LPG Crisis / କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୨୦% ବଢ଼ିଲା କମର୍ସିଆଲ୍ LPG ଯୋଗାଣ
·5 months ago·2 min read

Key Points
ରାଜ୍ୟଗୁଡ଼ିକୁ LPG ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି
ଆସନ୍ତା ୨୩ରୁ ଆବଣ୍ଟନ ହେବ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ LPG
ଏନେଇ ସବୁ ରାଜ୍ୟକୁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଚିଠି

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନରେ ଉପରେ କରୁଛି ଘନଘନ ଆକ୍ରମଣ । ଆଉ ଇରାନ ମଧ୍ୟ ଆକ୍ରମଣର ଜବାବ ଦେଉଛି । ଆଉ ଏହି ଯୁଦ୍ଧ ଯୋଗୁଁ ଦେଶରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କମର୍ସିଆଲ ଗ୍ୟାସ୍ ଯୋଗାଣରେ ୨୦ ପ୍ରତିଶତ ବୃଦ୍ଧି କରାଯିବ । ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଅତିରିକ୍ତ ୨୦% କମର୍ସିଆଲ୍ LPG ଆବଣ୍ଟନ ହେବ । ଏହା ଫଳରେ ସମୁଦାୟ ଆବଣ୍ଟନ ଏବେ ୫୦%ରେ ପହଞ୍ଚିବ । ରେଷ୍ଟୁରାଣ୍ଟ, ଢାବା, ହୋଟେଲ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ । କମ୍ୟୁନିଟି କିଚେନ୍, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍କୁ ମଧ୍ୟ ଗୁରୁତ୍ଵ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ ।
PNG ପ୍ରୋତ୍ସାହନ
ସରକାର ପିଏନଜି ପାଇପ୍ ପ୍ରାକୃତିକ ଗ୍ୟାସକୁ ସ୍ଥାନାନ୍ତରକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏକ ବାଧ୍ୟତାମୂଳକ ପଞ୍ଜୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି ।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅତିରିକ୍ତ ୨୦ ପ୍ରତିଶତ ଏଲପିଜି ସର୍ବାଧିକ ଆବଶ୍ୟକତା ଥିବା କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଆବଣ୍ଟିତ କରାଯିବ । ଏଥିରେ ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ କ୍ୟାଣ୍ଟିନ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଦୁଗ୍ଧ ୟୁନିଟ୍, ସରକାରୀ ସବସିଡିଯୁକ୍ତ କ୍ୟାଣ୍ଟିନ୍, କମ୍ୟୁନିଟି ରୋଷେଇ ଘର ରହିଛି ।
କେନ୍ଦ୍ର ବାଣିଜ୍ୟିକ ଗ୍ୟାସ ଆବଣ୍ଟନ ବୃଦ୍ଧି କରିଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଗ୍ୟାସ ଆବଣ୍ଟନ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି। ରାଜ୍ୟଗୁଡ଼ିକ ଏବେ ବାଣିଜ୍ୟିକ ଏଲପିଜିର ଅତିରିକ୍ତ ୨୦ ପ୍ରତିଶତ ଆବଣ୍ଟନ ପାଇବେ, ଯାହା ମୋଟ ଯୋଗାଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିବ ।
ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅଣ-ଘରୋଇ ଏଲପିଜି ଯୋଗାଣ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବାକି ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଯୋଗାଇ ଦେଉଛନ୍ତି । ଗତ ସପ୍ତାହରେ ପ୍ରାୟ ୧୩,୪୭୯ ମେଟ୍ରିକ୍ ଟନ୍ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି, ଯାହା ମୋଟ ବାଣିଜ୍ୟିକ ଏଲପିଜି ଯୋଗାଣର ପ୍ରାୟ ୫୦ ପ୍ରତିଶତ ଅଟେ ।
ଏଥିସହ ପଢ଼ନ୍ତୁ: LPG ସଙ୍କଟ ମଧ୍ୟରେ ଖୁସି ଖବର: "ଶିବାଲିକ" ପରେ ୪୭ହଜାର ମେଟ୍ରିକଟନ ଗ୍ୟାସ ଆଣି ଭାରତ ଉପକୂଳ ଛୁଇଁଲା "ନନ୍ଦାଦେବୀ"

Related Topics
Explore more stories