Fighter Jet Crash / ଉଡ଼ାଣର କିଛି ସମୟ ପରେ ତୁଟିଗଲା ସମ୍ପର୍କ; ଖସିପଡ଼ିଲା ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦
·4 months ago·2 min read

Key Points
ସୁଖୋଇ-୩୦ ଯୁଦ୍ଧ ବିମାନଟି କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ପାହାଡ଼ ଉପରେ ଉଡ଼ୁଥିବା ବେଳେ ହଠାତ୍ ସମ୍ପର୍କ ବିଚ୍ଛିନ୍ନ ହୋଇ ଯାଇଥିଲା । ଏହାପରେ ବାୟୁସେନା ସର୍ଚ୍ଚ ଓ ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ପ୍ରଶାସନ ଓ ଅନ୍ୟ ସୁରକ୍ଷା ଏଜେନ୍ସି ବିମାନକୁ ଖୋଜିବା ଆରମ୍ଭ କରିଥିଲେ ।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଗୁରୁବାର ସନ୍ଧ୍ୟାରେ ଆକାଶରୁ ନିଖୋଜ ହୋଇ ଯାଇଥିଲା । ଯୁଦ୍ଧ ବିମାନ ସୁଖୋଇ କ୍ରାସ୍ ହୋଇଥିବା ନେଇ ବିଳମ୍ବିତ ରାତିରେ ସ୍ପଷ୍ଟ ହୋଇଛି । ସୁଖୋଇ ଆସାମର ଜୋରହାଟରୁ ଉଡ଼ାଣ ଭରିଥିବା ବେଳେ ରାତି ୭ଟା ୪୨ରେ ରାଡାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା ।
ଏହାପରେ ଯୁଦ୍ଧ ବିମାନ ସୁଖୋଇକୁ ଖୋଜିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ । ସୁଖୋଇ ବିମାନ କ୍ରାସ୍ ହୋଇଥିବା ବେଳେ ଏଥିରେ ୨ ପାଇଲଟ୍ଙ୍କ ଦେହାନ୍ତ ହୋଇଥିବା ବାୟୁସେନା ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି ।
ଏଥିସହ ପଢ଼ନ୍ତୁ: ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା
ଭାରତୀୟ ବାୟୁସେନା ଅନୁସାରେ, ସୁଖୋଇ-୩୦ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ IAFର ସ୍କ୍ଵାର୍ଡନ ଲିଡର ଅନୁଜ ଏବଂ ଫ୍ଲାଇଟ ଲେଫ୍ଟିନେଣ୍ଟ ପୁରବେଶ ଦୁର୍ଗକରଙ୍କ ମୃତ୍ୟୁ ହୋଇଛି । ୨ ପାଇଲଟଙ୍କ ଦେହାନ୍ତରେ ବାୟୁସେନା ପକ୍ଷରୁ ଗଭୀର ସମବେଦନା ଜଣାଯାଇଛି ।
ହଠାତ୍ ତୁଟିଗଲା ସମ୍ପର୍କ
ସୁଖୋଇ-୩୦ ଯୁଦ୍ଧ ବିମାନଟି କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ପାହାଡ଼ ଉପରେ ଉଡ଼ୁଥିବା ବେଳେ ହଠାତ୍ ସମ୍ପର୍କ ବିଚ୍ଛିନ୍ନ ହୋଇ ଯାଇଥିଲା । ଏହାପରେ ବାୟୁସେନା ସର୍ଚ୍ଚ ଓ ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ପ୍ରଶାସନ ଓ ଅନ୍ୟ ସୁରକ୍ଷା ଏଜେନ୍ସି ବିମାନକୁ ଖୋଜିବା ଆରମ୍ଭ କରିଥିଲେ । ଘନ ଜଙ୍ଗଲରେ ସୁଖୋଇ କ୍ରାସ୍ ହୋଇ ଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ସୁଖୋଇ-୩୦ ଏମ୍କେଆଇ ଯୁଦ୍ଧ ବିମାନ କ୍ରାସ୍ ହୋଇଛି । ସୁଖୋଇ ହେଉଛି ଭାରତୀୟ ବାୟୁସେନାର ପ୍ରମୁଖ ମଲ୍ଟି-ରୋଲ୍ ଫାଇଟର ବିମାନ ମଧ୍ୟରୁ ଅନ୍ୟତମ । ଯାହାକି ବାୟୁସେନା କ୍ଷମତାର ଜରୁରୀ ଅଂଶ । ଆସାମ ପୂର୍ବରୁ ସୁଖୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଆମେରିକାର ୩ଟି F-15 ଯୁଦ୍ଧ ବିମାନ ଖସାଇଲା କୁଏତ
୨୦୧୯ ଅଗଷ୍ଟରେ ବାୟୁସେନାର ଏକ ନିୟମିତ ଅଭ୍ୟାସ୍ ବେଳେ ସୁଖାଇ-୩୦ ଆସାମର ତେଜପୁର ନିକଟରେ ଖସି ପଡ଼ିଥିଲା । ସେତେବେଳେ ୨ ପାଇଲଟ୍ ସୁରକ୍ଷିତ ବାହାରିବାରେ ସଫଳ ହୋଇଥିଲେ । ତା ପୂର୍ବରୁ ୨୦୧୫ରେ ଉଡ଼ାଣର କିଛି ସମୟ ମଧ୍ୟରେ ତେଜପୁର ବେସ୍ରୁ ପ୍ରାୟ ୩୬ କିମି ଦୂରରେ କ୍ରାସ୍ ହୋଇଥିଲା ସୁଖୋଇ । ସେତେବେଳେ ମଧ୍ୟ ୨ ପାଇଲଟ୍ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories