Odisha News / ମହଙ୍ଗା ପଡ଼ିଲା ଗଛ କାଟିବା; ମହୁମାଛି ଆକ୍ରମଣରେ ଚାଲିଗଲା ଜୀବନ
·1 hour ago·2 min read

Key Points
ମହୁମାଛି ଆକ୍ରମଣ କରିବାରୁ ଜୀବନ ଚାଲିଗଲା । ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍ରେ ଜୀବନ ମରଣ ସହ ଲଢ଼ୁଛନ୍ତି ।
ରାଉରକେଲା: ଗଛରେ ଚଢ଼ି ଡାଳ କାଟୁଥିଲେ । ଆଉ ସେହି ସମୟରେ ମହୁମାଛି ଆକ୍ରମଣ କରିବାରୁ ଜୀବନ ଚାଲିଗଲା । ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍ରେ ଜୀବନ ମରଣ ସହ ଲଢ଼ୁଛନ୍ତି ।
ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହରରେ । ସୂଚନା ଅନୁସାରେ ରାଉରକେଲା ସହରର ସେକ୍ଟର ୭ର ସୁବାଷ କଲୋନୀ H ବ୍ଲକ୍ରେ ଗଛ କଟା ଚାଲିଥିଲା । ସେକ୍ଟର ୬ର ଗଣେଶ ନାୟକ ଓ ରସିକ ଦୀପ ଗଛ ଡାଳ କାଟିବା ଲାଗି ଗଛରେ ଚଢ଼ିଥିଲେ ।
ଏଥିସହ ପଢ଼ନ୍ତୁ: 'ମାଇନ୍ସରୁ ମାଇକ୍ରୋଚିପ୍ସ, ନୂଆ ଭବିଷ୍ୟତ ଲେଖୁଛି ଓଡ଼ିଶା': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମଧ୍ୟାହ୍ନ ସମୟରେ ଉଭୟ ଗଣେଶ ଓ ରସିକ ଗଛ ଉପରେ ଚଢ଼ି ଡାଳ କାଟି ଚାଲିଥିଲେ । ହଠାତ୍ ସେହି ସମୟରେ ମହୁମାଛି ଉଭୟଙ୍କୁ ଆକ୍ରମଣ କରିଥିଲେ । ଫଳରେ ଦୁହେଁ ଗଛରୁ ସିଧା ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତ ଗଣେଶଙ୍କ ପୁଅଙ୍କ କହିବା ଅନୁସାରେ, "ପ୍ରାୟ ୨ ଘଣ୍ଟା ଧରି ଉଭୟ ମହୁମାଛି ଆକ୍ରମଣ ପରେ ଗଛରୁ ଖସି ସେଭଳି ତଳେ ପଡ଼ି ରହି ଯନ୍ତ୍ରଣା ପାଉଥିଲେ । ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଅଟୋ ଯୋଗେ ମେଡିକାଲ୍ ଆଣିଥିଲେ ।"
ଏଥିସହ ପଢ଼ନ୍ତୁ: ଫାର୍ମ ଭିତରକୁ ଅଚାନକ ମାଡ଼ି ଆସିଲା ୧୫ ଫୁଟ ଲମ୍ବା ଅହିରାଜ; କାଳିଆ ଲାଗି ବଞ୍ଚିଗଲେ ୩୦୦୦ କୁକୁଡ଼ା
ରାଉରକେଲା ସରକାରୀ ହସ୍ପିଟାଲ୍ରେ ଡାକ୍ତର ଗଣେଶ ନାୟକଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ଅନ୍ୟ ଜଣେ ରସିକ ଦୀପଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ରସିକ ଦୀପଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରୁ ଘରୋଇ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।
ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ଓ ଅନ୍ୟ ଜଣେ ଗୁରୁତର ଆହତ ହେବା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖବର ପାଇ ସେକ୍ଟର ୭ ଥାନା ପୋଲିସ ପହଞ୍ଚିଛି । କିଭଳି ଓ କେଉଁ ପରିସ୍ଥିତିରେ ମହୁମାଛି ଆକ୍ରମଣ କଲେ ପୋଲିସ ତଦନ୍ତ କରୁଛି ।

Related Topics
Explore more stories