Videos
|
Odisha

BJP Leader Shot Dead In Berhampur / ପ୍ରି-ପ୍ଲାନ୍ ସହ ପୀତବାସଙ୍କୁ ଗୁଳି କରିଥିଲେ ପ୍ରଫେସନାଲ ସାର୍ପ ସୁଟର୍ ! କିଏ କରିଥିଲା ଶେଷ କଲ୍ ?

Sushanta Sahoo
Browse all articles by Sushanta Sahoo
·11 months ago·2 min read
ପ୍ରି-ପ୍ଲାନ୍ ସହ ପୀତବାସଙ୍କୁ ଗୁଳି କରିଥିଲେ ପ୍ରଫେସନାଲ ସାର୍ପ ସୁଟର୍ ! କିଏ କରିଥିଲା ଶେଷ କଲ୍ ?

Key Points

ବୈକୁଣ୍ଠନଗର ଛକରେ ଦୁଇ ଦୁର୍ବୃତ୍ତ ଗ୍ଲାମରରେ ଆସି ପୀତବାସଙ୍କୁ ଅଟକାଇଥିଲେ । ଡିକିରୁ କିଛି ଡକ୍ୟୁମେଣ୍ଟ କାଢ଼ିବା ସମୟରେ ପୀତବାସଙ୍କୁ ଗୁଳି କରିଥିଲେ ବାଇକ୍‌ ପଛ ପଟେ ବସିଥିବା ଦୁର୍ବୃତ୍ତ ଗୁଳି କରିଥିଲେ ।

ବ୍ରହ୍ମପୁର: ବରିଷ୍ଠ ଆଇନ୍‌ଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ କଲା ଗୁଳି ? ଗୁଳିମାଡ଼ ପଛର କାରଣ କଣ ? ବ୍ୟକ୍ତିଗତ, ବୃତ୍ତିଗତ ନା ରାଜନୈତିକ ଶତ୍ରୁତାରୁ ହତ୍ୟା ? ପୀତବାସଙ୍କୁ ଗୁଳି କରି ହତ୍ୟା ପରେ ଏବେ ଏମିତି ଅନେକ ପ୍ରଶ୍ନକୁ ନେଇ ଛାନଭିନ୍ କରୁଛି ପୋଲିସ ।


ପୋଲିସର ତଦନ୍ତ ଭିତରେ ସିସିଟିଭି ଭିଡିଓ ଅନେକ କ୍ଲୁ ଦେଇଛି । ଯାହାକି ପୀତବାସଙ୍କ ହତ୍ୟା ଏକ ଯୋଜନାବଦ୍ଧ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସନ୍ଦେହକୁ ଦୃଢ଼ୀଭୂତ କରିଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଗୋଟିଏ ରାସ୍ତା ଦେଇ ଆସିଥିବା ବେଳେ ଗୁଳିମାଡ଼ ପରେ ଅନ୍ୟ ରାସ୍ତାରେ ପଳାଇଥିଲେ ।


ସିସିଟିଭି ଫୁଟେଜ୍ ଅନୁସାରେ, ରାତି ପ୍ରାୟ ୯ଟା ୪୨ରେ ଦୁଇ ସୁଟର ପ୍ରଥମେ ଆସି ରେକି କରିଥିଲେ । ଗେଟ୍ ବଜାର ଛକରୁ ପୀତବାସଙ୍କ ଘର ଗଳି ପର୍ଯ୍ୟନ୍ତ ରାଉଣ୍ଡ ମାରିଥିଲେ । ପରେ ଯୋଜନା ଅନୁଯାୟୀ ରାସ୍ତାରେ ପୀତବାସଙ୍କୁ ଅଟକାଇ କଥା ହୋଇଥିଲେ ଦୁଇ ଦୁର୍ବୃତ୍ତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍


ରେକିର ଠିକ୍ ୧୦ ମିନିଟ୍ ଅର୍ଥାତ୍ ୯ଟା ୫୧ରେ ପୀତବାସ ଚ୍ୟାମ୍ବରରୁ ବାହାରିଥିଲେ ଘର ଅଭିମୁଖେ । ଆଉ ସେହି ସମୟରେ ବୈକୁଣ୍ଠନଗର ଛକରେ ଦୁଇ ଦୁର୍ବୃତ୍ତ ଗ୍ଲାମରରେ ଆସି ପୀତବାସଙ୍କୁ ଅଟକାଇଥିଲେ । ଦୁର୍ବୃତ୍ତଙ୍କ ସହ କିଛି ଆଲୋଚନା କରିବା ସହ ସ୍କୁଟିର ଡିକି ଖୋଲିଥିଲେ ପୀତବାସ । ଡିକିରୁ କିଛି ଡକ୍ୟୁମେଣ୍ଟ କାଢ଼ିବା ସମୟରେ ପୀତବାସଙ୍କୁ ଗୁଳି କରିଥିଲେ ବାଇକ୍‌ ପଛ ପଟେ ବସିଥିବା ଦୁର୍ବୃତ୍ତ ।


ଆଉ ପଏଣ୍ଟ ବ୍ଲାଙ୍କରୁ କରାଯାଇଥିବା ଗୁଳି ବାଜିଥିଲା ପୀତବାସଙ୍କ ଡାହାଣ ଛାତି ଉପରେ । ଛାତି ଉପରି ଭାଗ ଦେଇ ସିଧା ମେରୁଦଣ୍ଡରେ ଅଟକଥିଲା ଗୁଳି । ପ୍ରଚୁର ରକ୍ତ ସ୍ରାବ ଓ ମସ୍ତିଷ୍କାଘାତ ଯୋଗୁଁ ପୀତବାସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି । ଅଟୋପ୍ସି ପରେ ପୀତବାସଙ୍କ ମରଶରୀରରୁ ବାହାରିଛି ଗୋଟିଏ ୯ ଏମ୍ଏମ୍ ଗୁଳି ।


ଏଥିସହ ପଢ଼ନ୍ତୁ: ପିତବାସଙ୍କୁ କାହିଁକି ମାରିଲେ ? କ'ଣ ରହିଛି ଉଦ୍ଦେଶ୍ୟ ?


ତେବେ ଗୁଳିମାଡ଼ ବେଳେ ପୀତବାସଙ୍କ ଗାଡ଼ିର ଡିକି ଖୋଲା ରହିବା ଅନେକ ସନ୍ଦେହ ସୃଷ୍ଟି କରୁଛି । ଗାଡ଼ି ଡିକିରେ ପୀତବାସ ରଖିଥିଲେ କି କୌଣସି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର । ଦୁର୍ବୃତ୍ତଙ୍କ ସହ ଆଲୋଚନା ବେଳେ ଡିକିରୁ କ'ଣ ବାହାର କରୁଥିଲେ ପୀତବାସ । ଗୁଳିମାଡ଼ ପରେ ଡିକି ଖୋଲା ରହିଥିବାରୁ ଦୁର୍ବୃତ୍ତ କୌଣସି ଦସ୍ତାବିଜ୍ ନେଇ ଯାଇଥିବା ସନ୍ଦେହ କରାଯାଉଛି ।


ଏଥିସହ ଗୁଳିମାଡ଼ ପୂର୍ବରୁ ପୀତବାସ ପଣ୍ଡାଙ୍କୁ କିଏ କିଏ କଲ୍ କରିଥିଲେ ? ଶେଷ କଲ୍ କାହାର ଥିଲା ? ଏ ଦିଗରେ ବି ପୋଲିସ ଛାନଭିନ୍ ଆରମ୍ଭ କରିଛି । ରେକି ପରେ ଅତି ନିକଟରୁ ଗୁଳି କରାଯାଇଥିବାରୁ ଏହା ପଛରେ ପ୍ରଫେସନାଲ୍ ସାର୍ପ ସୁଟର୍ ଥିବା କୁହାଯାଉଛି ।


ସେପଟେ ପୀତବାସଙ୍କୁ ହତ୍ୟା ପ୍ରତିବାଦରେ ଆଜି ସାରା ରାଜ୍ୟର କୌଣସି କୋର୍ଟରେ ଓକିଲ ମାନେ କାମ କରିବେ ନାହିଁ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରିଫ କରିବା ସହ ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ଓକିଲ ସଂଘର ଅଧ୍ୟକ୍ଷ ସୀତାଂଶୁ ମହୋନ ଦ୍ଵିବେଦୀ, ରାଜ୍ୟ ବାର କାଉନସିଲ ସଦସ୍ୟ ମାନସ ଚାନ୍ଦ, ସର୍ବ ଭାରତୀୟ ବାର କାଉନସିଲ ସଦସ୍ୟ ଭକ୍ତ ଚରଣ ବାରିକ ।

BJP Leader Shot Dead In Berhampur: Police Probe Pitabas Panda Murder Case in Brahmapur | Argus News | Argus News