Food Safety / ଘରୁ ମିଳିଲା ପରିବାରର ୫ ଜଣଙ୍କ ମୃତ*ଦେହ; ଖାଦ୍ୟରେ ବିଷକ୍ରିୟା ଆଶଙ୍କା
·2 hours ago·2 min read

Key Points
ସ୍ଵାମୀ, ସ୍ତ୍ରୀ ସହ ଚାଲିଗଲା ୩ ଛୁଆଙ୍କ ଜୀବନ । ରାତିକରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର । ଗ୍ରେଟର୍ ନୋଏଡାରେ ଗୋଟିଏ ପରିବାରର ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ସ୍ଵାମୀ, ସ୍ତ୍ରୀ ସହ ଚାଲିଗଲା ୩ ଛୁଆଙ୍କ ଜୀବନ । ରାତିକରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର । ଗ୍ରେଟର୍ ନୋଏଡାରେ ଗୋଟିଏ ପରିବାରର ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗ୍ରେଟର୍ ନୋଏଡାର ରବୁପୂରା ଥାନା ଅଞ୍ଚଳରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ପରିବାରର ୫ ଜଣଙ୍କ ମୃତ୍ୟୁ କୌଣସି ଖାଦ୍ୟରେ ବିଷକ୍ରିୟାରୁ ହୋଇଥିବା ଆଶଙ୍କା କରାଯାଉଛି । କୁହାଯାଉଛି ପରିବାର ସଦସ୍ୟ ଶେଷ ଥର ଚା' ପିଇବା ସହ ନୁଡଲ୍ସ ଖାଇଥିଲେ । ଯାହାପରେ ୫ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ଋଷ ତୈଳ ଉପରୁ ଆମେରିକା ହଟାଇଲା ପ୍ରତିବନ୍ଧକ; ଟଳିଲା ଭାରତ ଉପରୁ ୧୦୦% ଟାରିଫ୍ ବିପଦ
ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ପୋଲିସ ପାଞ୍ଚ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇ ପାରିବ କିଭଳି ଓ କେଉଁ ସ୍ଥିତିରେ ପରିବାରର ସମସ୍ତଙ୍କ ମୃତ୍ୟୁ ହେଲା । ପୋଲିସ ପୂରା ମାମଲା ଛାନଭିନ୍ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖାଦ୍ୟରେ ବିଷକ୍ରିୟା ଆଶଙ୍କା
ତେବେ, ୫ ଜଣଙ୍କ ମୃତ୍ୟୁ ପଛରେ ଖାଦ୍ୟରେ ବିଷକ୍ରିୟା ଆଶଙ୍କା କରାଯାଉଛି । ତେବେ ଖାଦ୍ୟରେ ବିଷକ୍ରିୟା ହୋଇଛି କି ନାହିଁ ସ୍ପଷ୍ଟ ହୋଇ ନାହିଁ । ଖାଦ୍ୟରେ ବିଷକ୍ରିୟାରୁ ମୃତ୍ୟୁ ହୋଇଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହୋଇ ପାରିବ ।
ମୃତକ ହେଉଛନ୍ତି ମହେଶ (୩୭), ପତ୍ନୀ ଲଳିତା (୩୫), ପୁଅ ଲଡ଼ୁ (୧୧) ଝିଅ ମିଷ୍ଚି (୭) ଓ ତିନି ବର୍ଷର ପୁଅ ସାକ୍ଷାତ । ଏବେ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ସହ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ ପହଞ୍ଚିଛି । ଫରେନସିକ୍ ଟିମ୍ ମଧ୍ୟ ଅନୁଧ୍ୟାନ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ଏଥର ଜଳିବ ୩୦ ଫୁଟ୍ର କକ୍ରୋଚ୍, ଜାଣନ୍ତୁ କାହିଁକି
ରାତିରେ ଖାଇଥିଲେ ନୁଡଲ୍ସ
ପ୍ରାଥମିକ ସୂଚନା ଅନୁସାରେ, ପରିବାର ସଦସ୍ୟ ରାତିରେ ଚା' ପିଇବା ସହ ନୁଡଲ୍ସ ଖାଇଥିଲେ । ପଡ଼ୋଶୀ ଲୋକ ଓ ମୃତ ମହେଶଙ୍କ ମାଆ ଏନେଇ ପୋଲିସକୁ ସୂଚନା ଦେଇଛନ୍ତି । ଯାହାପରେ ଖାଦ୍ୟରେ ବିଷକ୍ରିୟା ଆଶଙ୍କା କରାଯାଉଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

Related Topics
Explore more stories