Videos
|
National

Tragic Fire / ନିଆଁ ଲିଭାଇବା ବେଳେ ଦୁର୍ଘଟଣା; ଅଗ୍ନିଶମ କର୍ମଚାରୀଙ୍କ ଉପରେ ଭୁଶୁଡ଼ିଲା ପାଚେରୀ, ୨ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନିଆଁ ଲିଭାଇବା ବେଳେ ଦୁର୍ଘଟଣା; ଅଗ୍ନିଶମ କର୍ମଚାରୀଙ୍କ ଉପରେ ଭୁଶୁଡ଼ିଲା ପାଚେରୀ, ୨ ଜଣଙ୍କ ମୃତ୍ୟୁ
2 Firefighters Killed in Wall Collapse

Key Points

ନିଆଁ ଲିଭାଇବାକୁ ଯାଇଥିବା ୨ ଅଗ୍ନିଶମ କର୍ମଚାରୀ ମୃତ
ପାଚେରୀ ଭୁଶୁଡ଼ିବା ସହ ଲୁହା ବିମ ଖସିବାରୁ ଆଖି ବୁଜିଲେ
ନୋଏଡାର ଏକ ଇଲେକ୍ଟ୍ରୋନିକ୍ ଚିପ୍ ଫ୍ୟାକ୍ଟିରେ ନିଆଁ ଲାଗିଥିଲା
ନିଆଁ ଲିଭାଇବା ବେଳେ ଅଗ୍ନିଶମ କର୍ମଚାରୀଙ୍କ ଉପରେ ଭୁଶୁଡ଼ିଲା ପାଚେରୀ
ନୂଆଦିଲ୍ଲୀ: ଅନ୍ୟଙ୍କୁ ବଞ୍ଚାଇବାକୁ ଯାଇଥିଲେ । ଅଗ୍ନିକାଣ୍ଡ ରୋକିବାକୁ ଯାଇଥିଲେ । ହେଲେ ଚାଲିଗଲା ଅଗ୍ନିଶମ କର୍ମଚାରୀଙ୍କ ଜୀବନ । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଈକାଟେକ ୩ ଥାନା ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ଭୀଷଣ ନିଆଁ ଲାଗିଥିବା ବେଳେ ବଡ଼ ଦୁର୍ଘଟଣା ଘଟିଛି ।

ନିଆଁ ଲିଭାଇବା ବେଳେ କମ୍ପାନୀର ପାଚେରୀ ଭୁଶୁଡ଼ି ପଡ଼ିବା ସହ ଲୁହା ବିମ୍ ଖସି ପଡ଼ିଛି । ଫଳରେ ୫ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆଉ ମେଡିକାଲ୍‌ରେ ଚିକିତ୍ସା ବେଳେ ଗୁରୁତରଙ୍କ ମଧ୍ୟରୁ ୨ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅଗଷ୍ଟ ୪ ତାରିଖ ରାତି ୩ଟା ସମୟରେ ଏହି ଅଘଟଣ ଘଟିଛି ।

ଏଥିସହ ପଢ଼ନ୍ତୁ: ଜାହାଜରେ ଥିଲେ ୨୭୧ ଯାତ୍ରୀ; ହଠାତ୍ ସମୁଦ୍ର ମଝିରେ ଲାଗିଗଲା ଭୀଷଣ ନିଆଁ... 

ପୋଲିସ ଅନୁସାରେ, ILGIM କମ୍ପାନୀରେ ରାତି ପ୍ରାୟ ୩ଟା ସମୟରେ ହଠାତ୍ ନିଆଁ ଲାଗିଥିଲା । ଏହି କମ୍ପାନୀ ଇଲେକ୍ଟ୍ରୋନିକ ପିସିବି ଚିପ୍ ନିର୍ମାଣ କରିଥାଏ । ଅଗ୍ନିକାଣ୍ଡ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲେ । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଆରମ୍ଭ କରିଥିଲା, ନିଆଁ ମଧ୍ୟ ଲିଭିଲା ।


କିନ୍ତୁ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଥିବା ବେଳେ ଘଟିଗଲା ବଡ଼ ଅଘଟଣ । କମ୍ପାନୀର ଗୋଟିଏ ପାର୍ଶ୍ଵ ପାଚେରୀ ସହ ଲୁହା ବିମ୍ ଅଚାନକ ଖସି ପଡ଼ିଥିଲା । ଆଉ ଏଥିରେ ୫ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହେଲେ । ସମସ୍ତଙ୍କୁ ଆମ୍ବୁଲାନ୍ସରେ ତୁରନ୍ତ ମେଡିକାଲ୍ ନିଆଯାଇଥିଲା ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି; କେରଳମରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା 

ମେଡିକାଲ୍‌ରେ ଅଗ୍ନିଶମ କର୍ମଚାରୀ ରୋହିତ ଯାଦବ ଓ ତୀର୍ଥପାଲ ସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ୪ ଜଣ ଅଗ୍ନଶମ କର୍ମଚାରୀ ଏବେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ମାମଲାରେ ଆଗକୁ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ଅଗ୍ନିଶମ କର୍ମଚାରୀ ଲୋକଙ୍କ ଜୀବନ ଓ ସମ୍ପତ୍ତି ରକ୍ଷା କରିବା ପାଇଁ ନିଆଁ ଲିଭାଇବାରେ ବ୍ୟସ୍ତ ଥିଲେ । ଆଉ ସେହି ସମୟରେ ଏହି ଦୁର୍ଘଟଣା ପୁଣିଥରେ ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ସମସ୍ତେ କହୁଛନ୍ତି କ'ଣ ମୃତ୍ୟୁ ଏମିତି ବି ଆସେ ? 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: