Videos
|
National

Gonda School Dance Controversy / ବୁର୍ଖା ପିନ୍ଧି ନାଚିଲେ ହିନ୍ଦୁ ଛାତ୍ରୀ! ଭିଡ଼ିଓ ଭାଇରାଲ ହେବା ପରେ କ୍ଷମା ମାଗିଲେ ବିଦ୍ୟାଳୟ ପରିଚାଳକ

Subhramjit Ray
Browse all articles by Subhramjit Ray
·1 month ago·2 min read
ବୁର୍ଖା ପିନ୍ଧି ନାଚିଲେ ହିନ୍ଦୁ ଛାତ୍ରୀ! ଭିଡ଼ିଓ ଭାଇରାଲ ହେବା ପରେ କ୍ଷମା ମାଗିଲେ ବିଦ୍ୟାଳୟ ପରିଚାଳକ
Gonda School Dance Controversy

Key Points

ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ଏକ ସ୍କୁଲରେ କିଛି ହିନ୍ଦୁ ଛାତ୍ରୀ ବୁର୍ଖା ପିନ୍ଧି ଭୋଜପୁରୀ ଗୀତରେ ନାଚିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି।
Independence Day School Dance Gonda UP: ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ବୁର୍ଖା ପିନ୍ଧି ହିନ୍ଦୁ ଛାତ୍ରୀ ନାଚିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସଦ୍ୟ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଜିଲ୍ଲାର ଏକ ବିଦ୍ୟାଳୟରେ ହିନ୍ଦୁ ଛାତ୍ରୀ ବୁର୍ଖା ପିନ୍ଧି ନାଚ କରିଛନ୍ତି। ଏହି ଭିଡ଼ିଓ ଫୁଟେଜ୍ ସୋସିଆଲ ମିଡି଼ଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ କିଛି ଛାତ୍ରୀ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ନାଚୁଥିବାର ନଜର ଆସୁଛନ୍ତି। ଭାଇରାଲ ଭିଡ଼ିଓରେ ଭୋଜପୁରୀ ଏବଂ ହିନ୍ଦୀ ଫିଲ୍ମ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ, ସୋସିଆଲ ମିଡି଼ଆରେ ଏହାକୁ ବିଭିନ୍ନ ପ୍ରକାରରହ ବୟାନବାଜି କରାଯାଉଛି।

ଏହା ପରେ ବିଦ୍ୟାଳୟ ପରିଚାଳକ ସୋସିଆଲ ମିଡି଼ଆରେ ଏକ ଭିଡି଼ଓ ପୋଷ୍ଟ କରି କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ସ୍ୱାଧିନତା ଦିବସ ଅବସରେରେ ସ୍କୁଲ ଛାତ୍ରୀ ମନୋରଞ୍ଜନ ଉଦ୍ଦେଶ୍ୟରେ ଏହି ଭିଡିଓ ରେକର୍ଡିଂ କରିଥିଲେ। ସେମାନଙ୍କର କାହାକୁ ଆଘାତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଯଦି ଏଥିରେ କେହି ଆଘାତ ହୋଇଥାନ୍ତି, ତାହେଲେ ଆମେ ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ଏପରି ତ୍ରୁଟି ଆଉ କେବେ ଯେପରି ନଘଟିବ ତାହା ନିଶ୍ଚିତ କରାଯିବ। ଅନ୍ୟପଟେ ଭିଡ଼ିଓ ଭାଇରାଲ ହେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହ ପଢନ୍ତୁ: ମାନବିକତା ଭୁଲିଗଲେ ଡାକ୍ତରଖାନା ମହିଳା କର୍ମଚାରୀ; ଭିଡ଼ିଓ ହେଉଛି ଭାଇରାଲ

କ'ଣ ରହିଛି ସମଗ୍ର ଘଟଣାକ୍ରମ?
ଏହି ମାମଲା ଗୋଣ୍ଡା ଜିଲ୍ଲାର ଖୋଣ୍ଡାରେ ଥାନା ଅଧିନସ୍ଥ ନଲେଜ୍ ବିମ୍ ଏକାଡେମୀ ସ୍କୁଲ ସହିତ ଜଡି଼ତ। ସ୍ୱାଧୀନତା ଦିବସ ଅବସରରେ ଏହି ସ୍କୁଲ ଛାତ୍ରୀ ବୁର୍ଖା ପିନ୍ଧି ନାଚିଥିଲେ। ସେମାନେ ଭୋଜପୁରୀ ଏବଂ ହିନ୍ଦୀ ଫିଲ୍ମ ଗୀତରେ ନାଚିଥିଲେ। ଏହି ନୃତ୍ୟର ଭିଡି଼ଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍କୁଲ ପ୍ରଶାସକ ରାମ ସୁରେଶ କହିଛନ୍ତି, "କିଛି ଛାତ୍ରୀ ବୁର୍ଖା ଏବଂ ନିକାବ ପିନ୍ଧି ନାଚିଥିଲେ। ସେମାନଙ୍କ ମଧ୍ୟରେ କୌଣସି ମୁସଲମାନ ଝିଅ ନଥିଲେ। ସେମାନେ ସମସ୍ତେ ହିନ୍ଦୁ ଝିଅ ଥିଲେ। ଯଦି ଏହି ନାଚ ଦ୍ୱାରା କୌଣସି ସମ୍ପ୍ରଦାୟକୁ ଆଘାତ ଲାଗିଛି, ତାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆମର ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ଥିଲା। ଛାତ୍ରୀଙ୍କ ଉଦ୍ଦେଶ୍ୟ ମଧ୍ୟ ମନୋରଞ୍ଜନ ଥିଲା।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍କୁଲ ପ୍ରଶାସକ ରାମ ସୁରେଶ ଆହୁରି କହିଛନ୍ତି, "ମୁଁ ପ୍ରତିଶୃତି ଦେଉଛି ଯେ ଆମେ ଭବିଷ୍ୟତରେ ଏପରି ଭୁଲ କେବେ କରିବୁ ନାହିଁ। ହୋଇଥିବା ଭୁଲ ପାଇଁ ମୁଁ ଲକ୍ଷ ଲକ୍ଷ ଥର କ୍ଷମା ମାଗିବାକୁ ପ୍ରସ୍ତୁତ ରହିଛି। ଏପରି ଭୁଲ ଆଉ ଭବିଷ୍ୟତରେ ଯେପରି ନହେବ ତାହା ନିଶ୍ଚିତ କରାଯିବ।"
UP Gonda School Burqa Dance Video: Manager Apologizes After Row | Argus News