Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଥମେ ନିଜେ ଖାଇଲେ, ତା'ପରେ ସଂସାର ଉଜାଡ଼ିଲେ; ପହଲଗାଓଁର ପୂରା କାହାଣୀ କହିଲା NIA

National

Pahalgam Attack / ପ୍ରଥମେ ନିଜେ ଖାଇଲେ, ତା'ପରେ ସଂସାର ଉଜାଡ଼ିଲେ; ପହଲଗାଓଁର ପୂରା କାହାଣୀ କହିଲା NIA

Debashree Debasmita Sahoo
Browse all articles by Debashree Debasmita Sahoo
·6 hours ago·3 min read
ପ୍ରଥମେ ନିଜେ ଖାଇଲେ, ତା'ପରେ ସଂସାର ଉଜାଡ଼ିଲେ; ପହଲଗାଓଁର ପୂରା କାହାଣୀ କହିଲା NIA
Pahalgam Attack

Key Points

୨୦୨୫ ଏପ୍ରିଲ ୨୨ ତାରିଖ, ପହଲଗାଓଁ ଆକ୍ରମଣ
ବୈସାନର ଘାଟିରୁ ଆସି ଗଛ ତଳେ ବସି ଖାଇଲେ
ତା'ପରେ ଧର୍ମ ପଚାରି ଚଲାଇଥିଲେ AK-୪୭
ଏବେ ଆତଙ୍କୀଙ୍କ ପୂରା ଷଡ଼ଯନ୍ତ୍ରର କାହାଣୀ ବଖାଣିଲା NIA
ଜମ୍ମୁକାଶ୍ମୀର ପହଲଗାଓଁ ଆତଙ୍କୀ ଆକ୍ରମଣ । ଦୋହଲିଯାଇଥିଲା ପୂରା ଭାରତ । ଆତଙ୍କୀଙ୍କ ଗୁଳିରେ ଯାଇଥିଲା ୨୬ ନିରୀହ ଜୀବନ । ଧର୍ମ ପଚାରି ହୋଇଥିଲା ଆଖିବୁଜା ଗୁଳିମାଡ଼ । କେହି କିଛି ବୁଝିବା ଆଗରୁ ଆତ୍ମୀୟଙ୍କ ଆଗରେ ଜଣକ ପରେ ଜଣେ ଟଳିଥିଲେ । ସ୍ତ୍ରୀ ଆଗରେ ଚାଲିଯାଇଥିଲା ସ୍ଵାମୀର ଜୀବନ । ବୈସାନର ଘାଟି ଭିତରୁ ଆସିଥିଲେ । ପ୍ରଥମେ ଗଛ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ, ଆଉ ତା'ପରେ ରକ୍ତରେ ଖେଳିଥିଲେ ହୋଲି । ଘଟଣାକୁ ନେଇ ପାକିସ୍ତାନରେ ବସିଥିବା ଲସ୍କର-ଇ-ତୋଇବା (LeT) ନିଜକୁ ଦାୟୀ କରିଥିଲା । ଏବେ ଏହି ଛାତିଥରା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିବାବେଳେ ଆତଙ୍କୀଙ୍କ ଷଡ଼ଯନ୍ତ୍ରର ପୂରା କାହାଣୀ ବଖାଣିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) ।

ସେହି ଦିନ ପାଇନ୍ ଘଞ୍ଚ ଜଙ୍ଗଲରୁ ଆସିଥିଲେ ରକ୍ତମୁଖା ଆତଙ୍କୀ । ସେତେବେଳେ ପହଲଗାଓଁର ବୈସାରନ ଘାଟିରେ ପ୍ରକୃତି ସହିତ ନିଜକୁ ହଜାଇ ଦେଇଥିଲେ ପର୍ଯ୍ୟଟକ । କିଏ ନିଜ ପରିବାର ସହ ଆସିଥିଲା ତ କିଏ ନୂଆ ବିବାହ କରି ସ୍ଵାମୀ ସହ ସ୍ମୃତି ସାଉଣ୍ଟୁଥିଲା । ହଠାତ୍ ଆଖି ଆଗରେ ସବୁ ଉଜୁଡ଼ିଗଲା । ବୈସାରନର ସେହି ଘାଟିରେ ଶୁଭିଥିଲା ଆର୍ତ୍ତ ଚିତ୍କାର । ଜୀବନ ବଞ୍ଚାଇବାକୁ ଏଣେତେଣେ ଧାଇଁଥିଲେ ଲୋକେ । ଧର୍ମ ପଚାରି ୩ ଜଣ ଆତଙ୍କୀ ଗୁଳି ଚଲାଇଥିଲେ । ଆଉ ଦେଖୁ ଦେଖୁ ଚାଲିଯାଇଥିଲା ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ନାଗରିକଙ୍କ ଜୀବନ ।



ଏହି ୩ ଜଣ ଆତଙ୍କୀଙ୍କ ପରିଚୟ ମିଳିଥିଲା । ସେମାନେ ହେଉଛନ୍ତି ଫୈଜଲ ଜାଟ୍ ଓରଫ ସୁଲେମାନ ଶାହ, ହବିବ ତାହିର ଓରଫ ଜିବରାନ୍ ଓ ହମାଜା ଆଫଗାନି । ଏହି ତିନି ଆତଙ୍କୀଙ୍କୁ ଜୁଲାଇ ୨୯ରେ ଶ୍ରୀନଗର ଉପକଣ୍ଠରେ ଭାରତର 'ଅପରେସନ ମହାଦେବ' ସମୟରେ ଗୁଳି କରାଯାଇଥିଲା । ତେବେ ଆତଙ୍କୀ କିପରି ଏପରି କାଣ୍ଡ ଭିଆଇଥିଲେ, ସେ ନେଇ ପ୍ରାୟ ୧୫୯୭ ପୃଷ୍ଠାର ଚାର୍ଜସିଟରେ କହିଛି ଏନଆଇଏ । ଲସ୍କର-ଇ-ତୋଇବାର ମୁଖ୍ୟ ହାଫିଜ୍ ସୈଦ ଓ TRF ମୁଖ୍ୟ ହବିବୁଲ୍ଲା ମଲିକ ଓରଫ ସାଜିଦ ଜାଟ୍ ମିଶି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ ।

  • ସ୍ଥାନୀୟ ଲୋକଙ୍କ ଘରେ ରହିଥିଲେ ଆତଙ୍କବାଦୀ
ଆକ୍ରମଣର ଦିନକ ପୂର୍ବରୁ ୩ଜଣ ଆତଙ୍କୀ ବୈସାରନ ଘାଟି ନିକଟ ଜଣେ ସ୍ଥାନୀୟଙ୍କ ଘରେ ପହଞ୍ଚିଥିଲେ । ଉକ୍ତ ସ୍ଥାନୀୟ ବାସିନ୍ଦା ପରବୈଜ୍ ଅହମ୍ମଦ କହିଛନ୍ତି ଯେ, ଏପ୍ରିଲ ୨୧ ସନ୍ଧ୍ୟା ୫ଟାରେ ସେ ନିଜ ପତ୍ନୀ ଓ ପୁଅ ସହ ବସିଥିଲେ । ଠିକ୍ ଏହି ସମୟରେ ଆତଙ୍କୀମାନେ ଆସି ତାଙ୍କୁ ପାଣି ପିଇବାକୁ ମାଗିଥିଲେ । ସେମାନେ ବହୁତ ଦୂରରୁ ଆସିଥିବା କହିଥିଲେ । ସେମାନଙ୍କ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଥିଲା । ପରବୈଜ ତାଙ୍କୁ ପାଣି ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ସେମାନେ ତାଙ୍କ ଘରେ ରହିଥିଲେ । ତାଙ୍କର ଅସ୍ତ୍ରଶସ୍ତ୍ର ଲୁଚାଇବାକୁ ପରବୈଜଙ୍କୁ କହିଥିଲେ । ପରବୈଜଙ୍କ ପତ୍ନୀ ତାଙ୍କ ପାଇଁ ପ୍ରଥମେ ଚା' ପ୍ରସ୍ତୁତ କରିଥିଲେ ଏବଂ ପରେ ରାତ୍ରି ଭୋଜନ ମଧ୍ୟ ପ୍ରସ୍ତୁତ କରିଥିଲେ । ୩ ଆତଙ୍କୀ ପ୍ରଥମେ ରାତ୍ରି ଭୋଜନ କରିବା ପରେ କିଛି ରୁଟି ନେଇ ରାତି ପ୍ରାୟ ୧୦ଟାରେ ତାଙ୍କ ଘରୁ ପଳାଇଥିଲେ । ତେବେ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବାରୁ ପରେ ପରବୈଜଙ୍କ ପରିବାରକୁ ଗିରଫ କରାଯାଇଥିଲା ।



  • ଆକ୍ରମଣ ଠିକ୍ ପୂର୍ବରୁ କରିଥିଲେ ଲଞ୍ଚ୍
ଏହାପରେ ଏହି ୩ଜଣ ଆତଙ୍କୀଙ୍କୁ ବୈସାରନ ଘାଟିରେ ତା' ପରଦିନ ସକାଳ ଅର୍ଥାତ ଏପ୍ରିଲ ୨୨ ତାରିଖରେ ଦେଖିବାକୁ ମିଳିଥିଲା । ଘାଟି ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ଗୋଟିଏ ଗଛ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ସେମାନେ ବ୍ୟାଗରୁ ଚାଦର ବାହାର କରିଥିଲେ ଓ ଘୋଡ଼େଇ ହୋଇଥିଲେ । ଏହାପରେ ଦୁଇ ଜଣ ଆତଙ୍କୀ ବୈସାରନ ଘାଟି ଭିତରକୁ ପ୍ରବେଶ କରି ପ୍ରଥମେ ସ୍ଥିତି ପରଖିଥିଲେ । ଏହାପରେ ସେମାନେ ଫେରି ବ୍ୟାଗ୍ ଧରି ସମାନ ସ୍ଥାନକୁ ଯାଇଥିଲେ । ଗୁଳି ଚାଳନା କରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କୀ ମୁଣ୍ଡରେ GoPro ଆକ୍ସନ କ୍ୟାମେରା ଲଗାଇଥିଲା । ଠିକ୍ ୨.୨୩ଟାରେ ପ୍ରଥମ ଗୁଳିମାଡ଼ ହୋଇଥିଲା । ଢାବା ଓ ଗଡ଼ାଣିଆ ସ୍ଥାନରେ ଅନ୍ୟ ଦୁଇ ଆତଙ୍କୀ ଗୁଳି ଚାଳନା କରିଥିଲେ ।

ପଢନ୍ତୁ ଏହି ଖବର: ପଞ୍ଜାବରେ ସିସିଟିଭି; ଘରେ ବସି LIVE ଦେଖୁଥିଲା ପାକିସ୍ତାନ, ସେନା ଉପରେ ଥିଲା ନଜର 

  • ଧର୍ମ ପଚାରି ଜୀବନ ନେଇଥିଲେ
ଗୁଳି ଶବ୍ଦ ଶୁଣିବା ପରେ ପର୍ଯ୍ୟଟକମାନେ ଭୟଭୀତ ହୋଇ ଗଛ ପଛରେ ଲୁଚିବାକୁ ଲାଗିଲେ । ଏହାପରେ ଆତଙ୍କୀମାନେ ସେମାନଙ୍କ ନିକଟକୁ ଯାଇ ଗୁଳିମାଡ଼ କରିଥିଲେ । ଜଣେ ପର୍ଯ୍ୟଟକ ଜୀବନ ବଞ୍ଚାଇ ଚାଲିଯାଉଥିବା ସମୟରେ ଆତଙ୍କୀ ତାଙ୍କୁ ଅଟକାଇଥିଲା ଓ କଲମା ପଢିବାକୁ କହିଥିଲେ । ଯେତେବେଳେ ସେ କଲମା ପଢିଦେଇଥିଲେ, ଏହାପରେ ଆତଙ୍କୀ ତାଙ୍କୁ ଛାଡ଼ି ଦେଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pahalgam Carnage: How Terrorists Planned Attack With Recce, Local Help And A Final Lunch Stop | Argus News