Tariff Relief / ଋଷ ତୈଳ ଉପରୁ ଆମେରିକା ହଟାଇଲା ପ୍ରତିବନ୍ଧକ; ଟଳିଲା ଭାରତ ଉପରୁ ୧୦୦% ଟାରିଫ୍ ବିପଦ
·1 hour ago·2 min read

Key Points
ପଛକୁ ହଟିଲେ ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କଲେ ବଡ଼ ଘୋଷଣା । ଋଷ ତୈଳ କିଣିଲେ ଲାଗିବନି ୧୦୦ ପ୍ରତିଶତ ଟାରିଫ୍ ।
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ଘୋଷଣା, ଭାରତକୁ ଆଶ୍ଵସ୍ତି । ଋଷ ତୈଳ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପ ଅଧିକ ଟାରିଫ୍ ଲଗାଇବା ଉପରୁ ପଛକୁ ହଟିଛନ୍ତି । ଫଳରେ ଭାରତ ଓ ଚୀନ ଭଳି ଦେଶ ଉପରେ ଥିବା ୧୦୦ ଟାରିଫ୍ ବିପଦ ଏବେ ଟଳି ଯାଇଛି ।
ରାଷ୍ଟ୍ରୀୟ ସ୍ଵାର୍ଥ ସାଧନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ, ଏହାର ଅର୍ଥ ନୁହେଁ ଋଷ ଉପରେ ଆମେରିକା ଲଗାଇଥିବା ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛି । ଆଗକୁ ଆବଶ୍ୟକତା ପଡ଼ିଲେ ଆମେରିକା ଏହି ନିୟମରେ ପରିବର୍ତ୍ତନ କରି ପୁଣି ଥରେ ଲାଗୁ ମଧ୍ୟ କରିପାରିବ ।
ଏଥିସହ ପଢ଼ନ୍ତୁ: ଛାତିରେ ସଂକ୍ରମଣ; ମେଡିକାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ
କାହିଁକି ହଠାତ୍ ପଲଟିଗଲେ ଟ୍ରମ୍ପ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁକ୍ରବାର ସନ୍ଧ୍ୟାରେ ଡୋନାଲ୍ଡ ଟ୍ରମ୍ପ ଏକ ଏକଜିକ୍ୟୁଟିଭ୍ ଅର୍ଡରରେ ଲିଣ୍ଡସେ ଓ ଗ୍ରାହମ ସାଙ୍କସନିଂ ରଷିଆ ଏଣ୍ଡ ଇରାନ୍ ଆକ୍ଟ, ୨୦୨୬ର କିଛି ସର୍ତ୍ତକୁ କୋହଳ କରିଛନ୍ତି । ଏହି ଆଇନ୍କୁ ଟ୍ରମ୍ପ ୨୦୨୬ ସେପ୍ଟେମ୍ବର ୧୯ରେ ଅନୁମୋଦନ କରିଥିଲେ ।
ଟଲିଲା ୧୦୦ ପ୍ରତିଶତ ଟାରିଫ୍ ବିପଦ
ଏହି ଆଇନ୍ ଅନୁସାରେ, ଋଷକୁ ତୈଳ ଓ ଗ୍ୟାସ୍ କିଣୁଥିବା କିଛି ଦେଶ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାର ନିୟମ ରହିଥିଲା । ଋଷରୁ ଆମଦାନୀ ସାମଗ୍ରୀ ଉପରେ ୫୦୦ ପର୍ଯ୍ୟନ୍ତ ଚାର୍ଜ ଲଗାଇବାକୁ ବ୍ୟବସ୍ଥା କରାଯାଇଥିଲା । ଏବେ ଟ୍ରମ୍ପ ନେଇଥିବା ନିଷ୍ପତ୍ତି ଋଷରୁ ତୈଳ ଓ ଗ୍ୟାସ୍ କିଣୁଥିବା ଦେଶମାନଙ୍କୁ ଆଶ୍ଵସ୍ତି ଦେଇଛି ।
ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସମେତ ୫ ଦେଶକୁ ଋଷ ତୈଳ ଓ ଗ୍ୟାସ୍ କ୍ରୟ ପାଇଁ କୌଣସି ପ୍ରକାର ଶୁଳ୍କ କିମ୍ବା ଟାରିଫ୍ ଦେବାକୁ ପଡ଼ିବ ନାହିଁ । ୫ ଦେଶ ହେଉଛି ଭାରତ, ଚୀନ, ସ୍ଲୋଭାକିଆ, ହଙ୍ଗରୀ ଓ ଅଜରବୈଜାନ ।
ଏଥିସହ ପଢ଼ନ୍ତୁ: ମହାଭାରତ ପରେ ଏବେ ସାବିତ୍ରୀଙ୍କ ସତୀତ୍ଵ କଥା କହିଲେ ଜଜ୍; ଚର୍ଚ୍ଚାରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ
ଆମେରିକାର ନଜର

ଟାରିଫ୍ରୁ ଆଶ୍ଵସ୍ତି ସତ୍ତ୍ଵେ ଆମେରିକା ପ୍ରଶାସନ ଋଷରୁ ତୈଳ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ନଜର ରଖିବ । ଆମେରିକାର ବିଦେଶ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଓ ଶକ୍ତି ମନ୍ତ୍ରଣାଳୟ ଏକାଠି ଦୃଷ୍ଟି ରଖିବା ସହ ସହ ଅଧିକାରୀ ରାଷ୍ଟ୍ରପତିଙ୍କୁ ତଥ୍ୟ ଦେବେ । ଫଳରେ ଆବଶ୍ୟକ ସ୍ଥଳେ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ।
Related Topics
Explore more stories