Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Must Know Facts / ଘଣ୍ଟାକ ୬୦ ମିନିଟ୍; କେମିତି ଲାଗୁ ହୋଇଥିଲା ଏହି ଫର୍ମୁଲା?

Subhramjit Ray
Browse all articles by Subhramjit Ray
·3 months ago·2 min read
ଘଣ୍ଟାକ ୬୦ ମିନିଟ୍; କେମିତି ଲାଗୁ ହୋଇଥିଲା ଏହି ଫର୍ମୁଲା?
History of Time

Key Points

ଘଣ୍ଟାକ ୬୦ ମିନିଟ୍ ଆଉ ଗୋଟିଏ ମିନିଟ ୬୦ ସେକେଣ୍ଡ। କେବେଠୁ ଲାଗୁ ହୋଇଥିଲା ଏହି ଫର୍ମୁଲା? କ'ଣ ଥିଲା ଏହା ପଛର ଇତିହାସ?
Time Measurement History: ପିଲା ଦିନରୁ ଆମେ ଦିନକ ୨୪ ଘଣ୍ଟା, ଗୋଟିଏ ଘଣ୍ଟା ୬୦ ମିନିଟ୍ ଆଉ ଗୋଟିଏ ମିନିଟ ୬୦ ସେକେଣ୍ଡ ବୋଲି ଜାଣିଛେ। ହେଲେ ଗୋଟିଏ ଘଣ୍ଟାର ଅବଧି ୬୦ ମିନିଟ ବୋଲି ଏହି ନିୟମ କେବେ ଠାରୁ ଲାଗୁ ହୋଇଥିଲା। କ'ଣ ରହିଛି ଏହା ପଛର ଇତିହାସ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ
୧୭୯୩ ମସିହାରେ ହୋଇଥିବା ଫରାସୀ ବିପ୍ଳବ ସମୟରେ ଗୋଟିଏ ଘଣ୍ଟାର ଅବଧିକୁ ୬୦ ରୁ ୧୦୦ କୁ ପରିବର୍ତ୍ତନ କରିବାର ଚେଷ୍ଟା ହୋଇଥିଲା। ଯାହା ସେହି ସମୟର ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ଶେଷରେ ଲୋକେ ଏହି ବ୍ୟବସ୍ଥା ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ଗୋଟିଏ ଘଣ୍ଟାକର ଅବଧି ୬୦ ମିନିଟ ଆଧାରିତ ସମୟର ବିଭାଜନ ପ୍ରାୟ ୫୦୦୦ ବର୍ଷ ପୂର୍ବେ ମେସୋପୋଟାମିଆର ସୁମେରୀୟ ସଭ୍ୟତାରୁ ଆରମ୍ଭ ହୋଇଥିଲା। ସୁମେରୀୟ ଗଣନା ପାଇଁ ୬୦-ଆଧାରିତ ସଂଖ୍ୟା ପ୍ରଣାଳୀ ଗ୍ରହଣ କରିଥିଲେ। ଏହାର ମୁଖ୍ୟ କାରଣ ଥିଲା ଯେ ୬୦ ହେଉଛି ଏପରି ଏକ ସଂଖ୍ୟା ଯାହାକୁ ଅନେକ ସଂଖ୍ୟା ଦ୍ୱାରା ବିଭକ୍ତ କରିବା ସହଜ। ସମୟକୁ ବିଭାଜନ କରିବା ଗଣିତ ଏବଂ ଦୈନନ୍ଦିନ କାର୍ଯ୍ୟକୁ ବହୁତ ସହଜ କରିଦେଇଥିଲା।
 
କାହିଁକି ୬୦ କୁ ବଛା ଯାଇଥିଲା?
ପ୍ରାଚୀନ ମିଶରୀୟ ସଭ୍ୟତା ପରେ ସମୟକୁ ପୁନଃନିର୍ମାଣ କରିଥିଲା। ଉଭୟ ଦିନ ଏବଂ ରାତିକୁ ୧୨-୧୨ ଘଣ୍ଟାରେ ବିଭକ୍ତ କରିଥିଲା। ଯାହା ଫଳରେ ସମଗ୍ର ଦିନ ୨୪ ଘଣ୍ଟା ଲମ୍ବା ହୋଇଥିଲା। ଏହା ବିଶ୍ୱାସ କରାଯାଏ ଯେ ସେମାନେ ତାରା ଏବଂ ଆଙ୍ଗୁଠି ଗଣନା ଉପରେ ଆଧାରିତ ଏହି ବ୍ୟବସ୍ଥା ବିକଶିତ କରିଥିଲେ। ଏହି ୨୪ ଘଣ୍ଟା ବ୍ୟବସ୍ଥା ଧିରେ ଧିରେ ସାରା ବିଶ୍ୱରେ ବ୍ୟାପିଗଲା। ଯାହା ଆଜି ମଧ୍ୟ ବ୍ୟବହୃତ ହେଉଛି।

ମିନିଟ୍ ଏବଂ ସେକେଣ୍ଡ ସମୟ କିପରି ଆରମ୍ଭ ହୋଇଥିଲା?
ବାବିଲୋନୀୟ ସଭ୍ୟତା ମଧ୍ୟ ସମୟକୁ ଉନ୍ନତ ଏବଂ ସରଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେମାନେ ଘଣ୍ଟାକୁ ମଧ୍ୟ ଛୋଟ ଛୋଟ ଭାଗରେ ବିଭକ୍ତ କରିଥିଲେ। ଯାହା ପରେ ମିନିଟ୍ ଅବଧି ବିଶିଷ୍ଟ ସମୟ ପ୍ରଚଳନ ଆରମ୍ଭ ହୋଇଥିଲା। ଏହା ପରେ ସେକେଣ୍ଡ ଭିତ୍ତିକ ସମୟ ଗଣନା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ଏହା ଦୈନନ୍ଦିନ ଜୀବନ ପାଇଁ ବ୍ୟବହୃତ ହେଉନଥିଲା। ବରଂ ଜ୍ୟୋତିର୍ବିଜ୍ଞାନ ଏବଂ ଗ୍ରହର ଗତିବିଧି ବୁଝିବା ପାଇଁ ଏହାକୁ ବ୍ୟବହୃତ ହେଉଥିଲା। ସମୟ କ୍ରମେ ଏହି ବ୍ୟବସ୍ଥା ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଗଲା।

ଯେବେ ଫ୍ରାନ୍ସରେ ଗୋଟିଏ ଘଣ୍ଟା ହୋଇଥିଲା ୧୦୦ ମିନିଟ୍
ଆକର୍ଷଣୀୟ ଭାବରେ ଫ୍ରାନ୍ସ ରେ ୧୭୯୩ ମସିହାରେ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ଗୋଟିଏ ଦିନକୁ ୨୪ ଘଣ୍ଟା ବଦଳରେ ୧୦ ଘଣ୍ଟାକୁ ବିଭକ୍ତ କରାଯିବା ସହ ପ୍ରତ୍ୟେକ ଘଣ୍ଟାରେ ୧୦୦ ମିନିଟ୍ ରହିଥିଲା। ହେଲେ ଏହି ବ୍ୟବସ୍ଥା ଲୋକଙ୍କ ପାଇଁ ଅନୁକୂଳ ହେବା ବଦଳରେ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ଏପରିକି ଅନ୍ୟ ଦେଶଙ୍କ ସହିତ ସମାନତା ସ୍ଥାପନ କରିବାରେ ବିଫଳ ହୋଇଥିଲା। ଯାହାର ଫଳ ସ୍ୱରୂପ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି ପରୀକ୍ଷଣକୁ ବନ୍ଦ କରାଯାଇଥିଲା।

ଏଥିସହ ପଢ଼ନ୍ତୁ: ରମଜାନରେ କାହିଁକି ଲୋକେ ଚାହାଁନ୍ତି ଇରାନୀ ଖଜୁରୀ





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
History of Time: Why an Hour Has 60 Minutes Explained | Argus News