Gujarat Rain Tragedy 2026 / ପ୍ରବଳ ବର୍ଷା ପରେ ଗୁଜୁରାଟରେ ଜଳ ପ୍ରଳୟ; ବୁଡ଼ିଗଲା କାର-ବିଲ୍ଡିଂ
·1 hour ago·2 min read

Key Points
ପ୍ରବଳ ବର୍ଷା ପରେ ଗୁଜୁରାଟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ। ଏହା ଯୋଗୁଁ ସାଧାରଣ ଜନ ଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ, ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଜୋରଦାର କରିଛି।
Gujarat Rain Havoc 2026: ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟର ଅନେକ ସ୍ଥାନରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଏହା ଦ୍ୱାରା ରାଜ୍ୟର ବଲସାଡ଼ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗୁରୁବାର (ଜୁଲାଇ ୨୩) ସକାଳ ପର୍ଯ୍ୟନ୍ତ ମାତ୍ର ୧୬ ଘଣ୍ଟା ମଧ୍ୟରେ ଜିଲ୍ଲାର ଉମ୍ବରଗାଓଁ ଅଞ୍ଚଳରେ ୧୧୦୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିରନ୍ତର ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ଭଳି ପରିସୃଷ୍ଟି ହୋଇଛି। ଏହି ଜିଲ୍ଲାର ଭାପି ଅଞ୍ଚଳରୁ ଏକ ଭିଡି଼ଓ ସାମ୍ନାକୁ ଆସିଛି।, ଯେଉଁଥିରେ ଅନେକ କାର ପାଣିରେ ବୁଡ଼ି ରହିଥିବାର ଦେଖାଯାଇଛି। ଏକ ଆବାସିକ କୋଠାର ପାର୍କିଂ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଜଳସ୍ତର ଘରର ଝରକା ପର୍ଯ୍ୟନ୍ତ ପହଞ୍ଚିଛି। ପାର୍କିଂ ସ୍ଥାନ ବାହାରେ ଆଖପାଖ ଅଞ୍ଚଳ ମଧ୍ୟ ଦୃଶ୍ୟମାନ ହେଉଛି।
ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (SEOC) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାମ୍ପ୍ରତିକ ବର୍ଷା ବଲସାଡ଼ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଉମ୍ବରଗାଓଁ ବ୍ୟତୀତ, ଜିଲ୍ଲାର ଅନ୍ୟ କେତେକ ତାଲୁକା (ତହସିଲ) ରେ ମଧ୍ୟ ଏହି ସମୟ ମଧ୍ୟରେ ୬୦୦ ମିମି ଠାରୁ ଅଧିକ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।
ଏହା ସହ ପଢନ୍ତୁ: ନାଗାଲାଣ୍ଡରେ ଭୂସ୍ଖଳନ-ବନ୍ୟା ତାଣ୍ଡବ; ୧୨ ହଜାରରୁ ଅଧିକ ପରିବାର ପ୍ରଭାବିତ
ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର (SEOC) ଅନୁଯାୟୀ, ବଲସାଡ଼ ଜିଲ୍ଲାର ଉମ୍ବରଗାଓଁ ତାଲୁକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବୁଧବାର ସକାଳ ଛଅଟାରୁ (06:00 AM) ଗୁରୁବାର ସକାଳ ଦଶଟା (10:00 AM) ପର୍ଯ୍ୟନ୍ତ ୧୧୦୦ ମିମି ଠାରୁ ଅଧିକ ବର୍ଷା ହୋଇଛି। ଏହି ଜିଲ୍ଲାର ଅନ୍ୟ କେତେକ ତାଲୁକାରେ ମଧ୍ୟ ଏହି ସମୟ ମଧ୍ୟରେ ୬୦୦ ମିମି ଠାରୁ ଅଧିକ ବର୍ ହୋଇଥିୂବାର ରେକର୍ଡ଼ କରାଯାଇଛି।
ଅଧିକାରୀ କହିଛନ୍ତି ଯେ ଔରଙ୍ଗା, ପାର ଏବଂ ଦମନଗଙ୍ଗା ଭଳି ନଦୀ ଫୁଲି ଉଠିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ପରିସୃଷ୍ଟି ହୋଇଛି। ଯାହା ଫଳରେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ ହେବାକୁ ପଡିଛି। ସୁରଟ ସହରର ତଳିଆ ଅଞ୍ଚଳରେ ରହୁଥିବା ୨୨ ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ତାପି, ଡାଙ୍ଗ, ସୁରଟ, ନବସାରି
କେବଳ ବଲସାଡ଼ ନୁହେଁ ବରଂ ତାପି, ଡାଙ୍ଗ, ସୁରଟ, ନବସାରି ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ବନ୍ୟା ସାଧାରଣ ଜନ ଜୀବନକୁ ବାଧାପ୍ରାପ୍ତ କରିଛି। ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଜୋରଦାର କରିଛି।
ଏହା ସହ ପଢନ୍ତୁ: ପ୍ରବଳ ବର୍ଷାରେ ଛାରଖାର ନାଗାଲାଣ୍ଡ! ୫୦୦ ଘରେ ପଶିଲା ପାଣି, ବୁଡ଼ିଗଲା ରାଜପଥ, ଭୂସ୍ଖଳନରେ ୮ ମୃତ
ବର୍ଷା ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ
ଗୁରୁବାର-ଶୁକ୍ରବାର ପାଇଁ ବଲସାଡ଼, ନବସାରୀ, ଡାଙ୍ଗ, ସୁରଟ ଏବଂ ତାପି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ରେଡ୍ ଆଲର୍ଟ ଜାରି କରିଛି ଏବଂ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରଭାବିତ ଜିଲ୍ଲାକୁ ବିଭିନ୍ନ ମନ୍ତ୍ରୀଙ୍କୁ ପଠାଇଛନ୍ତି।
ସୁରଟ ଜିଲ୍ଲାରେ, ଅଗ୍ନିଶମ ବିଭାଗ କର୍ମଚାରୀ ଡଙ୍ଗା ବ୍ୟବହାର କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବିଭାଗ ଅନୁଯାୟୀ, ଜଳବନ୍ଦୀ ଯୋଗୁଁ ପାଣ୍ଡେସରା ଅଞ୍ଚଳରୁ ୪୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବୁଧବାର ଜିଲ୍ଲାର ଉମରପଡ଼ା, ଅମ୍ବିକା, ପଲସାନା ଏବଂ ମହୁଭା ତାଲୁକାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Gujarat heavy rain flood newsGujarat urban flooding floating carsGujarat rainfall alert IMDFlooding in Gujarat submerged citiesWaterlogging in Gujarat citiesGujarat flash flood rescue operationsSevere rainfall damage Gujarat low lying areasSurat Vadodara Rajkot rain devastationNDRF rescue operations Gujarat floods