Himachal taxi accident today / ଟ୍ୟାକ୍ସି ଉପରେ ଅଚାନକ ଖସିଲ ପଥର; ୧୩ ମୃତ
·1 hour ago·2 min read

Key Points
ଉଦ୍ଧାରକାରୀ ଜଣେ ଆହତ ବ୍ୟକ୍ତିଙ୍କୁ ଭଗ୍ନାବଶେଷ ମଧ୍ୟରୁ ବାହାର କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଭଗ୍ନାବଶେଷ ଅପସାରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।
Himachal pradesh road accident today: ଶୁକ୍ରବାର (୨୪ ଜୁଲାଇ) ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି ଜିଲ୍ଲାରେ ହୋଇଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଏକ ଟ୍ୟାକ୍ସି ଉପରେ ଏକ ବଡ଼ ପଥର ଖସି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ଲାହୌଲ-ସ୍ପିତି ସ୍ଥିତ ଉଦୟପୁର-କିଲାଡ ରାସ୍ତାରେ କଡୁ ନାଲା ନିକଟରେ ଏହି ଘଟଣା ଘଟିଛି। କୁଲୁ ଠାରୁ ପାଙ୍ଗି ଯାଉଥିବା ଏକ ଟ୍ୟାକ୍ସି, ପାହାଡ଼ ଧସିବା ଯୋଗୁଁ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲା। ଏହି ଗାଡ଼ିରେ ୧୫ ଜଣ ଯାତ୍ରୀ ରହିଥିବାର ଜଣାପଡ଼ିଛି। ଏହି ଘଟଣାରେ ୨ ଜଣ ଆହତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।
ପୋଲିସ ଏବଂ ଉଦ୍ଧାରକାରୀ ଦଳ ଭିତରେ ଫସି ରହିଥିବା ଅନ୍ୟ ଯାତ୍ରୀଙ୍କୁ ଖୋଜାଖୋଜି କରି ବାହାର କରୁଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ, ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ତତ୍କାଳ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଏବଂ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ପୋଲିସ କହିବା ଅନୁଯାୟୀ, କଡୁ ନାଲା ନିକଟରେ ଏକ ପଥର ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ସୁମୋ ଗାଡ଼ି ନମ୍ବର "HP 01 M 2210" ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା। ଏହି ଗାଡ଼ିର ଚାଳକ ହେଉଛନ୍ତି ବୀର ସିଂହ। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।
ଏହା ସହ ପଢନ୍ତୁ: ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ
ଆହତଙ୍କୁ କରାଗଲା ଉଦ୍ଧାର
ଉଦ୍ଧାରକାରୀ ଦଳ ଦୁଇ ଆହତଙ୍କୁ ଭଗ୍ନାବଶେଷ ତଳୁ ବାହାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଭଗ୍ନାବଶେଷକୁ ହଟାଇବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଲାହୌଲ ସ୍ପିତି ଏସ୍ପି ଶିବାନୀ ମାହାଲା, ଏହି ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ଯାଇ ଯାତ୍ରୀ ଏବଂ ମୃତାହତଙ୍କ ସଂଖ୍ୟା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯିବ।
ରାସ୍ତା ଖୋଲିବା ମାତ୍ରେ ଚାଲି ଯାଇଥିଲେ ଯାତ୍ରୀ
ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ଭୂସ୍ଖଳନ ଯୋଗୁଁ ଉଦୟପୁର-କିଲାଡ ରାସ୍ତା ବନ୍ଦ ହୋଇଯାଇଥିଲା। ଏହି କାରଣରୁ, ସମସ୍ତ ଟ୍ୟାକ୍ସି ଯାତ୍ରୀ ଟିଣ୍ଡି ଠାରେ ଫସି ରହିଥିଲେ। ଶୁକ୍ରବାର ରାସ୍ତା ପୁନର୍ବାର ଖୋଲିବା ପରେ, ଗାଡ଼ି ପାଙ୍ଗି ଆଡକୁ ଯାଇଥିଲା। ହେଲେ କାଡୁ ନାଲା ନିକଟରେ ହଠାତ୍ ପଥରର ଏକ ବଡ଼ ଅଂଶ ଧସିବା ପରେ ଟ୍ୟାକ୍ସି ଘେରି ହୋଇ ଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories