Videos
|
National

AI Misuse / ରାସ୍ତାରେ ଗଦା ହୋଇଥିଲା କୁଢ଼ କୁଢ଼ ଅଳିଆ; AI ଫଟୋ ପଠାଇ, କହିଲେ ହୋଇଗଲା ସଫା...

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ରାସ୍ତାରେ ଗଦା ହୋଇଥିଲା କୁଢ଼ କୁଢ଼ ଅଳିଆ; AI ଫଟୋ ପଠାଇ, କହିଲେ ହୋଇଗଲା ସଫା...
Civic Workers Fired Over Fake Cleanliness Photos

Key Points

ଗୁରୁଗ୍ରାମ ମହାନଗର ନିଗମରେ ଏଭଳି ୪ ଜଣ ଅଧିକାରୀ ଧରା ପଡ଼ିଛନ୍ତି । ଯେଉଁମାନେ ତାଙ୍କ କାମକୁ ସହଜ କରିବାକୁ ଯାଇ ଉପରିସ୍ଥ ଅଧିକାରୀଙ୍କ ଭୁଲ୍ ତଥ୍ୟ ଦେବା ପାଇଁ AI ଓ GPS ଭଳି ଟେକ୍ନୋଲିଜର ବ୍ୟବହାର କରିଛନ୍ତି ।
ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟକଳାପରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢ଼ିବାରେ ଲାଗିଛି । କିନ୍ତୁ ଏବେ ଏହି ଟେକ୍ନୋଲୋଜିର ଭୁଲ୍ ବ୍ୟବହାର ସାମ୍ନାକୁ ଆସିଛି । ଗୁରୁଗ୍ରାମ ମହାନଗର ନିଗମରେ ଏଭଳି ୪ ଜଣ ଅଧିକାରୀ ଧରା ପଡ଼ିଛନ୍ତି । ଯେଉଁମାନେ ତାଙ୍କ କାମକୁ ସହଜ କରିବାକୁ ଯାଇ ଉପରିସ୍ଥ ଅଧିକାରୀଙ୍କ ଭୁଲ୍ ତଥ୍ୟ ଦେବା ପାଇଁ AI ଓ GPS ଭଳି ଟେକ୍ନୋଲିଜର ବ୍ୟବହାର କରିଛନ୍ତି ।

ତେବେ ଟେକ୍ନୋଲୋଜିର ଏଭଳି ଭୁଲ୍ ବ୍ୟବହାର କରି ସେମାନେ ବେଶୀ ଦିନ ତିଷ୍ଠି ପାରି ନାହାନ୍ତି । ମହାନଗର ନିଗମର ଡିଜିଟାଲ୍ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ସେମାନଙ୍କ ମିଛ ଧରିଛି । ତଦନ୍ତ ପରେ ଚାରିଜଣ ସ୍ମାର୍ଟ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି ।

ଏଥିସହ ପଢ଼ନ୍ତୁ: ଡ୍ରୋନ୍ ଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ ଭାରତ; ୫୨,୦୦୦କୋଟି ଟଙ୍କାରେ କିଣାଯିବ ଆକାଶ ତରଙ୍ଗ 

ଗୁରୁଗ୍ରାମ ମହାନଗର ନିଗମର କମିଶନର ପ୍ରଦୀପ ଦହିୟା କହିଛନ୍ତି, "ଧରା ପଡ଼ିଥିବା କର୍ମଚାରୀ ଭିନ୍ନ ଭିନ୍ନ ଭାବେ ସରକାରୀ ବ୍ୟବସ୍ଥାକୁ ଭୂତାଇବାକୁ ପ୍ରୟାସ କରୁଥିଲେ ।" ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ଵଚ୍ଛତା ବିଭାଗର କର୍ମଚାରୀ ୱସୀମଙ୍କ କାମ ହେଲା ଆବର୍ଜନା ଉଠାଇବା ସଫେଇ ସହ ଜଡ଼ିତ ସମସ୍ୟାର ସମାଧାନ କରିବା ।

କିନ୍ତୁ ୱସୀମ ଆବର୍ଜନା ପଡ଼ିଥିବା ସ୍ଥାନକୁ ନ ଯାଇ ଅଭିଯୋଗର ସମାଧାନ କରି ଦେଉଥିଲେ । ଉକ୍ତ ସ୍ଥାନକୁ ନ ଯାଇ AI ବ୍ୟବହାର କରୁଥିଲେ ୱସୀମ । AI ସହାୟତାରେ ମିଛ ଫଟୋ ପ୍ରସ୍ତୁତ କରି ତାହାକୁ ଅଧିକାରୀକ ୱେବସାଇଟ୍‌ରେ ଅପଲୋଡ୍ କରୁଥିଲେ । ଲାଗୁଥିଲା ଅଭିଯୋଗ ଯେମିତି ସମାଧାନ ହୋଇ ଯାଇଛି । AI ଫଟୋ ଆଧାରରେ ଅଧିକାରୀଙ୍କୁ କାମ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଉଥିଲା ।

ତଦନ୍ତ ବେଳେ ମହାନଗର ନିଗମର ଡିଜିଟାଲ୍ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଏହି ଅସଙ୍ଗତିକୁ ଧରିଥିଲା । ଯାହା ପରେ ମାମଲାର ଗମ୍ଭୀର ଯାଞ୍ଚରୁ ଧରା ପଡ଼ିଥିଲା ସତ । ଆବର୍ଜନା ନେଇ ଆସୁଥିବା ଅଭିଯୋଗ ପରେ ବାସ୍ତବରେ ସଫେଇ ହେଉ ନଥିଲା । ଦ୍ଵିତୀୟରେ GPS ସ୍ପଫିଂ ଟେକ୍ନୋଲୋଜିର ବ୍ୟବହାର କରାଯାଉଥିଲା ।

ମହାନଗର ନିଗମ ଅନୁସାର, ଅନ୍ୟ ଜଣେ କର୍ମଚାରୀ ସୋନୁ GPSର ଭୁଲ୍ ବ୍ୟବହାର କରି ଡ୍ୟୁଟିରେ ରହୁ ନଥିଲେ । ଝଜ୍ଜରରେ ରହି ନିଜ ଲୋକେସନ୍ ଗୁରୁଗ୍ରାମ ଦର୍ଶାଉଥିଲା । ଏଭଳି ଭାବେ ନିର୍ଦ୍ଧାରିତ ସ୍ଥାନକୁ ନ ଯାଇ ଉପସ୍ଥିତ ଦର୍ଶାଉଥିଲେ । ଯାହାକୁ ଡିଜିଟାଲ୍ ସିଷ୍ଟମ ଧରିପାରିଛି ।

ଏଥିସହ ପଢ଼ନ୍ତୁ: ଇ-ରିକ୍ସା ବ୍ୟାଟେରୀ ହ୍ୟାକ୍‌ କରୁଥିବା ଚାଇନିଜ୍ ଆପ୍ଲିକେସନ୍ ଉପରେ ସରକାରଙ୍କ ଆକ୍ସନ୍ 

କେବଳେ ଟେକ୍ନୋଲୋଜିର ଦୁରୂପଯୋଗ ନୁହେଁ ପ୍ରପଟି ଟିକସ ବିଭାଗର ୨ ଅନ୍ୟ ଅଧିକାରୀ ନିରଜ ବଶିଷ୍ଠ ଓ ଅଙ୍କୁର ଅରୋରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୋଗ ହେଲା, ପ୍ରପଟି ଆଇଡି ସହ ଜଡ଼ିତ ମାମଲାରେ ଅନାବଶ୍ୟକ ଅଭିଯୋଗ ପଞ୍ଜୀକରଣ ଓ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରୁନଥିଲେ । ଯାଞ୍ଚରେ ନିୟମର ଉଲ୍ଲଂଘନ ଜଣାପଡ଼଼ିବା ପରେ ଉଭୟଙ୍କୁ ଚାକିରିରୁ ବିଦା କରାଯାଇଛି ।

ଏଭଳି ଭାବେ ଟେକ୍ନୋଲୋଜିର ଦୁରୂପଯୋଗ ପାଇଁ ଗୁରୁଗ୍ରାମ ମହାନଗର ନିଗମ ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Fake Photos Expose Gurugram Civic Staff; Four Employees Fired | Argus News | Argus News