|
logo
Live

Argus News - ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା

National

Annual Toll Pass Price / ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା
NHAI FASTag Price Hike

Key Points

ବର୍ଦ୍ଧିତ ଟୋଲ ଦର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
FASTag Annual Pass Price 2026: ଆସନ୍ତା ଅପ୍ରେଲ ପହିଲାରୁ ମହଙ୍ଗା ହୋଇପାରେ ଯାତ୍ରା। କାରଣ ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ବଢିବାକୁ ଯାଉଛି ଟୋଲ୍ ଦର। ଯଦି ଆପଣ ଜାତୀୟ ରାଜପଥରେ ଯାତ୍ରା କରିବା ପାଇଁ ଏକ ବାର୍ଷିକ ଟୋଲ୍ ପାସ୍ ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଏଣିକି ଜାତୀୟ ରାଜପଥ ପାଇଁ ଉଦ୍ଦିଷ୍ଟ ବାର୍ଷିକ ଟୋଲ୍ ପାସ୍ ମହଙ୍ଗା ହେବାକୁ ଯାଉଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବାର୍ଷିକ ଟୋଲ୍ ପାସ୍ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି।

୨୦୨୬ ଅପ୍ରେଲ ପହିଲାରୁ ଗାଡି଼ ଚାଳକଙ୍କୁ ଟୋଲ ପାସ୍ ପାଇଁ ୩୦୦୦ ବଦଳରେ ୩୦୭୫ ଟଙ୍କା ଦେବାକୁ ପଡି଼ବ। ବର୍ଦ୍ଧିତ ଟୋଲ ଦର ୨୦୨୬-୨୭ ଆର୍ଥିକ ବର୍ଷର (2026-27 Financial Year) ପ୍ରଥମ ଦିନରୁ (ଅପ୍ରେଲ ୧) କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପାସ୍ (NHAI Toll Pass) ସେହି ଗାଡ଼ି (ଅଣ-ବାଣିଜ୍ୟିକ ଯାନ) ପାଇଁ ଉଦ୍ଦିଷ୍ଟ ଯେଉଁଥିରେ ବୈଧ ଏବଂ କାର୍ଯ୍ୟକ୍ଷମ ଫାସ୍ ଟ୍ୟାଗ୍ (FASTag) ଲଗାଯାଇଛି।

ଏଣିକି ଟୋଲ ପାସ୍ ଦେବାକୁ ହେବ ୩୦୭୫ ଟଙ୍କା କିମ୍ବା ୨୦୦ ଥର କରି ହେବ ଟୋଲ୍ କ୍ରସିଂ
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (National Highway Authority of India) ଏନଏଚଏଆଇ (NHAI) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନୂତନ ନିୟମ ଅନୁଯାୟୀ ୩୦୭୫ ଟଙ୍କାର ଟୋଲ୍ ପାସ୍ ଗୋଟିଏ ବର୍ଷ କିମ୍ବା ୨୦୦ ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଏହା ମଧ୍ୟରୁ ଯାହା ପ୍ରଥମେ ସମାପ୍ତ ହେବ ତାହାକୁ କାର୍ଯ୍ୟକାରୀ କରାଯିବ। ଯାହାର ଅର୍ଥ ହେଉଛି ଯଦି ଆପଣ ୨୦୦ ଟୋଲ୍ ଥର ଅତିକ୍ରମ କରି ସାରିଛନ୍ତି ତାହେଲେ ଆପଣଙ୍କ ପାସ୍ ଶେଷ ହୋଇଯାଇଛି ବୋଲି ଧରି ନିଆଯିବ। ଯଦିଓ ଏହାର ଅବଧି ଗୋଟିଏ ବର୍ଷ ପୂରଣ ହୋଇନାହିଁ।

ଏନଏଚଆଇ କର୍ତ୍ତୃପକ୍ଷ ପକ୍ଷରୁ ଦେଶର ସମସ୍ତ ଟୋଲ୍ ପ୍ଲାଜା ଏବଂ ଅଂଶୀଦାରଙ୍କୁ ୨୦୨୬ ଅପ୍ରେଲ୍ ପହିଲାରୁ ନୂତନ ଦର ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଯାତ୍ରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଟୋଲ ଦର ବୃଦ୍ଧି ସମ୍ପର୍କରେ ଜଣାଇ ଦେବାକୁ କୁହାଯାଇଛି। ସରକାରଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଟୋଲ୍ ସହ ଜଡ଼ିତ ଦରର ସମୀକ୍ଷା ଏବଂ ସଂଶୋଧନ କରାଯାଏ। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ଚଳିତ ବର୍ଷ ବାର୍ଷିକ ପାସ୍ ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯାଇଛି।

ଏଥିସହ ପଢ଼ନ୍ତୁ: ସୁନ୍ଦର ପଦକ୍ଷେପ ! ଏଣିକି ଯାତ୍ରୀଙ୍କୁ ମିଳିବ ଉପହାର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Annual Toll Pass Price: ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା | Argus News