|
logo
Live

Argus News - ସ୍ୱାଧିନତା ପରେ ଦେଶରେ କେତେ ଥର ହୋଇସାରିଛି ପରିସୀମନ? କ'ଣ ରହିଛି ଏହାର ଇତିହାସ

National

Delimitation India History / ସ୍ୱାଧିନତା ପରେ ଦେଶରେ କେତେ ଥର ହୋଇସାରିଛି ପରିସୀମନ? କ'ଣ ରହିଛି ଏହାର ଇତିହାସ

Subhramjit Ray
Browse all articles by Subhramjit Ray
·3 hours ago·2 min read
ସ୍ୱାଧିନତା ପରେ ଦେଶରେ କେତେ ଥର ହୋଇସାରିଛି ପରିସୀମନ? କ'ଣ ରହିଛି ଏହାର ଇତିହାସ
Delimitation India History

Key Points

ସ୍ୱାଧୀନୋତ୍ତର ଭାରତ ବର୍ଷରେ ଏ ପର୍ଯ୍ୟନ୍ତ ମୋଟ ୪ ଥର ପରିସୀମନ ହୋଇସାରିଛି।

History of Delimitation in India: ୨୦୨୯ ସଂସଦୀୟ ନିର୍ବାଚନ ପୂର୍ବରୁ ଲୋକସଭା-ବିଧାନସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ (ପରିସୀମନ) ପ୍ରକ୍ରିୟାକୁ ନେଇ ସରଗରମ ହୋଇଉଠିଛି ଭାରତୀୟ ରାଜନୀତି। ଯାହା ଏବେ ଦେଶର ରାଜନୀତିରେ ବିତର୍କର ଅଧ୍ୟାୟ ପାଲଟିଛି। ପରିସୀମନ କାର୍ଯ୍ୟକାରୀ ହୋଇଯିବା ପରେ ଲୋକସଭା ଆସନ ସଂଖ୍ୟା ୫୪୩ ରୁ ୮୫୦ କୁ ବୃଦ୍ଧି ହୋଇପାରେ। ଲୋକସଭାର ସିଟ୍ ସଂଖ୍ୟା ବୃଦ୍ଧି କରିବା ପଛରେ ରହିଥିବା ଦୁଇଟି ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ସହିତ ଲୋକଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଏବଂ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା।

ପରିସୀମନ କ'ଣ?
ପରିସୀମନ ଶବ୍ଦର ଅର୍ଥ ହେଉଛି ଜନସଂଖ୍ୟା ତଥ୍ୟ ଆଧାରରେ କୌଣସି ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କରିବା ପ୍ରକ୍ରିୟା। ଏହାର ଉଦ୍ଦେଶ୍ୟ ହେଉଛି ସମାନ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା। ଯାହା ଦ୍ୱାରା ପ୍ରତ୍ୟେକ ନିର୍ବାଚିତ ଜନ ପ୍ରତିନିଧି ପ୍ରାୟ ସମାନ ସଂଖ୍ୟକ ଲୋକଙ୍କୁ ପ୍ରତିନିଧିତ୍ୱ କରିବେ। ଭାରତରେ ଏହି କାର୍ଯ୍ୟ ପରିସୀମନ ଆୟୋଗ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ସ୍ୱାଧୀନୋତ୍ତର ଭାରତ ବର୍ଷରେ ଏ ପର୍ଯ୍ୟନ୍ତ ମୋଟ ୪ ଥର ପରିସୀମନ ହୋଇସାରିଛି।

୧୯୫୨ ପ୍ରଥମ ପରିସୀମନ

ଦେଶ ସ୍ୱାଧିନ ହେବା ପରେ ପ୍ରଥମ ଥର ପାଇଁ ୧୯୫୨ ମସିହାରେ ପରିସୀମନ କାର୍ଯ୍ୟକାରୀ ହୋଇଥିଲା। ଯାହା ୧୯୫୧ ଜନଗଣନା ଆଧାରରେ ପ୍ରଥମ ଥର ପାଇଁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହା ଏକ ନୂତନ ସ୍ୱାଧୀନ ରାଷ୍ଟ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରହିଥିଲା। କାରଣ ୧୯୫୧-୫୨ ମସିହାରେ ଅନୁଷ୍ଠିତ ହୋଇଥିବା ଦେଶର ପ୍ରଥମ ସାଧାରଣ ନିର୍ବାଚନର ସୁଗମ ପରିଚାଳନାକୁ ସହଜ କରିଥିଲା।

୧୯୬୩ ଦ୍ୱିତୀୟ ପରିସୀମନ
୧୯୬୧ ଜନଗଣନା ତଥ୍ୟ ଆଧାରରେ ଦ୍ୱିତୀୟ ପରିସୀମନ ୧୯୬୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ପରିସୀମନରେ ଜନସଂଖ୍ୟା ବୃଦ୍ଧିକୁ ପ୍ରତିଫଳିତ କରିବା ପାଇଁ ଲୋକସଭା ଆସନ ପୁନର୍ବାର ସଙ୍ଗଠିତ କରି ଦିଆଯାଇଥିଲା। ଯାହା ଦେଶର ବିଭିନ୍ନ ଅଞ୍ଚଳରେ ସନ୍ତୁଳିତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିଥିଲା।

ଏହା ସହ ପଢନ୍ତୁ: ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?

୧୯୭୩ ତୃତୀୟ ପରିସୀମନ

୧୯୭୧ ​​ଜନଗଣନା ଆଧାରରେ ୧୯୭୩ ମସିହାରେ ତୃତୀୟ ପରିସୀମନ ଲାଗୁ ହୋଇଥିଲା। ଲୋକସଭା ଆସନର ମୋଟ ସଂଖ୍ୟା ବୃଦ୍ଧି ପାଇ ୫୪୩ ହୋଇଥିଲା। ହେଲେ ଏହାର ଅଳ୍ପ ସମୟ ପରେ ୧୯୭୬ ମସିହାରେ ଏକ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ୨୦୦୦ ମସିହା ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀ ସଂଖ୍ୟା ବୃଦ୍ଧିକୁ ସ୍ଥଗିତ ରଖା ଯାଇଥିଲା। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପଛରେ ରହିଥିବା କାରଣ ହେଉଛି ଯେଉଁ ରାଜ୍ୟ ସେମାନଙ୍କର ଜନସଂଖ୍ୟା ବୃଦ୍ଧିକୁ ସଫଳତାର ସହିତ ନିୟନ୍ତ୍ରଣ କରିଥିଲେ ସେମାନେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଯେପରି କୌଣସି ଅସୁବିଧାର ସାମ୍ନା ନ କରନ୍ତି।

୨୦୦୨ ଚତୁର୍ଥ ପରିସୀମନ
୭୦ ଦଶକ ବିତିଯିବାର ପ୍ରାୟ ୩ ଦଶନ୍ଧି ପରେ ୨୦୦୧ ଜନଗଣନା ଆଧାରରେ ୨୦୦୨ ମସିହାରେ ଚତୁର୍ଥ ପରିସୀମନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ଆସନ ସଂଖ୍ୟା ସ୍ଥଗିତ ରହିବା ଯୋଗୁଁ ମୋଟ ଲୋକସଭା ଆସନ ସଂଖ୍ୟାରେ କୌଣସି ବୃଦ୍ଧି ହୋଇନଥିଲା। ଏହା ବଦଳରେ ଏହି ପର୍ଯ୍ୟାୟରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ସଂରକ୍ଷଣ ସଂଶୋଧନ ଉପରେ ଧ୍ୟାନ ଦିଆଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delimitation India History: ସ୍ୱାଧିନତା ପରେ ଦେଶରେ କେତେ ଥର ହୋଇସାରିଛି ପରିସୀମନ? କ'ଣ ରହିଛି ଏହାର ଇତିହାସ | Argus News