Hyderabad Police High Alert / ହାଇଦ୍ରାବାଦରେ ୨୬/୧୧ ଷ୍ଟାଇଲ୍ ଆକ୍ରମଣ ଧମକ, ହାଇ ଆଲର୍ଟରେ ପୋଲିସ
·14 mins ago·3 min read

Key Points
ହାଇଦ୍ରାବାଦରେ ୨୬/୧୧ ଷ୍ଟାଇଲ୍ ଆକ୍ରମଣ ଧମକ ମିଳିବା ପରେ ପୋଲିସ ହାଇ ଆଲର୍ଟ ଜାରି କରିଛି। ଧମକପୂର୍ଣ୍ଣ ଇମେଲ୍ରେ କାଚିଗୁଡ଼ା ରେଳ ଷ୍ଟେସନ ଓ ହୋଟେଲ ଟୁରିଷ୍ଟ ପ୍ଲାଜାକୁ ଟାର୍ଗେଟ୍ କରାଯାଇଛି। ସନ୍ଦିଗ୍ଧ ସ୍ଥାନରେ ଯାଞ୍ଚ ସହ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ। ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି ସାଇବର କ୍ରାଇମ୍ ଟିମ୍।
ହାଇଦ୍ରବାଦ: ମୁମ୍ବାଇରେ ହୋଇଥିବା ୨୧/୧୧ ଷ୍ଟାଇଲ୍ ରେ ହାଇଦ୍ରାବାଦରେ ଆକ୍ରମଣ କରିବାକୁ ଦିଆଯାଇଛି ଧମକ। ସହରରେ ବୋମା ବିସ୍ଫୋରଣ କରି ୨୬/୧୧ ଆକ୍ରମଣର ପୁନରାବୃତ୍ତି କରିବାକୁ ଧମକ ମିଳିବା ପରେ ପୋଲିସ ସତର୍କ ହୋଇଉଠିଛି। ଏଭଳି ଧମକ ପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଛି। ଏହି ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା (LeT) ସହିତ ଜଡି଼ତ ବୋଲି ବିଶ୍ୱାସ କରାଯାଉଛି। ଯିଏ ମାୟାନଗରୀ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ପୁନରାବୃତ୍ତି ହାଇଦ୍ରାବାଦରେ କରିବା ନେଇ ଚେତାବନୀ ଦେଇଛି।
ଏପରି ଧମକ ପୂର୍ଣ୍ଣ ଇମେଲ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ମହେଶ ଭାଗବତ। ଏନେଇ ସେ କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବା ନେଇ ଧମକପୂର୍ଣ୍ଣ ଇମେଲ୍ ମିଳିବା ପାଇବା ପରେ, ପୋଲିସ ତୁରନ୍ତ ସତର୍କତାମୂଳକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ରବିବାର (ନଭେମ୍ବର ୨୨) ରାତିରେ ଏକ ବିବୃତ୍ତିରେ ସେ କହିଛନ୍ତି ଯେ ସନ୍ଦିଗ୍ଧ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ଉପସ୍ଥିତି ମଧ୍ୟ ବୃଦ୍ଧି କରାଯାଇଥିଲା।
କମିଶନର ଆହୁରି କହିଛନ୍ତି ଯେ ସାଇବର କ୍ରାଇମ ପୋଲିସ ଏପରି ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ଠାବ କରିବା ପାଇଁ ପ୍ରୟାସ ଜାରି ରଖିଛି। ହାଇଦ୍ରବାଦ ପୋଲିସ, ଜନସାଧାଣଙ୍କୁ କୌଣସି ପ୍ରକାରର ଗୁଜବକୁ ବିଶ୍ୱାସ କରିବା, ଏହାର ପ୍ରସାର କରିବାରୁ ଦୂରେଇ ରହିବା ଏବଂ ଶାନ୍ତ ରହିବାକୁ ନିବେଦନ କରିଛି। ଯଦି ସେମାନେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ପରିତ୍ୟକ୍ତ ବସ୍ତୁ ଦେଖନ୍ତି, ତାହେଲେ ତୁରନ୍ତ ୧୧୧ ନମ୍ବର ଡାଏଲ୍ କରି ପୋଲିସ ବାହିନୀକୁ ଘଟଣା ସମ୍ପର୍କରେ ଜଣାନ୍ତୁ।
ଏହା ସହ ପଢନ୍ତୁ: ଇମେଲ୍ ଆଇଡ଼ି ପାଇଁ ବନ୍ଧା ହେଲେ ଯୁବକ; ତିଆରି କରିବା ପରେ ପାକିସ୍ତାନ-ବାଂଲାଦେଶ ଲୋକଙ୍କୁ କରିଥିଲେ ବିକ୍ରି
ଅତିକମରେ ୩୦୦ ଲୋକଙ୍କ ଜୀବନ ନେବାକୁ ଦିଆଯାଇଛି ଧମକ
କମିଶନର ଆହୁରି କହିଛନ୍ତି ଯେ ହାଇଦ୍ରାବାଦ ପୋଲିସ ୨୪/୭ ଉପଲବ୍ଧ ରହିଛି। ସହରର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି। ସହରର ସମସ୍ତ ଥାନା ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସ୍ପେଶାଲ ବ୍ରାଞ୍ଚ (Hyderabad Police Special Branch) ଦ୍ୱାରା ପଠାଯାଇଥିବା ଏକ ସତର୍କତା ବାର୍ତ୍ତା (Alert Message) ଅନୁଯାୟୀ, ଲସ୍କର-ଏ-ତୋଏବା ସହିତ ଜଡି଼ତ ରହିଥିବା ଜଣେ ବ୍ୟକ୍ତି ସହରର କାଚେଗୁଡ଼ା ଅଞ୍ଚଳରେ ଅବସ୍ଥିତ ରହିଥିବା ହୋଟେଲ ଟୁରିଷ୍ଟ ପ୍ଲାଜା ଏବଂ କାଚିଗୁଡ଼ା ରେଳ ଷ୍ଟେସନ ଠାରେ ବିସ୍ଫୋରଣ କରିବାକୁ ଧମକ ଧମକ ଦେଇଛି। ଏହି ଧମକରେ ଅତି କମରେ ୩୦୦ ଲୋକଙ୍କୁ ହତ୍ୟା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଧମକ ଦେଉଥିବା ବ୍ୟକ୍ତି କହିଛନ୍ତି ଯେ ସେ ହାଇଦ୍ରାବାଦରେ, ମୁମ୍ବାଇରେ ହୋଇଥିବା ୨୨/୧୧ ଆତଙ୍କବାଦୀ ଆକ୍ରମଣ ପୁନରାବୃତ୍ତି କରିବେ। ସେ କହିଛନ୍ତି ଯେ ଭାରତୀୟ ସେନା ଦ୍ୱାରା ତାଙ୍କ ନେତା ଲତିଫ୍ ଭଟ୍ ଏବଂ ଅନ୍ୟ ସହଯୋଗୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଆକ୍ରମଣ କରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବହୁବିଧ ସ୍ଥାନ ପାଇଁ ନିର୍ଦ୍ଦେଶ
ସତର୍କତା ବାର୍ତ୍ତାରେ ଆହୁରି କୁହାଯାଇଛି ଯେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନ (ଏକ ହୋଟେଲ ଏବଂ ଏକ ପ୍ରମୁଖ ରେଳ ଷ୍ଟେସନ) ପ୍ରତି ଦିଆଯାଇଥିବା ଧମକକୁ ଦୃଷ୍ଟିରେ ରଖି, ଏଠାକାର ସୁରକ୍ଷା ପ୍ରତି ଚିନ୍ତା ରହିଛି। ଯାହା ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତି ପ୍ରତି ବିପଦ ସୃଷ୍ଟି କରିପାରେ। କ୍ରାଇମବ୍ରାଞ୍ଚ ସମସ୍ତ ପୋଲିସ ଅଧିକାରୀଙ୍କୁ ସତର୍କ ରହିବା ସହ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ଏବଂ ସହର ଉପରେ ସତର୍କ ନଜର ସୁଦୃଢ଼ କରି ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି।
ଏହି ନିର୍ଦ୍ଦେଶ ହାଇଦ୍ରାବାଦ ସହରର ହୋଟେଲ ଟୁରିଷ୍ଟ ପ୍ଲାଜା ଏବଂ କାଚିଗୁଡ଼ା ରେଳ ଷ୍ଟେସନ, ଜନଗହଳିପୂର୍ଣ୍ଣ ସାର୍ବଜନୀନ ସ୍ଥାନ, ହୋଟେଲ, ରେଳ ଷ୍ଟେସନ, ବସ୍ ଷ୍ଟେସନ, ଧାର୍ମିକ ସ୍ଥାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଁ ପ୍ରଯୁଜ୍ୟ। ପୋଲିସ ଅଧିକାରୀଙ୍କୁ ସନ୍ଦିଗ୍ଧ ବ୍ୟକ୍ତି, ପରିତ୍ୟକ୍ତ ବସ୍ତୁ, ଯାନବାହାନ ଏବଂ ଯେକୌଣସି ଅସ୍ୱାଭାବିକ କାର୍ଯ୍ୟକଳାପ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ସେମାନଙ୍କୁ ପର୍ଯ୍ୟାପ୍ତ ପାଟ୍ରୋଲିଂ, ସମ୍ପୃକ୍ତ ସୁରକ୍ଷା ଏଜେନ୍ସି ସହିତ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related Topics
Explore more stories