Videos
|
National

Haridwar Dehradun Highway Elephant Attack / ଭାଗ୍ୟ ଥିଲେ ଏମିତି! ବାଇକ୍ ଆରୋହୀଙ୍କ ଉପରେ ଦୁଇଥର ପାଦ ରଖିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଯୁବକ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଭାଗ୍ୟ ଥିଲେ ଏମିତି! ବାଇକ୍ ଆରୋହୀଙ୍କ ଉପରେ ଦୁଇଥର ପାଦ ରଖିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଯୁବକ
Bike Rider Narrowly Escapes (Photo Source: Social Media/AI)

Key Points

ହରିଦ୍ୱାର-ଡେରାଡୁନ୍ ରାଜପଥରେ ଏକ ହାତୀର ଭୟଙ୍କର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ଜଣେ ବାଇକ୍ ଆରୋହୀ। ନେପାଳୀ ଫାର୍ମ ନିକଟରେ ହାତୀଟି ତାଙ୍କ ଛାତି ଓ ପେଟ ଉପରେ ଦୁଇଥର ପାଦ ରଖିଥିଲା। ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚା ବଢ଼ିଛି। ଏହି ଅଞ୍ଚଳ ରାଜାଜୀ ଟାଇଗର ରିଜର୍ଭ ନିକଟରେ ଅବସ୍ଥିତ।




ହରିଦ୍ୱାର-ଡେରାଡୁନ୍ (12/11): ଗୁରୁବାର (୧୨ ନଭେମ୍ବର) ଭୋର ପ୍ରାୟ ଚାରିଟା (04:00 AM) ସମୟରେ ହରିଦ୍ୱାର-ଡେରାଡୁନ ରାଜପଥରେ ଦେଖିବାକୁ ମିଳିଥିବା ଏକ ଛାତି ଥରାଇ ଦେବା ଭଳି ଦୃଶ୍ୟ। ଏହି ରାସ୍ତାରେ ଯାତ୍ରା କରିବା ସମୟରେ ଜଣେ ବାଇକ ଆରୋହୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ସ୍ଥାନୀୟ ନେପାଳୀ ଫାର୍ମ ନିକଟରେ, ଏକ ହାତୀ ତାଙ୍କ ପେଟ ଏବଂ ଛାତି ଉପରେ ଦୁଇ ଦୁଇ ଥର ପାଦ ରଖି ଦେଇଥିଲା। ହେଲେ ଏହା ସତ୍ତ୍ୱେ ସେହି ବ୍ୟକ୍ତି ଜଣକ ବିନା କୌଣସି କ୍ଷୟକ୍ଷତିରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ସେମାନେ ସେହି ବାଇକ ଚାଳକଙ୍କୁ ଭାଗ୍ୟବାନ ବୋଲି କହି ସହ ପ୍ରଶଂସା କରିଥିଲା।

"ସେ ନିଜର ଭାଗ୍ୟ ନିଜେ ଭଗବାନଙ୍କ ଠାରେ ଲେଖାଇଥିଲେ"
ସେହି ରାସ୍ତା ଦେଇ ଯାଉଥିବା ଜଣେ କ୍ୟାବ୍ ଡ୍ରାଇଭର ଶିବ ଶର୍ମା, ସମଗ୍ର ଘଟଣାକୁ କ୍ୟାମେରାରେ ରେକର୍ଡ଼ କରିଥିଲେ। ଏହି ଭିଡି଼ଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛନ୍ତି "ହରିଦ୍ୱାର ଠାରୁ ଡେରାଡୁନ ଯିବାର ରାସ୍ତା ସହଜ, ହେଲେ ପରିସ୍ଥିତି ଏପରି ନୁହେଁ। ଯେକୌଣସି ସମୟରେ ରାସ୍ତାରେ ହାତୀ ନଜର ଆସିଥାନ୍ତି। ସେହି ବାଇକ ଆରୋହୀ ଜଣଙ୍କ ନିଜର ଭାଗ୍ୟ ଭଗବାନଙ୍କ ଠାରୁ ନିଜେ ଲେଖାଇ ଆଣିଥିଲେ। ଆଉ ସେ ନିଜର ଭାଗ୍ୟକ୍ୟ ଏପରି ଲେଖାଇ ଥିଲେ ଯେ ସେ ନିଜେ ବଞ୍ଚିଗଲେ। ନଚେତ୍ ହାତୀର ପାଦ ତଳୁ ଜୀବିତ ବାହାରି ଆସିବା ପ୍ରାୟତଃ ଅସମ୍ଭବ।" 



ଏହା ସହ ପଢନ୍ତୁ: ୧୦ ଦିନ ପରେ ସଫଳ ହେଲା ଅଭିଯାନ; ଶେଷରେ ଧରା ପଡ଼ିଲା ବଦମାସ୍ ମାଙ୍କଡ଼

ନିକଟରେ ରହିଛି ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହରିଦ୍ୱାର-ଡେରାଡୁନ୍ ରାଜପଥର ଏହି ଅଂଶ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ (Rajaji Tiger Reserve) ନିକଟରେ ଅବସ୍ଥିତ। ଯେଉଁଠାରେ ବନ୍ୟପ୍ରାଣୀ, ବନ୍ୟ ହାତୀ ସମେତ ବିଭିନ୍ନ ଜୀବ ଜନ୍ତୁ ପ୍ରାୟତଃ ରାସ୍ତା ନିକଟରେ ନଜର ଆସିଥାନ୍ତି। ଏହି ରାସ୍ତାରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ ଅତିରିକ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଏ। ବିଶେଷକରି ସକାଳ ଏବଂ ବିଳମ୍ବିତ ରାତିରେ ଯଦି ରାସ୍ତାରେ ହାତୀ ଦେଖାଯାଏ ତାହେଲେ ଧିରେ ଗାଡି଼ ଚଲାଇବାକୁ ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: