Accident News / ପାରା ଗ୍ଲାଇଡ଼ିଂ ସମୟରେ ଫସିଲେ ୨ ବିଦେଶୀ ପାଇଲଟ; ସେନା ହେଲିକ୍ୟାପ୍ଟର ସହାୟତାରେ କରାଗଲା ଉଦ୍ଧାର
·59 mins ago·2 min read

Key Points
ହିମାଚଳ ପ୍ରଦେଶର ବିଶ୍ୱ ପ୍ରସିଦ୍ଧ ପାରାଗ୍ଲାଇଡିଂ ଉପତ୍ୟକା, ବିଲିଂ ବିଲିଙ୍ଗ, ବର୍ତ୍ତମାନ ପାରାଗ୍ଲାଇଡର ପାଇଁ ଚଳଚଞ୍ଚଳ। ଏହି ସାହସିକ ସାହସିକତା ଉପଭୋଗ କରିବା ପାଇଁ ସାରା ବିଶ୍ୱର ପାଇଲଟ ଉପତ୍ୟକାରେ ଶିବିର ସ୍ଥାପନ କରିଛନ୍ତି। ଏଠାରେ ବିଦେଶୀ ପରିଦର୍ଶକଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଗମନ ଦେଖିବାକୁ ମିଳୁଛି।
ହିମାଚଳ ପ୍ରଦେଶରେ ପାରାଗ୍ଲାଇଡିଂ କରିବା ସମୟରେ ଫସି ଯାଇଛନ୍ତି ୨ ବିଦେଶୀ ପାଇଲଟ୍। ଯାହାଙ୍କୁ ସେନା ହେଲିକ୍ୟାପ୍ଟର ସହାୟତାରେ ଉଦ୍ଧାର କରାଯାଇଥିବାର ଖବର ଆସିଛି। ଏନେଇ ମିଳିଥିବା ଖବର ଅନୁସାରେ ସଦ୍ୟ ଘଟିଥିବା ଏକ ଦୁର୍ଘଟଣାରେ, ୨ ବିଦେଶୀ ପାଇଲଟ ଧୌଲାଧର ପର୍ବତରେ କିଛି ଘଣ୍ଟା ଧରି ଫସି ରହିଥିଲେ। ବିଲିଂ ପାରାଗ୍ଲାଇଡିଂ ସଂଘ, ସେନା ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ଅଭିଯାନରେ ସେନା ହେଲିକ୍ୟାପ୍ଟର ସହୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା।
୩୯୦୦ ମିଟର ଉଚ୍ଚତାରେ ଆହତ ହୋଇଥିଲେ ବିଦେଶୀ ପାଇଲଟ୍
ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରିଆନ ପାଇଲଟ ସେବାଷ୍ଟିଆନ ପ୍ରାୟ ୪ ଦିନ ପୂର୍ବେ, ଗତ ଗୁରୁବାର (ଅକ୍ଟୋବର ୨୨) ବିଶ୍ୱ ପ୍ରସିଦ୍ଧ ବିଲିଂ (Billing Valley Himachal Pradesh) ଉପତ୍ୟକାରୁ ତାଙ୍କର ପାରାଗ୍ଲାଇଡିଂ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଧୌଲାଧର ପର୍ବତମାଳାର (Dhauladhar Mountain Range) ଉପର ଭାଗରେ ଜରୁରୀକାଳୀନ ଦୁର୍ଘଟଣା ଜନିତ ଅବତରଣ (Emergency Crash Landing Paragliding) କରିବା ପରେ, ସେ କରେରି ଠାରେ ପ୍ରାୟ ୩୯୦୦ ମିଟର ଉଚ୍ଚତାରେ ଆହତ ଅବସ୍ଥାରେ ମିଳିଥିଲେ।
ଏଥି ସହ ପଢନ୍ତୁ: ମହଙ୍ଗା ପଡ଼ିଲା ଗଛ କାଟିବା; ମହୁମାଛି ଆକ୍ରମଣରେ ଚାଲିଗଲା ଜୀବନ
ବିଲି ପାରାଗ୍ଲାଇଡିଂ ସଂଘ ଏବଂ ସ୍ଥାନୀୟ ପ୍ରଶାସନର ଉଦ୍ଧାର ପ୍ରୟାସ ହୋଇଥିଲା ବିଫଳ
ସେମାନେ ଦୁର୍ଘଟଣା ବିଷୟରେ ବିଲିଂ ପାରାଗ୍ଲାଇଡିଂ ସଂଘ (BPA) କୁ ସୂଚନା ଦେଇଥିଲେ। ଯାହା ପରେ ଏକ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ପ୍ରାରମ୍ଭରେ BPA(Billing Paragliding Association) ସ୍ଥାନୀୟ ପ୍ରଶାସନ ସହିତ ପାଇଲଟ୍ ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନଙ୍କ ପ୍ରୟାସ ବିଫଳ ହୋଇଥିଲା। BPA ପକ୍ଷରୁ ଧର୍ମଶାଳା ଅଞ୍ଚଳର ମଲକିତ୍ ଏହି କାର୍ଯ୍ୟର ନେତୃତ୍ୱ ନେଇଥିଲେ।
ସେନା ହେଲିକ୍ୟାପ୍ଟର ସହୟତାରେ ପାଇଲଟ ଙ୍କୁ କରଗଲା ସୁରକ୍ଷିତ ଭାବରେ ଉଦ୍ଧାର
ପରେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସେନା ବାହିନୀକୁ ଡକାଯାଇଥିଲା। ଯେଉଁଠାରେ BPA ଭୂମିଗତ ଉଦ୍ଧାର କାର୍ଯ୍ୟ (Ground Rescue Operation) କରୁଥିଲା। ସେନା ପକ୍ଷରୁ ଏହି ଉଦ୍ଧାର ଅଭିଯାନରେ ଏକ ହେଲିକ୍ୟାପ୍ଟର ମଧ୍ୟ ନିୟୋଜିତ କରିଥିଲା। ବିଦେଶୀ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩୬୦୦ ମିଟର ଉଚ୍ଚତାରେ ଫସି ରହିଥିଲେ ପୋଲାଣ୍ଡ ପାଇଲଟ
ଗତକାଲି ଉଡ଼ାଣ ଭରିଥିବା ପୋଲାଣ୍ଡ ପାଇଲଟ ଆଦମ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଏବଂ ଧୌଲାଧର ପର୍ବତମାଳାର ପାଲମପୁର ନିକଟରେ ପ୍ରାୟ ୩୬୦୦ ମିଟର ଉଚ୍ଚତାରେ ଫସି ରହିଥିଲେ। ଶନିବାର (ଅକ୍ଟୋବର ୨୪) ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହି ଅଭିଯାନ ବିଫଳ ହୋଇଥିଲା। ରବିବାର (ଅକ୍ଟୋବର ୨୫) ସେନା ସହାୟତାରେ, ଆଦମଙ୍କୁ ହେଲିକ୍ୟାପ୍ଟର ମାଧ୍ୟମରେ ସୁରକ୍ଷିତ ଭାବରେ ତଳକୁ ଅଣାଯାଇଥିଲା। ବୈଜନାଥ SDM ସଂକଳ୍ପ ଗୌତମ ଏହାକୁ ନିଶ୍ଚିତ କରିଛନ୍ତି। ଏନେଇ କହିଛନ୍ତି ଯେ ସେନା ସହାୟତାରେ ଏକ ମିଳିତ ଅଭିଯାନରେ ଉଭୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଉଭୟ ବିଦେଶୀ ପାଇଲଟ୍ ସୁସ୍ଥ ଅଛନ୍ତି।