FASTag Rules India / ହାଇୱେ-ଟୋଲ୍ ଦେଇ କରୁଛନ୍ତି କି ଯାତ୍ରା? ଜାଣିରଖନ୍ତୁ ୫ FASTag ନିୟମ
·6 months ago·2 min read

Key Points
ଯଦି ଆପଣ ନିୟମିତ ଭାବରେ ଟୋଲ୍ ହାଇୱେ ଦେଇ ଯାତ୍ରା କରୁଛନ୍ତି, ତାହେଲେ ଆପଣ ଫାସଟ୍ୟାଗ୍ ସହ ଜଡ଼ିତ ଏହି ୫ ନିୟମ ବିଷୟରେ ଜାଣିରଖନ୍ତୁ।
FASTag 5 Rules India: ଦେଶରେ ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଜାତୀୟ ରାଜପଥରେ ଏବେ ଫାସଟ୍ୟାଗ୍ ବ୍ୟବହାର ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ହୋଇଯାଇଛି। ହେଲେ ଫାସଟ୍ୟାଗ୍ ବ୍ୟବହାରକୁ ନେଇ କିଛି ଗୁପ୍ତ ନିୟମ ରହିଛି ଯାହା ବିଷୟରେ ଆପଣ ହୁଏତ ଜାଣି ନ ଥିବେ। ଯଦି ଆପଣ ନିୟମିତ ଭାବରେ ଟୋଲ୍ ହାଇୱେ ଦେଇ ଯାତ୍ରା କରୁଛନ୍ତି, ତାହେଲେ ଆପଣ ଫାସଟ୍ୟାଗ୍ ସହ ଜଡ଼ିତ ଏହି ୫ ନିୟମ ବିଷୟରେ ଜାଣିରଖନ୍ତୁ। ଯାହା ଆପଣଙ୍କ ଯାତ୍ରା ସମୟରେ ଉପଯୋଗୀ ହେବ। ଏପରିକି ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ କରିବାରେ ସହାୟକ ହେବ।
ଡବଲ୍ ଜରିମାନା
ପ୍ରାୟତଃ ଦେଖାଯାଏ ଯେ ଲୋକେ ସେମାନଙ୍କ ଫାସଟ୍ୟାଗ୍ କୁ ସେମାନଙ୍କ କାର ୱିଣ୍ଡସ୍କ୍ରିନ୍ ରେ ଲଗାଇବା ପରିବର୍ତ୍ତେ ହାତରେ ଧରିଥାନ୍ତି ଅଥବା ଡ୍ୟାସବୋର୍ଡ୍ ରେ ରଖିଥାନ୍ତି। ହେଲେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏହାକୁ ଗମ୍ଭୀରତାର ସହ ନେଇ ଏ ସମ୍ପର୍କିତ ନିୟମକୁ କଠୋର କରିଛି। ଯଦି ଫାସଟ୍ୟାଗ୍ ଆପଣଙ୍କ ଗାଡ଼ିର ୱିଣ୍ଡସ୍କ୍ରିନ୍ ର ଭିତରେ ଠିକ୍ ଭାବରେ ଲଗାଯାଇ ନାହିଁ, ତାହେଲେ ଆପଣଙ୍କୁ ଦୁଇଗୁଣା ଟୋଲ୍ ଫି (Toll Fee) ଦେବାକୁ ପଡ଼ିପାରେ।
ଅଧା ଟୋଲ୍ ଫି
ସଡ଼କ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଯଦି ଜାତୀୟ ରାଜପଥରେ ମରାମତି ଏହାକୁ ବିକଶିତ କରିବାର କାମ ଚାଲିଛି, ତାହେଲେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ପରିମାଣର ଅର୍ଥ ଦେବାକୁ ପଡି଼ବ ନାହିଁ। ନିର୍ମାଣ କାର୍ଯ୍ୟ ସମୟରେ ଯାତ୍ରୀଙ୍କୁ ପୁରୁଣା ଟୋଲ୍ ଦରରେ କେବଳ ୫୦ ପ୍ରତିଶତ ଶୁଳ୍କ ଦେବାକୁ ହେବ।
ୟୁପିଆଇ କରିବା ଟଙ୍କା ସଞ୍ଚୟ
ଯଦି ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ୍ ସକ୍ରିୟ ନାହିଁ, ତାହେଲେ ଟୋଲ୍ ପ୍ଲାଜାରେ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିପାରେ। ସାଧାରଣତଃ ନଗଦ ଦେୟ ୨ ଗୁଣା ଆଦାୟ କରାଯାଏ। ହେଲେ ତଥାପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ୟୁପିଆଇ ବ୍ୟବହାର କରୁଥିବା ଲୋକଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରୁଛନ୍ତି। ଫାସଟ୍ୟାଗ୍ ବିନା ଆପଣଙ୍କୁ ୨ ଗୁଣା ବଦଳରେ କେବଳ ଟୋଲ୍ ଦରର ୧.୨୫ ଗୁଣ ଆଦାୟ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା
ଅଭିଯୋଗ ଏବଂ ସହାୟତା ପାଇଁ ଡିଜିଟାଲ ଚ୍ୟାନେଲ
ଏନଏଚଏଆଇ (NHAI) ଯାତ୍ରୀଙ୍କ ଚିନ୍ତାର ସମାଧାନ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ୧୦୩୩ ଜାରି କରିଛି। ଆପଣ ଯେକୌଣସି ଟୋଲ୍ ସମ୍ବନ୍ଧୀୟ ଅଭିଯୋଗ ପାଇଁ ଏହି ହେଲ୍ପଲାଇନ୍ ନମ୍ବର ସହ ଯୋଗାଯୋଗ କରିପାରିବେ। ଏହା ସହିତ "ହାଇୱେ ଟ୍ରାଭେଲ୍ ଆପ୍" (Highway Travel App) ଏକ ଡିଜିଟାଲ ସାଥି ଭାବରେ କାର୍ଯ୍ୟ କରେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ଆପଣଙ୍କର ପାସ୍ ପରିଚାଳନା କରିପାରିବେ ନାହିଁ। ବରଂ ରାଜପଥରେ ନିକଟତମ ପେଟ୍ରୋଲ ପମ୍ପ, ହସ୍ପିଟାଲ, ଇଭି ଚାର୍ଜିଂ ଷ୍ଟେସନ୍ (EV Charging Station) ଏବଂ ପାଣିପାଗ ଖବର ମଧ୍ୟ ପାଇପାରିବେ।
ବାର୍ଷିକ ପାସ୍ ମୂଲ୍ୟ ବୃଦ୍ଧି
ଏନଏଚଏଆଇ ୨୦୨୬-୨୭ ପାଇଁ ବାର୍ଷିକ ପାସ୍ ମୂଲ୍ୟ ୭୫ ଟଙ୍କା ବୃଦ୍ଧି କରାଯାଇଛି। ଯାହାର ନୂତନ ମୂଲ୍ୟ ୩୦୭୫ ଟଙ୍କା ହୋଇଛି। ଏହି ପାସ୍ ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ଲାଭଦାୟକ ଯେଉଁମାନେ ବାରମ୍ବାର ଗୋଟିଏ ଟୋଲ୍ ପ୍ଲାଜା ଦେଇ ଯାତ୍ରା କରିଥାନ୍ତି। କାରଣ ଏହା ବାରମ୍ବାର ରିଚାର୍ଜ କରିବାର ଅସୁବିଧାକୁ ଦୂର କରେ ଏବଂ ପ୍ରତିବର୍ଷ ୨୦୦ ଥର ଟୋଲ୍ କ୍ରସିଂ କରିବାର ସୁଯୋଗ ଦେଇଥାଏ।

Related Topics
Explore more stories