Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Hindu New Year / ଚୈତ୍ର ନବରାତ୍ରୀରୁ କାହିଁକି ନୂଆ ବର୍ଷ ? ୨୦୨୬ ନୁହେଁ… ଆରମ୍ଭ ୨୦୮୩

Rashmita Mishra
Browse all articles by Rashmita Mishra
·3 months ago·5 min read
ଚୈତ୍ର ନବରାତ୍ରୀରୁ କାହିଁକି ନୂଆ ବର୍ଷ ? ୨୦୨୬ ନୁହେଁ… ଆରମ୍ଭ ୨୦୮୩
Hindu New Year

Key Points

ହିନ୍ଦୁ ନବବର୍ଷ କ'ଣ କାହିଁକି ପାଳନ ହୁଏ ।
ଚୈତ୍ର ନବରାତ୍ରୀରୁ କାହିଁକି ନୂଆ ବର୍ଷ ? ୨୦୨୬ ନୁହେଁ… ଆରମ୍ଭ ୨୦୮୩


ଆଜିଠୁ ଆରମ୍ଭ ହିନ୍ଦୁ ନବବର୍ଷ । ଚୈତ ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରିୟ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଛି ।ଆଜିଠାରୁ ଆରମ୍ଭ ହୋଇ ଏହି ଦିନ ୧୭ ତାରିଖ ରାମନବମୀ ଦିନ ଶେଷ ହୋଇଥାଏ । କଳସ ସ୍ଥାପନ କରିବାର ଶୁଭ ମୁହୁର୍ତ୍ତ ସକାଳ ୬ରୁ ଆରମ୍ଭ ହୋଇ ସକାଳ ୧୦ଟା ୨୮ ମିନିଟ୍ ପର୍ୟ୍ୟାନ୍ତ ଦେବୀଙ୍କ ପୂଜା ୯ଦିନ ଚାଲିଥାଏ । ଏଥିସହ ମାଆଙ୍କ ପୁରା ୯ଟି ବେଶ ଦେଖିବାକୁ ମିଳିଥାଏ ।

ଜ୍ୟୋତିଷଙ୍କ କହିବା ଅନୁଯାୟୀ ମାଆ ଏହି ବର୍ଷ ଘୋଡାରେ ଆସିବା ଦ୍ୱାରା ଏତେ ଶୁଭପ୍ରଦ ମିଳିବ ନାହିଁ । ଦେଶକୁ ବିପଦ ପଡିବା ସହ ପ୍ରାକୃତିକ କ୍ଷୟକ୍ଷତି ଘଟିବାର ଆଶଙ୍କ ରହିଛି । ଏହି ଦିନ ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଶୁଭ କଳସ ବସାଯାଇଥାଏ । ନବବର୍ଷରେ ଶୁଭ ତିଥୀ ଅନୁଯାୟୀ ଶୁଭକାମ ଆରମ୍ଭ କରାଯାଏ ।

ପ୍ରାୟ ସମସ୍ତେ ଜାନୁଆରୀ ୧ ତାରିଖକୁ ନୂଆ ବର୍ଷ ହିସାବରେ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । କିନ୍ତୁ ଭାରତୀୟ ସଂସ୍କୃତିରେ ଆଜି ହିନ୍ଦୁ ନବବର୍ଷ । ନୂତନ ବିକ୍ରମ ସମ୍ୱତ ୨୦୮୩ ର ଆରମ୍ଭ । ଚୈତ୍ର ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ । ଏହି ପବିତ୍ର ଦିନରୁ ନଅ ଦିନ ବ୍ୟାପୀ ଚୈତ୍ର ନବରାତ୍ରି ମହୋତ୍ସବର ଆରମ୍ଭ ହୁଏ । ପୌରାଣିକ ବିଶ୍ୱାସ ଅନୁସାରେ, ଭଗବାନ ବ୍ରହ୍ମା ଏହି ଦିନ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ କରିଥିଲେ ବୋଲି କୁହାଯାଏ ।

ଜାନୁଆରୀ ୧ ନୁହେଁ, ଆମର ନୂତନ ବର୍ଷ ଆରମ୍ଭ ହୁଏ ବିଜ୍ଞାନ ଓ ସଂସ୍କୃତି ସହ । ୨୦୨୬ ନୁହେଁ… ଆମେ ପ୍ରବେଶ କରିଛୁ ୨୦୮୩ ବିକ୍ରମ ସମ୍ବତରେ । ହିନ୍ଦୁ ନବବର୍ଷ କେବଳ ତାରିଖ ନୁହେଁ, ଏହା ହେଉଛି ବିଜ୍ଞାନର ଅଦ୍ଭୁତ ଗଣନା । ବିଶ୍ୱର ସବୁଠାରୁ ସଠିକ କ୍ୟାଲେଣ୍ଡର, ଆମର ବିକ୍ରମ ସମ୍ବତ! ଆଜି ଚୈତ୍ର ଶୁକ୍ଳ ପ୍ରତିପଦା । ଆମ ସମସ୍ତ ହିନ୍ଦୁଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଆଜି ହେଉଛି ସୃଷ୍ଟିର ପ୍ରଥମ ଦିବସ । ଆଜି ହିନ୍ଦୁ ନବ ବର୍ଷ । କେବେ ଭାବିଛନ୍ତି କି ଆମର ସମୟ ଗଣନା କେବଳ ଦିନ, ମାସ ଓ ବର୍ଷର ଗଣନା ନୁହେଁ,ଏହା ହେଉଛି ଏକ ଅଦ୍ଭୁତ ଯାତ୍ରା ।

ଯେଉଁଠାରେ ବିଜ୍ଞାନ, ଇତିହାସ ଓ ଆସ୍ଥା ଏକାସାଥିରେ ମିଶି ଆମକୁ ସମୟର କଥା କହେ । ଏହା ହେଉଛି ବିକ୍ରମ ସମ୍ବତର କାହାଣୀ । “ପଞ୍ଚାଙ୍ଗ” ଏହି ଶବ୍ଦଟି ନିଜେ ଏକ ରହସ୍ୟ । “ପଞ୍ଚ” ଅର୍ଥାତ୍ ପାଞ୍ଚ… “ଅଙ୍ଗ” ଅର୍ଥାତ୍ ଅଂଶ । ତିଥି, ବାର, ନକ୍ଷତ୍ର, ଯୋଗ ଓ କରଣ । ଏହି ପାଞ୍ଚଟି ଅଂଶ କେବଳ ଦିନକୁ ସୂଚାଇ ନଥାଏ, କହିଥାଏ ଆପଣଙ୍କ ଦିନର ଶକ୍ତି । ଆପଣଙ୍କ ଜୀବନର ଗତି କେମିତି ହେବ । ସୃଷ୍ଟିର ଆରମ୍ଭରୁ ସମୟର ଏହି ଗଣିତ ଚାଲିଆସୁଛି ଏବଂ ଆଜି ଆମେ ପ୍ରବେଶ କରୁଛୁ ଏକ ନୂତନ ବର୍ଷରେ । ଏକ ନୂତନ ଆଶାରେ, ଏକ ନୂତନ ଆରମ୍ଭରେ । ଅର୍ଥାତ୍ ହିନ୍ଦୁ ପଞ୍ଜିକା କେବଳ ତାରିଖ କିମ୍ବା ଦିନକୁ ନୁହେଁ, ସେହି ଦିନର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡୀୟ ଶକ୍ତିକୁ ମଧ୍ୟ ବୁଝାଏ । ପୃଥିବୀ ଆରମ୍ଭ ହେବା ସମୟରୁ ସମୟର ଗଣନା ଚାଲିଆସୁଛି । ଯଦି ଏହାର ହିସାବ କଥା କହିବା, ତେବେ ଆଜିଠାରୁ ଦୁନିଆର ୧ ଅରବ ୯୭ କୋଟି ୨୯ ଲକ୍ଷ ୪୦ ହଜାର ୧୨୮ତମ ବର୍ଷ ଆରମ୍ଭ ହେଉଛି, ଯାହାକୁ ଆମେ ହିନ୍ଦୁ ନବବର୍ଷ ଭାବେ ପାଳନ କରୁ ।

ଏଥିସହ ପଢ଼ନ୍ତୁ: ରଙ୍ଗର ପର୍ବ ହୋଲିରେ ଉତ୍ସବ ମୁଖର ଗାଁଠୁ ସହର, କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର

ଇତିହାସ କୁହେ ଭାରତରେ ବହୁ ସମୟରେ ବହୁ କ୍ୟାଲେଣ୍ଡର ତିଆରି ହୋଇଛି । କିନ୍ତୁ ଯାହା ଅବିଚ୍ଛିନ୍ନ ଭାବେ ଚାଲିଆସୁଛି ତାହା ହେଉଛି ବିକ୍ରମ ସମ୍ବତ । ୫୭ ବର୍ଷ ପୂର୍ବ ଇସା ପୂର୍ବରୁ । ଉଜ୍ଜୟିନୀର ମହାନ ଚକ୍ରବର୍ତୀ ସମ୍ରାଟ ମହାରାଜ ବିକ୍ରମାଦିତ୍ୟ ଆରମ୍ଭ କରିଥିଲେ ଏହି ସମ୍ବତ । ଏହା କେବଳ ଏକ କ୍ୟାଲେଣ୍ଡର ନୁହେଁ…ଏହା ଥିଲା ଏକ ବାର୍ତ୍ତା ନୂତନ ଯୁଗର ଆରମ୍ଭକୁ ନେଇ । ତାଙ୍କର ଦରବାରରେ ଥିଲେ ନବରତ୍ନ, ଯେଉଁମାନେ ଜ୍ଞାନର ଦୀପ ଜଳାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ମହାନ ଜ୍ୟୋତିଷାଚାର୍ଯ୍ୟ ବରାହମିହିର ।

ତାଙ୍କ ଗଣନା, ତାଙ୍କ ଜ୍ଞାନ, ଏହି ସମ୍ବତକୁ କରିଦେଇଥିଲା ବୈଜ୍ଞାନିକ ଓ ସଠିକ୍ । ବିକ୍ରମ ସମ୍ବତର ମାସ କୌଣସି ରାଜା ବା ଦେବତାଙ୍କ ନାମରେ ନୁହେଁ, ଏହା ନିର୍ଭର କରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି ଉପରେ । ଏଥିପାଇଁ ଏହାକୁ କୁହାଯାଏ ସବୁଠାରୁ ସଠିକ୍ କାଳଗଣନା । ଉତ୍ତର ଭାରତରେ ନୂତନ ବର୍ଷ ଆରମ୍ଭ ହୁଏ ଚୈତ୍ର ଶୁକ୍ଳ ପ୍ରତିପଦାରୁ । ଦକ୍ଷିଣ ଭାରତରେ କାର୍ତ୍ତିକ ଶୁକ୍ଳ ପ୍ରତିପଦାରୁ । କିନ୍ତୁ ଭାବନା ଏକ ନୂତନ ଆରମ୍ଭ, ନୂତନ ଆଶା । ଆଜି ଆମେ ଯେଉଁଠାରେ ୨୦୨୬ ମସିହାରେ ଅଛୁ । ସେଠାରେ ବିକ୍ରମ ସମ୍ବତ ଚାଲିଛି ୨୦୮୩ । ଅର୍ଥାତ୍ ଆମର ସଂସ୍କୃତି, ଆମର ଗଣନା, ସମୟରୁ ମଧ୍ୟ ଆଗରେ ।


ଏଥିସହ ପଢ଼ନ୍ତୁ:  କେତେ ଚାର୍ଜ କରିବା ଠିକ୍ ... ଆପଣ ଏହି ଭୁଲ କରୁଛନ୍ତି କି ?

ବିକ୍ରମ ସମ୍ବତର ମାସ କୌଣସି ରାଜା ବା ଦେବତାଙ୍କ ନାମରେ ନୁହେଁ, ଏହା ନିର୍ଭର କରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି ଉପରେ । ଏଥିପାଇଁ ଏହାକୁ କୁହାଯାଏ ସବୁଠାରୁ ସଠିକ୍ କାଳଗଣନା । ଉତ୍ତର ଭାରତରେ ନୂତନ ବର୍ଷ ଆରମ୍ଭ ହୁଏ ଚୈତ୍ର ଶୁକ୍ଳ ପ୍ରତିପଦାରୁ । ଦକ୍ଷିଣ ଭାରତରେ କାର୍ତ୍ତିକ ଶୁକ୍ଳ ପ୍ରତିପଦାରୁ । କିନ୍ତୁ ଭାବନା ଏକ ନୂତନ ଆରମ୍ଭ, ନୂତନ ଆଶା । ଆଜି ଆମେ ଯେଉଁଠାରେ ୨୦୨୬ ମସିହାରେ ଅଛୁ । ସେଠାରେ ବିକ୍ରମ ସମ୍ବତ ଚାଲିଛି ୨୦୮୩ । ଅର୍ଥାତ୍ ଆମର ସଂସ୍କୃତି, ଆମର ଗଣନା, ସମୟରୁ ମଧ୍ୟ ଆଗରେ ।

କାହିଁକି ଚୈତ୍ର ନବରାତ୍ରୀକୁ କୁହାଯାଏ ହିନ୍ଦୁ ନବବର୍ଷ, ଜାଣନ୍ତୁ ଶାସ୍ତ୍ରରେ କଣ ରହିଛି ଉଲ୍ଲେଖ

ଚୈତ୍ର ନବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ ପର୍ବ । ଯେଉଁଥିରେ ନଅ ଦିନ ପର୍ଯ୍ୟନ୍ତ ମାଁ ଦୁର୍ଗାଙ୍କର ପୂଜା କରାଯାଇଥାଏ। ଲୋକମାନେ ମାଁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ରଖିଥାନ୍ତି । ଶାରଦୀୟ ନବରାତ୍ରୀ ପରେ ଏହା ବର୍ଷର ଦ୍ୱିତୀୟ ବଡ଼ ନବରାତ୍ରୀ । ଚୈତ୍ର ନବରାତ୍ରୀର ପ୍ରଥମ ଦିନରୁ ହିନ୍ଦୁମାନଙ୍କ ନୂଆ ବର୍ଷ ଆରମ୍ଭ ହୋଇଥାଏ ।

ଚୈତ୍ର ନବରାତ୍ରୀରୁ କାହିଁକି ଆରମ୍ଭ ହୋଇଥାଏ ହିନ୍ଦୁମାନଙ୍କ ନୂଆ ବର୍ଷ ?
ନବରାତ୍ରୀ- ପୌରାଣିକ ମାନ୍ୟତା ଅନୁଯାୟୀ ସୃଷ୍ଟିର ଆରମ୍ଭ ସମୟ ଚୈତ୍ର ନବରାତ୍ରୀର ପ୍ରଥମ ଦିନ । କୁହାଯାଇଥାଏ ଏହି ଦିନ ଦେବୀ ବ୍ରହ୍ମାଙ୍କୁ ସୃଷ୍ଟି ରଚନା କରିବାର କାର୍ଯ୍ୟଭାର ସମ୍ପନ୍ନ କରିଥିଲେ । ଦେବୀ ଭାଗବତ ପୁରାଣ ଅନୁଯାୟୀ ଏହି ଦିନ ଦେବୀ ମାଁ ସମସ୍ତ ଦେବୀ-ଦେବତାଙ୍କୁ କାର୍ଯର ଦାୟିତ୍ୱ ବାଣ୍ଟିଥିଲେ । ଏହିକାରଣରୁ ଚୈତ୍ର ନବରାତ୍ରୀ ହିନ୍ଦୁ ନବବର୍ଷର ଆରମ୍ଭ କୁହାଯାଇଥାଏ ।

ଦେବୀ ପୁରାଣ ଅନୁଯାୟୀ ସୃଷ୍ଟି ଆରମ୍ଭ ପୂର୍ବରୁ ଅନ୍ଧକାର ସାମ୍ରାଜ୍ୟ ରହିଥିଲା । ସେହିସମୟରେ ଦେବୀ ଶକ୍ତି ଜଗଦମ୍ବା ଦେବୀ ନିଜର କୁଷ୍ମାଣ୍ଡା ଅବତାରରେ ଭିନ୍ନ ବନସ୍ପତି ଏବଂ ଅନ୍ୟ ବସ୍ତୁକୁ ସଂରକ୍ଷିତ କରିବା ସହ ସୂର୍ଯ୍ୟମଣ୍ଡଳର ମଧ୍ୟରେ ବ୍ୟାପି ଥିଲେ। ଜଗତ ନିର୍ମାଣ ସମୟରେ ମାତା ବ୍ରହ୍ମା, ବିଷ୍ଣୁ ଏବଂ ଭଗବାନ ଶିବଙ୍କ ରଚନା କରିଥିଲେ । ଏହାପରେ ସତ, ରଜ, ତମ ନାମକ ତିନି ଦେବୀ ଲଧ୍ମୀ, ସରସ୍ୱତୀ ଏବଂ କାଳୀ ମାତାଙ୍କର ଉତ୍ପନ୍ନ ହୋଇଥିଲା ।

ବର୍ଷରେ ପଡିଥାଏ ୪ଟି ନବରାତ୍ରୀ

ବର୍ଷସାରା ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ ମାସକୁ ମିଶାଇ ସମୁଦାୟ ୪ଟି ନବରାତ୍ରୀ ପଡିଥାଏ । କିନ୍ତୁ ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ଅଧିକ ଲୋକପ୍ରିୟ । ବସନ୍ତ ଋତୁରେ ହେବା କାରଣରୁ ଚୈତ୍ର ନବରାତ୍ରୀକୁ ବାସନ୍ତୀ ନବରାତ୍ରୀ ଏବଂ ଶରତ ଋତୁରେ ଆସୁଥିବା ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଇଥାଏ । ନବରାତ୍ରୀରେ ଦେବୀ ମାଁ ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ ।

ମାଁ ଙ୍କ ନଅ ରୂପ ହେଉଛି- ମାଁ ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ । ନବରାତ୍ରୀର ପ୍ରଥମ ଦିନ ପୂର୍ବରୁ ଘଟ ସ୍ଥାପନା କରାଯାଇଥାଏ । ଏହାପରେ ଲଗାତାର ୯ଦିନ ପର୍ଯ୍ୟନ୍ତ କିମ୍ବା ନିଜ ଇଛା ଅନୁସାରେ ଶେଷ ଦିନ ଉପବାସ ରଖିଥାନ୍ତି । ଆଷାଢ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରୀ ପାଳନ କରାଯାଇଥାଏ । ତନ୍ତ୍ର ସାଧନା କରୁଥିବା ଲୋକଙ୍କ ପାଇଁ ଏହି ଗୁପ୍ତ ନବରାତ୍ରୀ ସବୁଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ।

ପଢନ୍ତୁ ଏହି ଖବର: ହୋଲିରେ ରଙ୍ଗ ଖେଳି କେଶକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ୍ ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindu New Year | Why Hindu New Year Begins with Chaitra Navratri, Not January 1 | Argus News