Videos
|
National

Gujarat Heavy Rain / ପ୍ରବଳ ବର୍ଷା ପରେ ଫୁଲି ଉଠିଲା କାବେରୀ ନଦୀ; ଭାସିଗଲା ନ୍ୟାରୋଗେଜ୍ ରେଲୱେ ଲାଇନ୍

Subhramjit Ray
Browse all articles by Subhramjit Ray
·2 weeks ago·2 min read
ପ୍ରବଳ ବର୍ଷା ପରେ ଫୁଲି ଉଠିଲା କାବେରୀ ନଦୀ; ଭାସିଗଲା ନ୍ୟାରୋଗେଜ୍ ରେଲୱେ ଲାଇନ୍
Gujarat Heavy Rain

Key Points

ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ନଭସାରୀ ଏବଂ ବଲସାଡ଼ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ସୁରଟ, ଅହମଦାବାଦ, ଖେଡା, ତାପି ଏବଂ ଡାଙ୍ଗ ଜିଲ୍ଲାରେ ମଧ୍ୟ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।
Narrow Gauge Railway Track washed away: ବିଗତ କିଛି ହେବ ଗୁଜୁରାଟରେ ଜାରି ରହିଛି ମୌସୁମୀ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବର୍ଷା ପରେ ନଦୀ ଫୁଲି ଉଠିବାରେ ଲାଗିଛି। ନଭସାରୀ ଜିଲ୍ଲାରେ କାବେରୀ ନଦୀର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ଭାରୀ ବର୍ଷା ପରେ କାବେରୀ ନଦୀ ଫୁଲି ଉଠିବା ସହ ରେଳ ଧାରଣା ଭସାଇ ନେଇଥିଲା। ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବାର କୁହାଯାଉଛି। ରାଙ୍କୁୱା ଗାଁ ନିକଟସ୍ଥ ଦେଇ ଯାଇଥିବା ନ୍ୟାରୋ-ଗେଜ୍ ରେଳ ଲାଇନ ପ୍ରବଳ ବର୍ଷା ଧୋଇ ଯାଇଥିଲା। ଏହି ସମୟରେ ଅହମଦାବାଦ ଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ମୁତୟନ କରାଯାଇଛି।

ବନ୍ୟା ଜଳରେ ଭାସିଗଲା ରେଳ ଧାରଣା
ପ୍ରବଳ ବର୍ଷା ଯୋଗୁଁ କାବେରୀ ନଦୀର ପାଣି ନ୍ୟାରୋ-ଗେଜ୍ ରେଳ ଧାରଣା ଉପରେ ପ୍ରବାହିତ ହେଉଥିଲା। ଏହି ନଦୀର ଜଳ ପ୍ରବାହ ଏତେ ଭୟଙ୍କର ଥିଲା ଯେ ଏହା ରେଳ ଧାରଣା କୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ପାଣିର ପ୍ରବଳ ପ୍ରବାହ ଯୋଗୁଁ ରେଲୱେ ଟ୍ରାକ ତଳେ ରହିଥିବା ପଥର ଏବଂ ମାଟି ଧୋଇ ଯାଇଥିଲା। ଉପରେ କେବଳ ଲୁହା ନିର୍ମିତ ପୋଲ ରହି ଯାଇଥିଲା। ଏହା ଯୋଗୁଁ ଡାଙ୍ଗ ଜିଲ୍ଲାର ବିଲିମୋରାକୁ ୱାଘାଇ ତାଲୁକାକୁ ସଂଯୋଗ କରୁଥିବା ନ୍ୟାରୋଗେଜ୍ ଟ୍ରେନ୍ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

ଏହା ସହ ପଢନ୍ତୁ: ପ୍ରବଳ ବର୍ଷା ପରେ ଗୁଜୁରାଟରେ ଜଳ ପ୍ରଳୟ; ବୁଡ଼ିଗଲା କାର-ବିଲ୍ଡିଂ

ପ୍ରବଳ ବର୍ଷା ଯୋଗୁଁ ଯେପର୍ଯ୍ୟନ୍ତ ରେଲୱେ ଟ୍ରାକ୍ ଠିକ ହୋଇନାହିଁ, ସେପର୍ଯ୍ୟନ୍ତ ରେଳ ସେବାକୁ ପୁନର୍ବାର କାର୍ଯ୍ୟକାରୀ କରିବା ଅସମ୍ଭବ। ଟ୍ରେନ୍ ସେବା ପୁନର୍ବାର ଆରମ୍ଭ କରିବା ପୂର୍ବରୁ ରେଳବାଇକୁ ପ୍ରଥମେ ଟ୍ରାକ ମରାମତି କରିବାକୁ ହେବ। ବର୍ଷା ସମୟରେ ନଦୀ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରେଳ ଟ୍ରାକ ଭାସିଯିବା ପରେ, ଏହି ଅଞ୍ଚଳର ଲୋକ କିଛି ଦିନ ପାଇଁ ଅସୁବିଧାର ସାମ୍ନା କରିବେ। କାରଣ ଏହି ମାର୍ଗରେ ରେଳସେବା ବାଧାପ୍ରାପ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଭଳି ପରିସ୍ଥିତି
ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ପ୍ରାୟ ୧୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୨୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିଗତ ୩୬ ଘଣ୍ଟା ମଧ୍ୟରେ ବଲସାଡ଼ ଜିଲ୍ଲାର ଉମରଗାଓଁ ତାଲୁକାରେ ୧୨୦୦ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ନବସାରୀ ଏବଂ ବଲସାଡ଼ ଜିଲ୍ଲା ସବୁଠାରୁ ଅଧିକ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ଏହା ବ୍ୟତୀତ ଗତ ବୁଧବାର ଠାରୁ ପ୍ରବଳ ବର୍ଷା ହେବା ଯୋଗୁଁ ସୁରଟ, ଅହମ୍ମଦାବାଦ, ଖେଡା, ତାପି ଏବଂ ଡାଙ୍ଗ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gujarat Heavy Rain: Kaveri River Floods, Washes Away Railway Track | Argus News