Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ରୀଷ୍ଣା ନଦୀ କୂଳରେ ଅନ୍ତର୍ଜାତୀୟ ଯୋଗ ଦିବସ, ରାମଦେବଙ୍କ ସହ ଯୋଗଦେବେ ଚନ୍ଦ୍ରବାବୁ ନାଇଡୁ

National

International Yoga Day / କ୍ରୀଷ୍ଣା ନଦୀ କୂଳରେ ଅନ୍ତର୍ଜାତୀୟ ଯୋଗ ଦିବସ, ରାମଦେବଙ୍କ ସହ ଯୋଗଦେବେ ଚନ୍ଦ୍ରବାବୁ ନାଇଡୁ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
କ୍ରୀଷ୍ଣା ନଦୀ କୂଳରେ ଅନ୍ତର୍ଜାତୀୟ ଯୋଗ ଦିବସ, ରାମଦେବଙ୍କ ସହ ଯୋଗଦେବେ ଚନ୍ଦ୍ରବାବୁ ନାଇଡୁ
Mega Yoga Event in Vijayawada

Key Points

ହରିଦ୍ଵାରରୁ ହର ଦ୍ଵାର... ନାରା ଦେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ଅନ୍ତର୍ଜାତୀୟ ଯୋଗ ଦିବସରେ ବିଜୟୱାଡ଼ାକୁ ଯୋଡ଼ିବ । ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ମହାକୁମ୍ଭ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେଉଁଠି ଦିନ ବ୍ୟାପୀ ୧୦୦ରୁ ଅଧିକ ପ୍ରକାର ଯୋଗ ପ୍ରଶିକ୍ଷଣ ଦିଆଯିବ ।
ନୂଆଦିଲ୍ଲୀ: ସୁସ୍ଥ ସ୍ଵାସ୍ଥ୍ୟ ପାଇଁ ଯୋଗ । ଏହି ବାର୍ତ୍ତା ନେଇ ଜୁନ୍‌ ୨୧ରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଭଳି ବାବା ରାମଦେବ, ଆଚାର୍ଯ୍ୟ ବାଳକ୍ରୀଷ୍ଣନ ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ୍ ହେବେ ।

ହରିଦ୍ଵାରରୁ ହର ଦ୍ଵାର... ନାରା ଦେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ଅନ୍ତର୍ଜାତୀୟ ଯୋଗ ଦିବସରେ ବିଜୟୱାଡ଼ାକୁ ଯୋଡ଼ିବ । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ବାବା ରାମଦେବ, ଆଚାର୍ଯ୍ୟ ବାଳକ୍ରୀଷ୍ଣନ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିବେ ।

ଏଥିସହ ପଢ଼ନ୍ତୁ: ଭୁଶୁଡ଼ିଲା ହନୁମାନ ମନ୍ଦିର ଛାତ; ୩୦ରୁ ୪୦ ଶ୍ରଦ୍ଧାଳୁ ଚାପି ହୋଇ ରହିଥିବା ଆଶଙ୍କା 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ର ସରକାରଙ୍କ ଆୟୁଷ ବିଭାଗ ସହ ମିଶି ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ କରୁଛି ପତଞ୍ଜଳି ଯୋଗପୀଠ, ହରିଦ୍ଵାର ।

କ୍ରୀଷ୍ଣା ନଦୀ କୂଳରେ ଅବସ୍ଥିତ ଅମରାବତୀ ହେଉଛି ସହିଷ୍ଣୁତାର ସହର । ଅମରତ୍ଵର ସହର କୁହାଯାଉଥିବା ଅମରାବତୀକୁ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଚୟନ କରାଯାଇଛି । ଯେଉଁଠି ଅମରାବତୀ ସ୍ତୁପ ସହ ରହିଛି ବୁଦ୍ଧଙ୍କ ଧ୍ୟାନ ପ୍ରତିମା ଏବଂ ଭଗବାନ ଶିବଙ୍କ ଅମଗେଶ୍ଵର ମନ୍ଦିର ।


୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ମହାକୁମ୍ଭ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେଉଁଠି ଦିନ ବ୍ୟାପୀ ୧୦୦ରୁ ଅଧିକ ପ୍ରକାର ଯୋଗ ପ୍ରଶିକ୍ଷଣ ଦିଆଯିବ । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ପତଞ୍ଜଳି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଘରେ ବସି ଦେଖିପାରିବେ

ବିଜୟୱାଡ଼ାର ଲବିପେଟସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହେବ । କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ୨୮ଟି କ୍ୟାମେରା ସହ ଡ୍ରୋନ‍ ଓ ଜିମି କ୍ୟାମେରା ଖଞ୍ଜା ଯାଇଛି । ପଡ଼ିଆରେ ଏଲ୍‌ଇଡି ସ୍କ୍ରିନ୍ ମଧ୍ୟ ଲଗା ଯାଇଛି ।

ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ,ଗୋଷାଣୀ ପୀଠରେ ଆଦିବାସୀ ପରମ୍ପରାରେ କଲେ ପୂଜାର୍ଚ୍ଚନା 

ଜୁନ୍ ୨୧ ତାରିଖ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ସକାଳ ୫ଟାରୁ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ଯୋଗ କରାଯିବ । ଏନେଇ ପତଞ୍ଜଳି ହରିଦ୍ଵାର ପକ୍ଷରୁ ସୂଚନ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଆପଣମାନେ ଯୋଗଗୁରୁ ରାମଦେବଙ୍କ ଫେସବୁକ୍, ୟୁଟ୍ୟୁବ୍ ଆକାଉଣ୍ଟ ସହ ଟିଭି ଚ୍ୟାନେଲ୍‌ରେ ଘରେ ବସି ଦେଖି ପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored