Videos
|
National

Himachal Snow Fall 2026 September / ବିପର୍ଯ୍ୟୟ ପାଲଟିଲା ପ୍ରଥମ ତୁଷାରପାତ; ପାହାଡ଼ରେ ଫସି ରହିଛନ୍ତି ୩୦୦ ଲୋକ

Subhramjit Ray
Browse all articles by Subhramjit Ray
·1 hour ago·1 min read
ବିପର୍ଯ୍ୟୟ ପାଲଟିଲା ପ୍ରଥମ ତୁଷାରପାତ; ପାହାଡ଼ରେ ଫସି ରହିଛନ୍ତି ୩୦୦ ଲୋକ
Himachal Snow Fall 2026 September

Key Points

ହିମାଚଳ ପ୍ରଦେଶରେ ତୁଷାରପାତ ଆରମ୍ଭ ହୋଇଛି। ରାଜ୍ୟର ୧୬,୦୦୦ ଫୁଟ ଉଚ୍ଚ ପର୍ବତମାଳାରେ ପ୍ରଥମ ତୁଷାରପାତ ଆରମ୍ଭ ହୋଇଛି। ଯାହା ଫଳରେ ଧୌଲାଧର, ଭରମୌର ଏବଂ ଲାହୌଲ-ସ୍ପିତି ସମେତ ଅନ୍ୟାନ୍ୟ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି।
ସଦ୍ୟ ହିମାଚଳ ପ୍ରଦେଶରୁ ବିଦାୟ ନେଇଛି ମୌସୁମୀ। ଏବେ ରାଜ୍ୟରେ ଧିରେ ଧିରେ ଆରମ୍ଭ ହୋଇଗଲାଣି ଥଣ୍ଡାର ପ୍ରକୋପ। ରାଜ୍ୟର କିଛି ସ୍ଥାନରେ ତୁଷାରପାତ ମଧ୍ୟ ଆରମ୍ଭ ହୋଇସାରିଛି। ବୁଧବାର (ସେପ୍ଟେମ୍ବର ୧୬) ତାରିଖ ବିଳମ୍ବିତ ରାତିରେ ଧୌଲାଧର ପର୍ବତମାଳାରେ ଚଳିତ ଋତୁର ପ୍ରଥମ ତୁଷାରପାତ ଆରମ୍ଭ ହୋଇଥିଲା। ସେବେଠାରୁ ତୁଷାରପାତ ଜାରି ରହିଛି। ଯାହା ଧୌଲାଧର ପର୍ବତମାଳାର ପାଦଦେଶରେ ଅବସ୍ଥିତ କାଙ୍ଗଡ଼ା ଜିଲ୍ଲାରେ ହାଲୁକା ଥଣ୍ଡା ଆଣିଛି। ହେଲେ ତଥାପି ରାଜ୍ୟର ଏହି ପ୍ରଥମ ତୁଷାରପାତ ଏକ ବିପର୍ଯ୍ୟୟ ପାଲଟିଛି। ପ୍ରଥମ ତୁଷାର ପାତ ଯୋଗୁଁ ଲାହୌଲ-ସ୍ପିତି ଠାରେ ପ୍ରାୟ ୩୦୦ ଜଣ ଲୋକ ଫସି ରହିଥିଲେ। ସେମଯାହା ମଧ୍ୟରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।

୧୬,୦୦୦ ଫୁଟ ଉପରେ ସମସ୍ତ ପର୍ବତମାଳାରେ ତୁଷାରପାତ
ବୁଧବାର ବିଳମ୍ବିତ ରାତିରୁ ହେଉଥିବା ତୁଷାରପାତ କେବଳ ଧୌଲାଧର ପର୍ବତମାଳାରେ ସୀମିତ ରହିନାହିଁ। ରାଜ୍ୟର ୧୬,୦୦୦ ଫୁଟ ଉପରେ ସମସ୍ତ ପର୍ବତମାଳାରେ ତୁଷାରପାତ ରେକର୍ଡ କରାଯାଇଛି। ସେପ୍ଟେମ୍ବର ୧୭ ତାରିଖ ଗୁରୁବାର ଦିନ ଭରମୋର ଠାରେ ମଧ୍ୟ ତୁଷାରପାତ ହୋଇଥିଲା।

ଏହା ସହ ପଢନ୍ତ: ଟ୍ୟାକ୍ସି ଉପରେ ଅଚାନକ ଖସିଲ ପଥର; ୧୩ ମୃତ

ତୁଷାରପାତରେ ୨ ମହିଳା ମୃତ
ହିମାଚଳ ପ୍ରଦେଶରେ ମଧ୍ୟ ତୁଷାରପାତ ଯୋଗୁଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଲାହୌଲ-ସ୍ପିତିରେ ଏକ ପବିତ୍ର ତୀର୍ଥଯାତ୍ରା ସମୟରେ ତୁଷାରପାତ ଯୋଗୁଁ ୩୦୦ ଜଣ ଫସି ରହିଛନ୍ତି। ସୂଚନା ପାଇବା ପରେ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ତଥାପି ଉଦ୍ଧାର କାର୍ଯ୍ୟ ସମୟରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: