Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁଶୁଡ଼ିଲା ହନୁମାନ ମନ୍ଦିର ଛାତ; ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା

National

Temple Roof Collapse / ଭୁଶୁଡ଼ିଲା ହନୁମାନ ମନ୍ଦିର ଛାତ; ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଭୁଶୁଡ଼ିଲା ହନୁମାନ ମନ୍ଦିର ଛାତ; ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା
Several Devotees Suspected Under Debris

Key Points

ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଭୁଶୁଡ଼ିଲା ଛାତ । ଭଗ୍ନାବଶେଷ ତଳେ ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ମୁମ୍ବାଇ: ହନୁମାନ ମନ୍ଦିରରେ ବଡ଼ ଅଘଟଣ । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଭୁଶୁଡ଼ିଲା ଛାତ । ଭଗ୍ନାବଶେଷ ତଳେ ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏତେବଡ଼ ଅଘଟଣ ପରେ ତୁରନ୍ତ ଆରମ୍ଭ କରାଯାଇଛି ଉଦ୍ଧାର କାର୍ଯ୍ୟ ।

ଶନିବାର ଏତେ ବଡ଼ ଅଘଟଣ ଘଟିଛି ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ । ମାନବତ ତହସିଲ୍ ଅନ୍ତର୍ଗତ ପ୍ରସିଦ୍ଧ ୟଶୱାଡ଼ି ହନୁମାନ ମନ୍ଦିର (ମାରୁତି ମନ୍ଦିର)ର ସଭା ମଣ୍ଡପ ଅଚାନକ ଭୁଶୁଡ଼ି ଯାଇଛି । ଭଗ୍ନାଂଶ ତଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ଏଥିସହ ପଢ଼ନ୍ତୁ: କୋଲକାତାରେ Indigo ବିମାନ ଉପରେ ଖସିଲା ବିଜୁଳି; ଥିଲେ ୧୪୧ ଯାତ୍ରୀ 

ବର୍ତ୍ତମାନ ସୁଦ୍ଧା ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଛି । ୮ରୁ ୧୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ପ୍ରସାଦ ବଣ୍ଟନ ବେଳେ ଏହି ଅଘଟଣ ଘଟିଥିବା ସିସିଟିଭି ଭିଡିଓରେ ରେକର୍ଡ କରାଯାଇଛି ।


ମନ୍ଦିର ଛାତ ଭୁଶୁଡ଼ିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଫସିଥିବା ଶ୍ରଦ୍ଧାଳୁଙ୍କୁ ବାହାର କରିବାକୁ ପ୍ରୟାସ ଚାଲିଛି । ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ୍ ପଠା ଯାଉଛି ।

ଶନିବାର ହନୁମାନ ମନ୍ଦିରରେ କୀର୍ତ୍ତନ ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ସଭା ମଣ୍ଡପର ଛାତ । ଉପସ୍ଥିତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନକୁ ଖବର ଦେଇଥିଲେ ।

ଏଥିସହ ପଢ଼ନ୍ତୁ: କ୍ରୀଷ୍ଣା ନଦୀ କୂଳରେ ଅନ୍ତର୍ଜାତୀୟ ଯୋଗ ଦିବସ, ରାମଦେବଙ୍କ ସହ ଯୋଗଦେବେ ଚନ୍ଦ୍ରବାବୁ ନାଇଡୁ 

ସୂଚନା ଅନୁସାରେ, ମନ୍ଦିର ପରିସରରେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଶନିବାର ଶ୍ରଦ୍ଧାଳୁଙ୍କ ଭିଡ଼ ପାଇଁ ବନ୍ଦ ରହିଥିଲା ନିର୍ମାଣ । ମନ୍ଦିରରେ ଗହଳି ରହିଥିବା ବେଳେ ନିର୍ମାଣାଧିନ ଅଞ୍ଚଳରେ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ । ପ୍ରସାଦ ବଣ୍ଟନ ଚାଲିଥିବା ବେଳେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ ଭକ୍ତ । ସେହି ସମୟରେ ହଠାତ୍ ନିର୍ମାଣାଧୀନ ଅଂଶ ଭୁଶୁ଼ଡ଼ି ଯାଇଥିଲା । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored