Videos
|
National

Ganesh Visarjan Row / ଗଣେଶ-ଗୌରୀ ମୂର୍ତ୍ତି ବିସର୍ଜନକୁ ନେଇ ବିବାଦ, SPଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ ଜିଲ୍ଲାପାଳ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗଣେଶ-ଗୌରୀ ମୂର୍ତ୍ତି ବିସର୍ଜନକୁ ନେଇ ବିବାଦ, SPଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ ଜିଲ୍ଲାପାଳ
DC Sends Show-Cause Notice to SP

Key Points

ନିଷେଧ ସତ୍ତ୍ୱେ ହେଲା ଗଣେଶ-ଗୌରୀ ମୂର୍ତ୍ତି ବିସର୍ଜନ
ହାସନ SPଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍
ଆୟୋଜକଙ୍କ ବିରୋଧରେ କେସ୍ କାହିଁକି ହେଲାନି ?
ବେଙ୍ଗାଲୁରୁ: ପ୍ରତିବନ୍ଧକ ସତ୍ତ୍ଵେ ପ୍ରତିମା ବିସର୍ଜନ । ତେଜିଲା ଜିଲ୍ଲାପାଳ-ଏସ୍‌ପିଙ୍କ ମଧ୍ୟରେ ଲଢ଼େଇ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ନ ମାନିବାକୁ ନେଇ ଜିଲ୍ଲାପାଳ, ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଭଳି ବିବାଦ କର୍ଣ୍ଣାଟକର ହାସନ ଜିଲ୍ଲାରେ ଗଣେଶ ଓ ଗୌରୀ ମୂର୍ତ୍ତି ବିସର୍ଜନକୁ ନେଇ ଦେଖା ଦେଇଛି । କଟକଣା ସତ୍ତ୍ଵେ ମୂର୍ତ୍ତି ବିସର୍ଜନ ହୋଇଥିବା ଅଭିଯୋଗରେ ହାସନ ଜିଲ୍ଲାର ଜିଲ୍ଲାପାଳ କେ.ଏସ୍. ଲଥାକୁମାରୀ, ଏସ୍‌ପି ଶୁଭନିତ୍ୱାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ରାବଣ ପ୍ରତିମୂର୍ତ୍ତି ନିର୍ମାଣ ବେଳେ ଜୋରଦାର ବିସ୍ଫୋରଣ; ୫ ଆହତ 

ହାସନ ସହରର ନୀରୁବାଗିଲୁ ଅଞ୍ଜନେୟ ମନ୍ଦିର ନିକଟ ଦେବିଗେରେ ପରିସରରେ ପ୍ରତିମା ବିସର୍ଜନ ବାରଣ ଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ୩ ତାରିଖରେ ଏଠାରେ ଗଣେଶ ଓ ଗୌରୀ ମୂର୍ତ୍ତିର ସାର୍ବଜନୀନ ବିସର୍ଜନ ଉପରେ ରୋକ୍ ଲଗାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ଉଦ୍ଦେଶ୍ୟ ଥିଲା ଜଳ ପ୍ରଦୂଷଣ ରୋକିବା ସହ ପରିବେଶ, ସାଧାରଣ ସ୍ୱାସ୍ଥ୍ୟ ଓ ଜଳଜୀବଙ୍କ ସୁରକ୍ଷା । ପ୍ରଶାସନର ନୋଟିସ୍ ଅନୁସାରେ, ପ୍ରତିବନ୍ଧକ ଲାଗୁ ହେବା ପରେ ମଧ୍ୟ ଦେବିଗେରେରେ ଗଣେଶ ଓ ଗୌରୀ ମୂର୍ତ୍ତି ବିସର୍ଜନ କରାଯାଇଥିଲା ।

ଏହି ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ, ବିସର୍ଜନରେ ସାମିଲ ଆୟୋଜକ କିମ୍ବା ଅନ୍ୟ ସମ୍ପୃକ୍ତ ଲୋକଙ୍କ ବିରୋଧରେ ମାମଲା କାହିଁକି ହୋଇନାହିଁ, ସେନେଇ ଜିଲ୍ଲାପାଳ ପ୍ରଶ୍ନ କରିଛନ୍ତି ।

ମାମଲାରେ ଏସ୍‌ପିଙ୍କୁ ଜିଲ୍ଲାପାଳଙ୍କ ସମ୍ମୁଖରେ ନିଜେ ହାଜର ହୋଇ ଲିଖିତ ଜବାବ ଦେବାକୁ କୁହାଯାଇଛି । ଯଦି ଉତ୍ତର ସନ୍ତୋଷଜନକ ନହୁଏ, ସେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇପାରେ ବୋଲି ନୋଟିସ୍‌ରେ କୁହାଯାଇଛି ।

ଏଥିସହ ପଢ଼ନ୍ତୁ: ସାରଣରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଚାଲିଗଲା ୩ ଜୀବନ 

ପ୍ରଶାସନ ପକ୍ଷରୁ ଜାରି କଟକଣା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୬୩ ଏବଂ Water (Prevention and Control of Pollution) Act, ୧୯୭୪ର ଧାରା ୨୪ ଅଧୀନରେ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି । ଏବେ ଏସ୍‌ପିଙ୍କ ଲିଖିତ ଜବାବ ପରେ ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ କ’ଣ ହେବ, ତାହା ସ୍ପଷ୍ଟ ହେବ ।