Lootera Dulhan Gang / ବିବାହ ନାଁରେ ଯୁବକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ସହ ନେଲେ ମଙ୍ଗଳସୂତ୍ର; ପୁଣି ମାଡ଼ ମାରି ତଡ଼ିଦେଲେ
·49 mins ago·2 min read

Key Points
ବିବାହ ନାଁରେ ଠକେଇ ଅଭିଯୋଗରେ ଏକ କଥିତ 'ଲୁଟେରା କନିଆଁ ଗ୍ୟାଙ୍ଗ'କୁ ଧରିଛି ହଡ଼ାଦ ପୋଲିସ । ଏହି ମାମଲାରେ କନ୍ୟାଙ୍କ ସମେତ ମୋଟ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।
ନୂଆଦିଲ୍ଲୀ: ବିବାହ ଲୋଭ ଦେଖାଉଥିଲେ, ଗହଣା ସହ ଟଙ୍କା ନେଉଥିଲେ । ପୁଣି ମାଡ଼ ମାରି ଚମ୍ପଟ ମାରୁଥିଲେ । ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ବିବାହ ନାଁରେ ଠକେଇ ଅଭିଯୋଗରେ ଏକ କଥିତ 'ଲୁଟେରା କନିଆଁ ଗ୍ୟାଙ୍ଗ'କୁ ଧରିଛି ହଡ଼ାଦ ପୋଲିସ । ଏହି ମାମଲାରେ କନ୍ୟାଙ୍କ ସମେତ ମୋଟ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।
ପୋଲିସ ଅଭିଯୋଗ ଅନୁସାରେ, ଜଣେ ଯୁବକଙ୍କୁ ବିଭାହ ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଦେଖା କରାଇଥିଲେ । ଯୁବକ ଜଣଙ୍କ ଯୁବତୀଙ୍କୁ ଦେଖିବା ପରେ ବିବାହ ପାଇଁ ରାଜି ହୋଇ ଯାଇଥିଲେ । ଏହାପରେ ବିବାହ ପକ୍କା କରିବା ନାଁରେ ତାଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ନଗଦ ନେଇଥିଲେ ଯୁବତୀ । ଏହା ସହ ଚାନ୍ଦିର ଏକ ମଙ୍ଗଳସୂତ୍ର ମଧ୍ୟ ନେଇଥିବା ଅଭିଯୋଗ ହୋଇଛି ।
ଏଥିସହ ପଢ଼ନ୍ତୁ: ପ୍ଲାଟଫର୍ମରେ ଥିବା ରେଷ୍ଟରୁମ୍ରେ ମହିଳାଙ୍କୁ ରେଲୱେ କର୍ମଚାରୀଙ୍କ ଦୁଷ୍କର୍ମ ଅଭିଯୋଗ
ଟଙ୍କା ଓ ମଙ୍ଗଳସୂତ୍ର ନେବା ପରେ ବିବାହ ପ୍ରତାରଣାରେ ପରିଣତ ହୋଇଥିଲା । ଅଭିଯୋଗ ଅନୁସାରେ, ଯୁବକଙ୍କୁ ମାଡ଼ ମରାଯାଇଥିଲା ଏବଂ ଧମକ ଦେଇ ସେଠାରୁ ତଡ଼ି ଦିଆଯାଇଥିଲା । ବିବାହ ପାଇଁ ଯାଇଥିବା ଯୁବକ ଶେଷରେ ଟଙ୍କା ଓ ଗହଣା ନ ଆଣି ଫେରି ଆସିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଡ଼ ଖାଇ ଟଙ୍କା ଓ ଗହଣା ହରାଇବା ପରେ ଯୁବକ ହଡାଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ପୋଲିସ ମାମଲାରୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟେକ୍ନିକାଲ ସର୍ଭିଲାନ୍ସ ଆରମ୍ଭ କରିଥିଲା ।
ତଦନ୍ତ ପରେ ପୋଲିସ କଥିତ କନ୍ୟାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ବିବାହ ନାଁରେ ଯୁବକଙ୍କଠାରୁ ନିଆଯାଇଥିବା ୧.୫୦ ଲକ୍ଷ ଟଙ୍କା ନଗଦ ଏବଂ ଚାନ୍ଦି ମଙ୍ଗଳସୂତ୍ର ମଧ୍ୟ ପୋଲିସ ଜବତ କରିଛି। ଏହା ସହ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି ।
ଏଥିସହ ପଢ଼ନ୍ତୁ: ହାଜିରା ନ ଦେଲେ ହାତରେ ପଡ଼ିବ ହାତକଡ଼ି, ପାର୍ବଣରେ ଜେଲରେ କାଟିବ ହାର୍ଡକୋର କ୍ରିମିନାଲଙ୍କ ରାତି
ଏବେ ଗିରଫ ୭ ଜଣଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ଗ୍ୟାଙ୍ଗ ଆଉ କେତେ ଜଣ ଯୁବକଙ୍କୁ ବିବାହ ନାଁରେ ଠକିଛନ୍ତି ? ସେନେଇ ତଦନ୍ତ କରୁଛି ପୋଲିସ । ଗ୍ୟାଙ୍ଗଟି କେତେ ଦିନ ଧରି ଏଭଳି କାମ କରୁଥିଲା, ତାହା ମଧ୍ୟ ପୋଲିସ ଛାନଭିନ୍ କରୁଛି ।
ପୋଲିସ ଅଧିକାରୀ ଜେ.ଜେ. ସରଭୈୟାଙ୍କ କହିବା ଅନୁସାରେ, ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛୁ । ଏହି ମାମଲା ସହ ଜଡ଼ିତ ଅନ୍ୟ ଘଟଣା ବିଷୟରେ ତଥ୍ୟ ଜାଣିବାକୁ ଚେଷ୍ଟା ଚାଲିଛି ।

Related Topics
Explore more stories