ଉତ୍ତର ଭାରତରେ ପ୍ରବଳ ତୁଷାରପାତ
·2 years ago·1 min read

ଅର୍ଗସ ବ୍ୟୁରୋ : ଉତ୍ତର ଭାରତରେ ପ୍ରବଳ ତୁଷାରପାତ । ଜମ୍ମୁ କାଶ୍ମୀରଠୁ ନେଇ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ରକ୍ତ ଜମାଇ ଦେଲା ଭଳି ଥଣ୍ଡା ଅନୁଭୁତ ହେଉଛି । କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ରାସ୍ତାରେ ଜମି ରହିଛି ବରଫ । ଅନେକ ଅଞ୍ଚଳକୁ ଯିବା ମଧ୍ୟ ସମ୍ଭବ ହେଉନାହିଁ । ଫେବ୍ରୁଆରୀ ୪ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ : ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ
ତେଣୁ ୫ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ବିହାରରେ କୋଲ୍ଡ ଡେ ଆଲର୍ଟ ଜାରି କରାଯାଇଛି । ତେବେ ବରଫ ଦେଖିବାକୁ କାଶ୍ମୀରକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଲମାର୍ଗରେ ବରଫପାତର ମଜା ନେଉଛନ୍ତି ଲୋକେ । ଭାରତର ଏହି ଭୂସ୍ବଗକୁ ଦେଖିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: