Sarpanch Election / ଗୋଟିଏ ଘରେ ଜନ୍ମ, ଗୋଟିଏ ଘରେ ବିବାହ...ଏବେ ୨ ଭଉଣୀଙ୍କ ମଧ୍ୟରେ କ୍ଷମତା ଲଢେଇ
·40 mins ago·3 min read

Key Points
ଚର୍ଚ୍ଚାରେ ରାଜସ୍ଥାନ ପଞ୍ଚାୟତ ନିର୍ବାଚନ
ମୈଦାନରେ ଅଛନ୍ତି ଦୁଇ ଭଉଣୀ
କ୍ଷମତା ପାଇଁ କରିବେ ଲଢେଇ
ମୈଦାନରେ ଅଛନ୍ତି ଦୁଇ ଭଉଣୀ
କ୍ଷମତା ପାଇଁ କରିବେ ଲଢେଇ
ଜୟପୁର: ଗୋଟିଏ ପରିବାର, ଗୋଟିଏ ସମ୍ପର୍କ, କିନ୍ତୁ ଲକ୍ଷ୍ୟ ଗୋଟିଏ ସରପଞ୍ଚ ଆସନ । ରାଜସ୍ଥାନର ନାଗୌର ଜିଲ୍ଲାର ବରଣଗାଓଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଏମିତି ଏକ ରୋଚକ ରାଜନୈତିକ ଚିତ୍ର ସାମ୍ନାକୁ ଆସିଛି । ଏଠାରେ ସରପଞ୍ଚ ପଦ ପାଇଁ ମୋଟ ୭ ଜଣ ମହିଳା ପ୍ରାର୍ଥୀ ମୈଦାନରେ ଥିବାବେଳେ ସମସ୍ତଙ୍କ ନଜର ଅଟକିଛି ଦୁଇ ସମ୍ପର୍କୀୟ ନୁହେଁ, ବରଂ ଦୁଇ ଭଉଣୀ ମୀରା ବେନିୱାଲ ଓ ରାଜବାଲା ବେନିୱାଲଙ୍କ ଉପରେ ।
ଏହି ନିର୍ବାଚନର ଆଉ ଏକ ଦିଗ ହେଉଛି, ଉଭୟେ ରାଜସ୍ଥାନର ସାଂସଦ ତଥା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (RLP) ମୁଖ୍ୟ ହନୁମାନ ବେନିୱାଲଙ୍କ ପରିବାରର ସଦସ୍ୟ । ମୀରା ହେଉଛନ୍ତି ହନୁମାନଙ୍କ ବଡ଼ ଭାଇ ସ୍ୱର୍ଗତ ରାମପ୍ରସାଦ ବେନିୱାଲଙ୍କ ପତ୍ନୀ । ସେହିପରି ରାଜବାଲା ହେଉଛନ୍ତି ଅନ୍ୟ ବଡ଼ ଭାଇ ପ୍ରେମସୁଖ ବେନିୱାଲଙ୍କ ପତ୍ନୀ । ଦୁଇ ଭଉଣୀଙ୍କ ଏହି ରାଜନୈତିକ ମୁକାବିଲା ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି।

- ୨୫ବର୍ଷ ପରେ ପୁଣି ଚର୍ଚ୍ଚାରେ ରାମପ୍ରସାଦଙ୍କ ପରିବାର
- ପୁରୁଣା ରାଜନୈତିକ ମତଭେଦକୁ ନେଇ ମଧ୍ୟ ଚର୍ଚ୍ଚା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ହନୁମାନ ବେନିୱାଲ କାହାକୁ ସମର୍ଥନ କରିବେ ?
ପଢନ୍ତୁ ଏହି ଖବର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ତାହାର ବିକାଶ କାମ ହାତକୁ ନେଇଥିଲେ
ସୂଚନା ଥାଉ କି, ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୪ରେ ହେବାକୁ ଥିବାବେଳେ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଯଥାକ୍ରମେ ଅକ୍ଟୋବର ୩୧, ନଭେମ୍ବର ୬ ଏବଂ ନଭେମ୍ବର ୧୬ ତାରିଖରେ ହେବ । ତେବେ ରାଜସ୍ଥାନର ଏହି ବରଣଗାଓଁରେ ନିର୍ବାଚନ ଆସନ୍ତାକାଲି (ଅକ୍ଟୋବର ୨୪)ରେ ଅନୁଷ୍ଠିତ ହେବ ।
Related Topics
Explore more stories