Videos
|
National

HD Kumaraswamy / ୨୦୨୮ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୨ ଗାଈ!

Subhramjit Ray
Browse all articles by Subhramjit Ray
·Updated on: 28 Nov 2026, 20:48:10 IST·2 min read
୨୦୨୮ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୨ ଗାଈ!
Photo Source: Social Media/AI

Key Points

୨୦୨୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ NDA ସରକାର ଗଠନ ହେଲେ ପ୍ରତ୍ୟେକ ଗ୍ରାମୀଣ ପରିବାରର ମହିଳାଙ୍କୁ ଦୁଇଟି ଗାଈ ଯୋଗାଇ ଦିଆଯିବ। ଏହାଦ୍ୱାରା ମହିଳାଙ୍କ ଆୟ ଓ ଆର୍ଥିକ ସ୍ୱାବଲମ୍ବନ ବଢ଼ିବ ବୋଲି ସେ କହିଛନ୍ତି। ଏଥିସହ ଆଶା କର୍ମୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସେ କର୍ଣ୍ଣାଟକ ସରକାରଙ୍କୁ ସମାଲୋଚନା କରିଛନ୍ତି।

ବେଙ୍ଗାଲୁରୁ: ୨୦୨୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଗୋଟିଚାଳନା ଏବେ ଠାରୁ ଆରମ୍ଭ ହୋଇଗଲାଣି। ଏହି କ୍ରମରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ତଥା ତଥା ଜନତା ଦଳ ସେକ୍ୟୁଲାର (ଜେଡ଼ିଏସ୍) ନେତା ଏଚ୍.ଡି଼ କୁମାରସ୍ୱାମୀ ଗ୍ରାମାଞ୍ଚଳର ମହିଳା ମତଦାତାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଏକ ପ୍ରମୁଖ ପ୍ରତିଶୃତି ଦେଇଛନ୍ତି। ଏନେଇ ସେ କହିଛନ୍ତି ଯଦି ୨୦୨୮ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସରକାର ଗଠନ କରେ, ତାହେଲେ ଗ୍ରାମୀଣ ପରିବାରର ପ୍ରତ୍ୟେକ ମହିଳା ଦୁଇଟି ଗାଈ ଯୋଗାଇ ଦିଆଯିବ। ସେ ଦାବି କରିଛନ୍ତି ଯେ ଏହି ଯୋଜନା ଦ୍ୱାରା ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇ ପାରିବ। ସେ ଆଶା କର୍ମୀଙ୍କ ଆନ୍ଦୋଳନକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

କଂଗ୍ରେସର ଗ୍ୟାରେଣ୍ଟିକୁ ଟାର୍ଗେଟ କରି ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ
କେନ୍ଦ୍ରମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ କହିଛନ୍ତି ଯେ ଆଜିକାଲି ନିର୍ବାଚନ ସମୟରେ ବିଭିନ୍ନ ଦଳ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ନଗଦ ସ୍ଥାନାନ୍ତରର ପ୍ରତିଶୃତି ଦେଉଛନ୍ତି। ସେ କଂଗ୍ରେସର ଗ୍ୟାରେଣ୍ଟି ଯୋଜନାକୁ ସମାଲୋଚନା କରି କହିଛନ୍ତି ଯେ ସେ ଜାଣିନାହାଁନ୍ତି ଯେ କଂଗ୍ରେସ ଭବିଷ୍ୟତରେ କେଉଁ ନୂତନ ଗ୍ୟାରେଣ୍ଟି ଆଣିବ।


କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଆହୁରି କହିଛନ୍ତି ଯେ ଯଦି ୨୦୨୮ ରେ ରାଜ୍ୟରେ NDA ସରକାର କ୍ଷମତାକୁ ଆସେ, ତାହେଲେ ଗ୍ରାମାଞ୍ଚଳ ପରିବାରର ମହିଳାଙ୍କୁ ଜୀବିକା ନିର୍ବାହ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ପାଇଁ ଦୁଇଟି ଗାଈ ଯୋଗାଇ ଦିଆଯିବ। ସେ କହିଥିଲେ ଯେ ଏହା ଦ୍ୱାରା ମହିଳାଙ୍କୁ ନିୟମିତ ଆୟ ଅର୍ଜନ କରିବାକୁ ଏବଂ ସେମାନଙ୍କର ଆର୍ଥିକ ଆବଶ୍ୟକତା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାରେ ସକ୍ଷମ ହେବ। କୁମାରସ୍ୱାମୀ କହିଥିଲେ ଯେ ମହିଳାଙ୍କୁ ଆତ୍ମନିଯୁକ୍ତି ଏବଂ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ଏକ ବ୍ୟବସ୍ଥା ସ୍ଥାପନ କରାଯିବା ଆବଶ୍ୟକ।

ଏହା ସହ ପଢନ୍ତୁ: 'ତାଙ୍କର ରକ୍ତ ହେଉଛି ଇଟାଲୀୟ', ଆପଣ ତାଙ୍କ ଠାରୁ କ'ଣ ଆଶା କରିପାରିବେ?

ଆଶା କର୍ମୀଙ୍କ ପ୍ରତିବାଦକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା
ରାଜଧାନୀ ବେଙ୍ଗାଲୁରୁ ସ୍ଥିତି ଫ୍ରିଡମ୍ ପାର୍କ ଠାରେ ଆଶା କର୍ମୀଙ୍କ ଦ୍ୱାରା ଚାଲିଥିବା ପ୍ରତିବାଦ ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ। ସେ ଅଭିଯୋଗ କରିଥିଲେ ଯେ ସରକାରଙ୍କ ମନୋଭାବ "ଅମାନବୀୟ" ଏବଂ ଗରିବଙ୍କ ପ୍ରତି ସମ୍ବେଦନହୀନ। ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ଦାୟିତ୍ୱବାନ ମନ୍ତ୍ରୀ ପ୍ରତିବାଦକାରୀ ଆଶା କର୍ମୀଙ୍କୁ ଆନୁଷ୍ଠାନିକ ଭାବରେ ଆଲୋଚନା କରିବା ପାଇଁ ନିମନ୍ତ୍ରଣ କରି ନାହାଁନ୍ତି। ସେ କହିଥିଲେ ଯେ ଆଶା କର୍ମୀ ସେମାନଙ୍କ ସମସ୍ୟାକୁ ନେଇ ପ୍ରାୟ ୧୦ ଦିନ ଧରି ପ୍ରତିବାଦ କରୁଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇ ନାହିଁ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: