Videos
|
Politics

HD Kumaraswamy targets Sonia Gandhi / 'ତାଙ୍କର ରକ୍ତ ହେଉଛି ଇଟାଲୀୟ', ଆପଣ ତାଙ୍କ ଠାରୁ କ'ଣ ଆଶା କରିପାରିବେ?

Subhramjit Ray
Browse all articles by Subhramjit Ray
·1 hour ago·2 min read
'ତାଙ୍କର ରକ୍ତ ହେଉଛି ଇଟାଲୀୟ', ଆପଣ ତାଙ୍କ ଠାରୁ କ'ଣ ଆଶା କରିପାରିବେ?
HD Kumaraswamy targets Sonia Gandhi

Key Points

ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ସହିତ ଜଡି଼ତ ଏକ ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ଆସିଛି।
National Song Vande Mataram Controversy: ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଗାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରୀୟ ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡ଼ି କୁମାରସ୍ୱାମୀ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ, ସୋନିଆ ଗାନ୍ଧୀଙ୍କ ବିଷୟରେ କହିଛନ୍ତି ଯେ, ତାଙ୍କ ଶିରାରେ ପ୍ରାୟତଃ ଇଟାଲୀୟ ରକ୍ତ ପ୍ରବାହିତ ହେଉଛି। ଆପଣ ସୋନିଆ ଗାନ୍ଧୀଙ୍କ ଠାରୁ କ'ଣ ଆଶା କରିପାରିବେ? ସେ କ'ଣ ଆମ ଦେଶର କି? ସେ ବିବାହ କରି ଏଠାକୁ ଆସିଥିଲେ। ହେଲେ ତାଙ୍କର ରକ୍ତ ପ୍ରାୟତଃ ଇଟାଲୀୟ, ଏହା ନୁହେଁ କି? ସେ ଏପରି କାହିଁକି ବ୍ୟବହାର କାହିଁକି ପ୍ରଦର୍ଶନ କଲେ ସେ ସମ୍ପର୍କରେ ସଫେଇ ଦେବା ନିରର୍ଥକ। ଲୋକେ ଏବେ ସତ୍ୟ କ'ଣ ତାହା ବୁଝି ସାରିଛନ୍ତି।" ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଗାନକୁ ନେଇ ଜଡିତ ବିବାଦ ପରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିଛି।

କଂଗ୍ରେସ ମୁଖ୍ୟାଳୟରେ କ'ଣ ହୋଇଥିଲା?
ଗତ ଶନିବାର (୧୫ ଅଗଷ୍ଟ) ସ୍ୱାଧିନତା ଦିବସ ପାଳନ କରାଯିବା ସମୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ମୁଖ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହା ପରେ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଗାନ କରାଯାଇଥିଲା। ଯଦିଓ ଦଳର ମତ ଥିଲା ଯେ ରାଷ୍ଟ୍ରଗୀତର କେବଳ ପ୍ରଥମ ଦୁଇଟି ପଦ ଗାନ କରାଯିବା ଆବଶ୍ୟକ। ହେଲେ ରାଷ୍ଟ୍ରଗୀତର ଦୁଇଟି ନିର୍ଦ୍ଦିଷ୍ଟ ପଦ ବ୍ୟତୀତ ଆଗକୁ ଏହାର ଗାନ ଜାରି ରହିଥିଲା।

ରିପୋର୍ଟ ହୋଇଛି ଯେ ସୋନିଆ ଗାନ୍ଧୀ ପ୍ରଥମେ ରାଷ୍ଟ୍ରଗୀତର ସମ୍ପୂର୍ଣ୍ଣ ସଂସ୍କରଣ ବାଜୁଥିବାର ଲକ୍ଷ୍ୟ କରିଥିଲେ। ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇଙ୍ଗିତ କରିଥିଲେ ଏବଂ ଏହା ପରେ ରାଷ୍ଟ୍ରଗୀତ ବନ୍ଦ କରିବାକୁ କହିଥିଲେ। ଖାର୍ଗେ ମଧ୍ୟ ରାଷ୍ଟ୍ରଗୀତ ଉପରେ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଥିଲା। ଯେତେବେଳେ ଦଳର ଜଣେ ପଦାଧିକାରୀ ଉଭୟଙ୍କୁ ପରିସ୍ଥିତି ବୁଝାଉଥିବାର ଦେଖାଯାଇଥିଲା। ସେମାନଙ୍କ ପାଖରେ ଛିଡା ହୋଇ ରାହୁଲ ଗାନ୍ଧୀ ଏସବୁ ଦେଖୁଥିଲେ।

ଏହା ସହ ପଢନ୍ତୁ: 'ଏ ଜନ୍ମରେ କେରଳମ୍ ରେ ସମ୍ପୂର୍ଣ୍ଣ ଗାନ କରାଯିବ ନାହିଁ ବନ୍ଦେ ମାତରମ୍'

କଂଗ୍ରେସ ମୁଖ୍ୟାଳୟରେ ଘଟିଥିବା ଏହି ଘଟଣା ରାଜନୈତିକ ବିବାଦ ସୃଷ୍ଟି କରିଥିଲା। ବିଜେପି ଅଭିଯୋଗ କରିଥିଲା ​​ଯେ କଂଗ୍ରେସ କାର୍ଯ୍ୟକ୍ରମରେ 'ବନ୍ଦେ ମାତରମ୍' ସମ୍ପୂର୍ଣ୍ଣ ସଂସ୍କରଣ ଗାନ କରାଯିବା ଉପରେ ସୋନିଆ ଗାନ୍ଧୀ ଆପତ୍ତି ଜଣାଇଥିଲେ। ହେଲେ ତଥାପି କଂଗ୍ରେସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ରାଷ୍ଟ୍ରଗୀତର ସମ୍ପୂର୍ଣ୍ଣ ସଂସ୍କରଣ ବନ୍ଦ କରିବାକୁ କୌଣସି ପ୍ରୟାସ କରାଯାଇ ନାହିଁ। କଂଗ୍ରେସ ପକ୍ଷରୁ ବାରମ୍ବାର ଏହି ପ୍ରସଙ୍ଗରେ ସଫେଇ ଦିଆ ଯାଇଥିଲେ ମଧ୍ୟ ଏହି ବିବାଦ ଥମିବାର ନାଁ ଧରୁନାହିଁ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: