିଡ଼ିଓ ଭାଇରାଲ ହେବା ପରେ କ୍ଷମା ମାଗିଲେ ବିଦ୍ୟାଳୟ ପରିଚାଳକ

ସ୍କୁଲ ପରିସରକୁ କରାଗଲା ସିଲ୍
ଯାଞ୍ଚ ସମୟରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ, ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲ ପରିଚାଳକ ଏବଂ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିଲା। ମୁଖ୍ୟ ଫାଟକକୁ ମଧ୍ୟ ତାଲା ପକାଇ ଦିଆଯାଇଥିଲା ଏବଂ ସ୍କୁଲ ପରିସରକୁ ସିଲ୍ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ରିୟାଜ ଅହମ୍ମଦ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନର ଏକ ସମ୍ପୂର୍ଣ୍ଣ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଯାଇଛି।

"ଛାତ୍ରଛାତ୍ରୀଙ୍କ ଶିକ୍ଷା ହେବ ନାହିଁ ପ୍ରଭାବିତ:
ଜିଲ୍ଲା ଶିକ୍ଷା ଅଧିକାରୀ ଗୋଣ୍ଡା ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ଅମିତ କୁମାର ସିଂହ କହିଛନ୍ତି ଯେ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ସ୍ୱାର୍ଥକୁ ଧ୍ୟାନରେ ରଖି, ସେମାନଙ୍କୁ ନିକଟସ୍ଥ ସରକାରୀ କିମ୍ବା ସ୍ୱୀକୃତିପ୍ରାପ୍ତ ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରାଯାଉଛି। ସେ ଆହୁରି କହିଛନ୍ତି ଯେ କୌଣସି ଛାତ୍ରଙ୍କ ଶିକ୍ଷା ପ୍ରଭାବିତ ନହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: