Videos
|
National

UP ATS arrested youth for Fake Email ID / ଇମେଲ୍ ଆଇଡ଼ି ପାଇଁ ବନ୍ଧା ହେଲେ ଯୁବକ; ତିଆରି କରିବା ପରେ ପାକିସ୍ତାନ-ବାଂଲାଦେଶ ଲୋକଙ୍କୁ କରିଥିଲେ ବିକ୍ରି

Subhramjit Ray
Browse all articles by Subhramjit Ray
·1 hour ago·2 min read
ଇମେଲ୍ ଆଇଡ଼ି ପାଇଁ ବନ୍ଧା ହେଲେ ଯୁବକ; ତିଆରି କରିବା ପରେ ପାକିସ୍ତାନ-ବାଂଲାଦେଶ ଲୋକଙ୍କୁ କରିଥିଲେ ବିକ୍ରି
UP ATS arrested youth for Fake Email ID

Key Points

ଉତ୍ତର ପ୍ରଦେଶ ATS ୟୁନିଟ୍ ରାଜ୍ୟର କାନପୁର ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରିଛି। ତାଙ୍କ ଉପରେ ପାକିସ୍ତାନ ଏବଂ ବାଂଲାଦେଶର ଲୋକଙ୍କୁ ନକଲି ଇମେଲ୍ ଆଇଡି ବିକ୍ରି କରିବାର ଅଭିଯୋଗ ଅଛି।
ପ୍ରାୟ ୫ ଲକ୍ଷ ନକଲି ଇମେଲ୍ ଆଇଡି ତିଆରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ (ୟୁପି) ଆତଙ୍କବାଦ ନିରୋଧି ଶାଖା (ଏଟିଏସ)। ରାଜ୍ୟର କାନପୁର ଜିଲ୍ଲାର ଘାଟମପୁର ଅଞ୍ଚର ବାସିନ୍ଦା ଅଙ୍କିତ ଶଙ୍ଖୱାରଙ୍କୁ ୟୁପି ଏଟିଏସ ୟୁନିଟ୍ ଗିରଫ କରିଛି। ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ସେ ପାକିସ୍ତାନ ଏବଂ ବାଂଲାଦେଶର ବ୍ୟକ୍ତିବିଶେଷଙ୍କୁ ନକଲି ଇମେଲ୍ ଆଇଡି ତିଆରି ଏବଂ ବିକ୍ରୟ କରିବାର ଅଭିଯୋଗ ରହିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ସେ ନକଲି ଇମେଲ୍ ଆଇଡି (Fake Email ID) ତିଆରି କରିବା ପରେ ଏହାକୁ ଦିଲ୍ଲୀ-ଏନସିଆର, ନୋଏଡା, ଗୁରୁଗ୍ରାମ ଏବଂ ମୁମ୍ବାଇ ସ୍ଥିତ ସ୍କୁଲ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେବା ପାଇଁ ବ୍ୟବହାର କରୁଥିଲେ।

ଏନେଇ ହୋଇଥିବା ତଦନ୍ତ ଅନୁଯାୟୀ, ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଦିଲ୍ଲୀ-ଏନସିଆର କନସର୍ଟ ଏବଂ ଜଣେ ପ୍ରମୁଖ ବଲିଉଡ୍ ଅଭିନେତାଙ୍କ ଘରକୁ ବୋମା ବିସ୍ଫୋରଣ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା। ଏହି ଧମକ ଦେବା ମାମଲାରେ ତଦନ୍ତ କରିବା ସମୟରେ, ଏଜେନ୍ସି ଏକ ନକଲି ଇମେଲ୍ ନେଟୱାର୍କ ବିଷୟରେ ଜାଣିବାକୁ ପାଇଥିଲେ। ଯାହା ପରେ ସେମାନେ ଅଙ୍କିତ ଶଙ୍ଖୱାରଙ୍କ ପାଖରେ ପହଞ୍ଚିଥିଲା।

ଏହା ସହ ପଢନ୍ତୁ:  ବନ୍ଧା ହେଲେ ସଫ୍ଟୱେର୍ ଇଞ୍ଜିନିୟର; ଦେଶ ସାରା ଦେଇଥିଲେ ୮ ଶହରୁ ଅଧିକ ଧମକ

ଲାପଟପ୍ ମଧ୍ୟରୁ ମିଳିଲା ୫ ଲକ୍ଷ ନକଲି ଇମେଲ୍ ଆକାଉଣ୍ଟ ରେକର୍ଡ
ଏଟିଏସ୍ ଅଭିଯୁକ୍ତ ଅଙ୍କିତ ଶଙ୍ଖୱାରଙ୍କ ପାଖରୁ ଏକ ମୋବାଇଲ୍ ଫୋନ୍ ଏବଂ ଏକ ଲାପଟପ୍ ଜବତ କରିଛି।  ତଦନ୍ତ ସମୟରେ, ଲାପଟପ ମଧ୍ୟରେ ପ୍ରାୟ ୫ ଲକ୍ଷ ନକଲି ଇମେଲ୍ ଆଇଡି ସହ ଜଡି଼ତ ସୂଚନା ସହ ସମ୍ବନ୍ଧିତ ଅନେକ ଏକ୍ସେଲ୍ ଫାଇଲ୍ (Excel File) ମିଳିଛି। ଏଥିରେ ଇମେଲ୍ ଆକାଉଣ୍ଟ ପାସୱାର୍ଡ଼ (Emaid ID Password), ରିକୋଭରି ଇମେଲ୍ (Recovery Email) ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ବିବରଣୀ ମଧ୍ୟ ରହିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାରମ୍ଭିକ ଯାଞ୍ଚ ସମୟରେ ଜଣାପଡିଛି ଯେ ଅଭିଯୁକ୍ତ ନକଲି ଡିଜିଟାଲ୍ ପରିଚୟ (Fake Digital Identity) ସୃଷ୍ଟି କରିବା ପାଇଁ ୱାଇ-ଫାଇ ନେଟୱାର୍କ ଏବଂ ବିଭିନ୍ନ ପ୍ରକ୍ସି ସର୍ଭର (Wi-Fi Networks & Proxy Servers) ବ୍ୟବହାର କରିଥିଲେ। ଯାହା ତାଙ୍କୁ ତାଙ୍କର କାର୍ଯ୍ୟକଳାପ ଲୁଚାଇବା ଏବଂ ବହୁ ସଂଖ୍ୟକ ଇମେଲ୍ ଆକାଉଣ୍ଟ ଖୋଲିବାରେ ଅନୁମତି ଦେଇଥିଲା।

ଏହା ସହ ପଢନ୍ତୁ: AI ପାଇଁ ବିହାରୀ ଯୁବକଙ୍କୁ ବାନ୍ଧିଲା ବେଙ୍ଗାଲୁରୁ ପୋଲିସ; କାରନାମା ଶୁଣିଲେ ହୋଇଯିବେ ତାଜୁବ

କ୍ରିପ୍ଟୋକରେନ୍ସି ମାଧ୍ୟମରେ ହେଉଥିଲା କାରବାର
ୟୁପି ଏଟିଏସ ୟୁନିଟ୍ (UP ATS Unit) ଦ୍ୱାରା ହୋଇଥିବା ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ କ୍ରିପ୍ଟୋ କରେନ୍ସି (Crypto Currency) ବ୍ୟବହାର କରି ନକଲି ଇମେଲ୍ ଆଇଡି କାରବାର କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଆଲାମିନ୍ ଇସଲାମ୍ ନାମକ ଜଣେ ବାଂଲାଦେଶୀ ବ୍ୟକ୍ତି କିଛି ନକଲି ଇମେଲ୍ ଆକାଉଣ୍ଟ କିଣିବା ପାଇଁ ପ୍ରାୟ ୬ ହଜାର ଆମେରିକୀୟ ଡଲାର ଦେଇଥିଲେ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି ପ୍ରାୟ ୫-୬ ଲକ୍ଷ ଟଙ୍କା ହେବ।

ତଦନ୍ତକାରୀ ଏଜେନ୍ସି ଏବେ ସମ୍ପୂର୍ଣ୍ଣ ନେଟୱାର୍କ ଉପରୁ ପରଦା ହଟାଇବାକୁ ପ୍ରୟାସ କରୁଛି। ୟୁପି ଏଟିଏସ ବର୍ତ୍ତମାନ ଏହି ନେଟୱାର୍କ ସହ ଆଉ କିଏ ସାମିଲ ଥିଲେ ଏବଂ ଧମକପୂର୍ଣ୍ଣ ଇମେଲ୍ ପଠାଇବାରେ ସେମାନେ କ’ଣ ଭୂମିକା ରହିଥିଲେ, ତାହା ଜାଣିବାକୁ ଚେଷ୍ଟା କରୁଛି। ତଦନ୍ତକାରୀ ଏଜେନ୍ସି ଅନୁମାନ କରୁଛନ୍ତିଯେ ଏହି ମାମଲାରେ ଦେଶ ବିଦେଶରେ ସକ୍ରିୟ ଥିବା ଅନେକ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ରହିଥାଇ ପାରନ୍ତି।