IAS Farewell / ଜିଲ୍ଲାପାଳଙ୍କୁ ସୁନା ପାଲିଙ୍କିରେ ବସାଇ ଛାଡ଼ିଲେ ସହକର୍ମୀ

Key Points
ମଧ୍ୟପ୍ରଦେଶ ସେଓନି ଜିଲ୍ଲାପାଳ IAS ସଂସ୍କୃତି ଜୈନଙ୍କୁ ଭୋପାଳ ବଦଳି କରାଯାଇଛି । ସେଓନି ଜିଲ୍ଲାପାଳ ଭାବେ ସଂସ୍କୃତି କାର୍ଯ୍ୟଭାର ହସ୍ତାନ୍ତର କରିବା ପରେ ତାଙ୍କୁ ସହକର୍ମୀ ଖୁବ୍ ଉତ୍ସାହର ଜାକଜମକରେ ବିଦାୟ ଦେଇଛନ୍ତି ।
ଭୋପାଳ: ପାଲିଙ୍କିରେ IAS ଅଧିକାରୀ, ହସି ହସି ପାଲିଙ୍କିକୁ ଟେକି ନେଉଛନ୍ତି ସହକର୍ମୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସେଓନିରେ । ଯେଉଁଠି ଜିଲ୍ଲାପାଳଙ୍କୁ ସହକର୍ମୀ ସୁସଜ୍ଜିତ ସୁନାର ଲେପ ଦିଆ ଯାଇଥିବା ପାଲିଙ୍କିରେ ବସାଇ ଦେଇଛନ୍ତି ବିଦାୟ ।
ସୂଚନା ଅନୁସାରେ, ମଧ୍ୟପ୍ରଦେଶ ସେଓନି ଜିଲ୍ଲାପାଳ IAS ସଂସ୍କୃତି ଜୈନଙ୍କୁ ଭୋପାଳ ବଦଳି କରାଯାଇଛି । ସେଓନି ଜିଲ୍ଲାପାଳ ଭାବେ ସଂସ୍କୃତି କାର୍ଯ୍ୟଭାର ହସ୍ତାନ୍ତର କରିବା ପରେ ତାଙ୍କୁ ସହକର୍ମୀ ଖୁବ୍ ଉତ୍ସାହର ଜାକଜମକରେ ବିଦାୟ ଦେଇଛନ୍ତି ।
An MP IAS officer Sanskriti Jain, Collector Seoni,was given a unique farewell by her staff. Unheard of before.
— Abhilash Khandekar (@Abhikhandekar1) October 5, 2025
Many officers hv been popular during their postings owing to people-oriented works & honesty, yet this was something new.
Let more officers be like her.@IASassociation pic.twitter.com/wsebdt9ELw
ଏ ସମ୍ପର୍କିତ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖା ଯାଉଛି, IAS ସଂସ୍କୃତିଙ୍କ ସହ ତାଙ୍କର ୨ ଝିଅ ପାଲିଙ୍କିରେ ବସିଛନ୍ତି । ସପ୍ତାହନ୍ତରେ ନୂଆ ଜିଲ୍ଲାପାଳ ଶୀତଲ ପାଟଲେଙ୍କୁ ସ୍ଵାଗତ ଓ ସଂସ୍କୃତିଙ୍କୁ ଏଭଳି ନିଆରା ଢଙ୍ଗରେ ବିଦାୟ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ନିର୍ଜନ ରାତିରେ ୨ ଘଣ୍ଟା ଧରି କମ୍ପି ଉଠିଲା ୧୦ କିଲୋମିଟର, ୫ କିମି ଯାଏଁ ଦେଖାଗଲା ନିଆଁ
📱 Get Argus News App
✨
ସଂସ୍କୃତି ଜୈନ୍ ହେଉଛନ୍ତି ୨୦୧୫ ବ୍ୟାଚର IAS ଅଧିକାରୀ । ସେଓନି ଜିଲ୍ଲାପାଳ ଥିବା ସଂସ୍କୃତିଙ୍କୁ ଭୋପାଳ ମହାନଗର ନିଗମର କମିଶନର ବାବେ ନିଯୁକ୍ତ କରାଯାଇଛି । ଏଥିସହ ତାଙ୍କୁ ମଧ୍ୟପ୍ରଦେଶ ମେଟ୍ରୋ ରେଳ କର୍ପୋରେସନର ସହକାରୀ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି ।
ସଂସ୍କୃତି ଜୈନ୍ କିଏ ?
୧୯୮୯ ଫେବ୍ରୁଆରୀ ୪ରେ ଶ୍ରୀନଗରରେ ସଂସ୍କୃତିଙ୍କ ଜନ୍ମ । ସଂସ୍କୃତିଙ୍କ ପିତା ଭାରତୀୟ ବାୟୁସେନାରେ ପାଇଲଟ୍ ଥିଲେ । ତାଙ୍କ ମାଆ ସ୍ଵାସ୍ଥ୍ୟ ବିଭାଗରେ କାମ କରନ୍ତି । ଦେଶର ଛଅଟି ଭିନ୍ନ ଭିନ୍ନ ସ୍ଥାନରେ ବିଦ୍ୟାଳୟ ପାଠ ପଢ଼ିଥିବା ସଂସ୍କୃତି BITS ପିଲାଣିର ଗୋା କ୍ୟାମ୍ପସରୁ ସ୍ନାତକ ପଢ଼ିଥିଲେ ।
ଏଥିସହ ପଢ଼ନ୍ତୁ: ପ୍ରି-ପ୍ଲାନ୍ ସହ ପୀତବାସଙ୍କୁ ଗୁଳି କରିଥିଲେ ପ୍ରଫେସନାଲ ସାର୍ପ ସୁଟର୍ ! କିଏ କରିଥିଲା ଶେଷ କଲ୍ ?
ଏହା ପରେ ପାଇଥିଲେ LAMP ଫେଲୋସିପ୍ । ପ୍ରଥମେ ପିଏଚ୍.ଡି ପାଇଁ ଆଗ୍ରହୀ ସଂସ୍କୃତି ପରେ UPSC ପରୀକ୍ଷା ଦେଇ ପ୍ରଥମ ପ୍ରଚେଷ୍ଟାରେ ସଫଳତା ପାଇଥିଲେ । ଦ୍ଵିତୀୟ ପ୍ରଚେଷ୍ଟାରେ IRS ଅଧିକାରୀ ଓ ତୃତୀୟ ପ୍ରଚେଷ୍ଟାରେ IAS ପାଇଥିଲେ । ୨୦୧୪ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସଂସ୍କୃତି ଜୈନଙ୍କୁ ମିଳିଥିଲା ୧୧ ନମ୍ବର ରାଙ୍କ ।
୨୦୧୫ ମଧ୍ୟପ୍ରଦେଶ କ୍ୟାଡରର IAS ସଂସ୍କୃତି ଜୈନ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି । ରେୱା ମହାନଗର ନିଗମର କମିଶନର, ସତନା ଏଡିଏମ୍, ମଉଗଞ୍ଜ ଏସଡିଏମ୍, ଅଲୀରାଜପୁର ଏବଂ ନର୍ମଦାପୁରମ ଜିଲ୍ଲା ସିଇଓ ଭାବେ ସେ କାର୍ଯ୍ୟ ଦକ୍ଷତା ଦେଖାଇ ସାରିଛନ୍ତି ।